ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଓୟୋ ପ୍ରତିଷ୍ଠାତା ତଥା ରାୟଗଡ଼ାର ମାଟିର ପୁଅ ରିତେଶ ଅଗ୍ରୱାଲ । ନିଜ ବିବାହ ଉତ୍ସବରେ ସାମିଲ ହେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ସେ ନିଜ ଭାବି ପତ୍ନୀ ଓ ମାଆଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବେଳେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ଏନେଇ ସେ ସୂଚନା ଦେଇଛନ୍ତି ।
-
1/ With the blessings of माननीय Pradhan Mantri @narendramodi ji, we are all set for a new beginning. Words cannot express the warmth with which he received us. pic.twitter.com/CVx7Nzgyr3
— Ritesh Agarwal (@riteshagar) February 19, 2023 " class="align-text-top noRightClick twitterSection" data="
">1/ With the blessings of माननीय Pradhan Mantri @narendramodi ji, we are all set for a new beginning. Words cannot express the warmth with which he received us. pic.twitter.com/CVx7Nzgyr3
— Ritesh Agarwal (@riteshagar) February 19, 20231/ With the blessings of माननीय Pradhan Mantri @narendramodi ji, we are all set for a new beginning. Words cannot express the warmth with which he received us. pic.twitter.com/CVx7Nzgyr3
— Ritesh Agarwal (@riteshagar) February 19, 2023
ଆସନ୍ତା ମାର୍ଚ୍ଚ ମାସରେ ରିତେଶ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସେ ମାଆ ଓ ଭାବି ପତ୍ନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରିତେଶ ସେୟାର କରିଥିବା ଏକ ଫଟୋରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ରିତେଶ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।
ସେ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ ।" ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅତି ବିନମ୍ରତା, ସ୍ନେହର ସହିତ ସ୍ବାଗତ କରିଥିବା ସେ କହିଛନ୍ତି । ମୋଦିଙ୍କ ମହିଳା ସଶକ୍ତିକରଣ ନେଇ ଥିବା ଆଭିମୁଖ୍ୟ ତାଙ୍କ ମାଆ ବେଶ ପସନ୍ଦ କରିବା ସହିତ ଅନୁପ୍ରାଣିତ ହୋଇଥିବା ସେ କହିଛନ୍ତି ।
ଏହା ବି ପଢନ୍ତୁ- ଜର୍ଜ ସୋରସଙ୍କ ବିବାଦୀୟ ବୟାନ, ଅନୁରାଗ କହିଲେ ବିଦେଶୀ ଶକ୍ତି ସାହାଯ୍ୟରେ ହେଉଛି ଷଡଯନ୍ତ୍ର
ପ୍ରଧାନମନ୍ତ୍ରୀ ନିଜ ବହୁ ମୂଲ୍ୟ ସମୟ ଦେଇ ତାଙ୍କ ସହିତ ବାର୍ତ୍ତାଳାପ କରିଥିବାରୁ ରିତେଶ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରିତେଶଙ୍କ ରିସେପସନ ପାର୍ଟି ନୂଆଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ରିତେଶ ମାତ୍ର ୧୯ ବର୍ଷ ବୟସରେ ଓୟୋ ପ୍ରତିଷ୍ଠା କରିଥିବା ବେଳେ ଏବେ ଜଣେ ଯୁବ କୋଟିପତି ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ସୁଲଭ ମୂଲ୍ୟରେ ଓୟୋ ନିଜ ଗ୍ରାହକଙ୍କୁ ରହିବା ଲାଗି ରୁମ ଯୋଗାଇ ଦେଇଥାଏ । ଏଥିଲାଗି ଏହି ହୋଟେଲକୁ ଅନେକ ବେଶ ପସନ୍ଦ କରିଥାନ୍ତି ।
ପର୍ଯ୍ୟଟକମାନେ ସୁଲଭ ମୂଲ୍ୟରେ ପରିଷ୍କାର ହୋଟେଲ ରୁମ ପାଇଥାନ୍ତି । ବିଶ୍ବର ପ୍ରାୟ ୮୦ଟି ଦେଶ ସମେତ ୮୦୦ ସହରରେ ଓୟୋ ନିଜରେ ସେବା ଯୋଗାଉଛି । ବିଶ୍ବର ଦ୍ରୁତତମ ହୋଟେଲ ଭାବେ ଓୟୋ ଖ୍ୟାତି ଅର୍ଜନ କରିପାରିଛି । ୧୧ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦେଶରେ ନିଜ ସେବା ଯୋଗାଇବାରେ ସଫଳ ହୋଇପାରିଛି ଓୟୋ । ତେବେ ରିତେଶ ୨୦୨୦ ହ୍ୟୁମାନ୍ସ ଏଫ ବମ୍ବେକୁ ସାକ୍ଷାତକାର ଦେବା ସମୟରେ କହିଥିଲେ, " ମୁଁ ହେଉଛି ଏକ ଛୋଟ ସହରର ଯୁବକ, ଯାହାର ଥିଲା ବଡ଼ ସ୍ବପ୍ନ । ମୁଁ ଓଡ଼ିଶାର ରାୟଗଡ଼ାରେ ଜନ୍ମଲାଭ କରିଛି । ମୋ ପରିବାର ମଧ୍ୟ ଏକ ମଧ୍ୟମ ବର୍ଗର । ମାତ୍ର ଜଣେ ଉଦ୍ୟୋଗପତି ହେବାର ଛୋଟ ବେଳୁ ମୋର ସ୍ବପ୍ନ ରହିଥିଲା ।"