ନାସିକ ଅକ୍ସିଜେନ ଲିକ୍ ଦୁର୍ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶୋକ । ଟ୍ବିଟ କରି ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ ।
ନାସିକରେ ଅକ୍ସିଜେନ ଟାଙ୍କି ଲିକ, ଯୋଗାଣ ଅଭାବରୁ 22 ମୃତ - ଅକ୍ସିଜେନ ଟାଙ୍କି ଲିକ
Mumbai : Rajesh tope on Nashik oxygen tanker leaked issue
![ନାସିକରେ ଅକ୍ସିଜେନ ଟାଙ୍କି ଲିକ, ଯୋଗାଣ ଅଭାବରୁ 22 ମୃତ ଜେନ ଟାଙ୍କି ଲିକ, ଯୋଗାଣ ଅଭାବରୁ 22 ରୋଗୀ ମୃତ](https://etvbharatimages.akamaized.net/etvbharat/prod-images/768-512-11484568-thumbnail-3x2-aa.jpg?imwidth=3840)
16:46 April 21
ନାସିକ ଅକ୍ସିଜେନ ଲିକ୍ ଦୁର୍ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶୋକ
16:45 April 21
ନାସିକ ଅକ୍ସିଜେନ ଲିକ୍ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
ନାସିକ ଅକ୍ସିଜେନ ଲିକ୍ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ । ଟ୍ବିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।
14:44 April 21
ଅକ୍ସିଜେନ ଟାଙ୍କି ଲିକ, ଯୋଗାଣ ଅଭାବରୁ 22 ରୋଗୀ ମୃତ
ମୁମ୍ବାଇ: ଦେଶରେ ଅକ୍ସିଜେନ ସଙ୍କଟ ସମୟରେ ମହାରାଷ୍ଟ୍ରରେ ବଡ ଅଘଟଣ । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ୍ । ଫଳରେ ଅମ୍ଳଜାନ ଅଭାବରୁ ଭେଣ୍ଟିଲେଟରରେ ଥିବା 22 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ପ୍ରଶାସନର କହିବାନୁଯାୟୀ, ଟାଙ୍କି ଲିକ୍ କାରଣରୁ ପାଖାପାଖି ଅଧ ଘଣ୍ଟାଏ ଅକ୍ସିଜେନ ଯୋଗାଣରେ ବାଧାପ୍ରାପ୍ତ ହୋଇଥିଲା । ଏଥିଯୋଗୁଁ ଭେଣ୍ଟିଲେଟରରେ ଥିବା 22 ରୋଗୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ଭେଣ୍ଟିଲେଟରରେ ମୋଟ 23 ରୋଗୀ ଥିଲେ ।
ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ବୈଠକ ଡକାଯାଇ ଯାଞ୍ଚ କରାଯାଉଛି । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେତେବେଳେ ହସ୍ପିଟାଲରେ 171 ରୋଗୀ ଥିଲେ । ଅକ୍ସିଜେନ ଲିକ୍ ହେବା ପରେ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ଥିବା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ପ୍ରତିକ୍ରିୟା ଦେଇଛନ୍ତି ।
ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ସିଜେନ ଟାଙ୍କି ଲିକ୍ ହେତୁ ନାସିକର ଡାକ୍ତରଖାନାରେ ଘଟିଥିବା ଏହି ଦୁଃଖଦ ଘଟଣା ହୃଦୟ ବିଦାରକ କହିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କେନ୍ଦ୍ର ଗୃୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ସେପଟେ ଘଟଣାକୁ ନେଇ ତତ୍ପରତା ଦେଖାଇଛନ୍ତି ମହାରାଷ୍ଟ୍ର ସରକାର । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ସରକରା ଘୋଷଣା କରିଛନ୍ତି । ଏହା ସହିତ କେଉଁ କାରଣରୁ ଅକ୍ସିଜେନ ଟାଙ୍କି ଲିକ୍ ହୋଇ ଏହି ଦୁର୍ଘଟଣା ଘଟିଛି, ସେନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ ଟିମ ଗଠନ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।