ETV Bharat / bharat

ପରୀକ୍ଷା ପେ ଚର୍ଚ୍ଚା ୨୦୨୪; ଅଂଶଗ୍ରହଣକାରୀଙ୍କ ରେକର୍ଡ ସଂଖ୍ୟକ ପଞ୍ଜୀକରଣ, ୧କୋଟି ଟପିଲା

author img

By ETV Bharat Odisha Team

Published : Jan 5, 2024, 4:31 PM IST

Pariksha Pe Charcha 2024: ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଛି । ଜାନୁଆରୀ ୧୨ ତାରିଖ ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଏଯାବତ ୧କୋଟିରୁ ଊର୍ଦ୍ଧ୍ବ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି । ଅଧିକ ପଢନ୍ତୁ

Pariksha Pe Charcha 2024
Pariksha Pe Charcha 2024

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ପରୀକ୍ଷା ଋତୁ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରହିବା ଲାଗି ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ପଞ୍ଜୀକରଣ ହୋଇଛି । ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚାର ଏହା ସପ୍ତମ ସଂସ୍କରଣ ହେବାକୁ ଯାଉଛି ।

ଗତ ଡିସେମ୍ବର ୧୧ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାର ଶେଷ ତାରିଖ ଜାନୁଆରୀ ୧୨ ତାରିଖ ରହିଛି । ଏନେଇ ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ଦର୍ଶାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏହି ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲୋଚନା କରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ରହିଛି ।

ଏହା ବି ପଢନ୍ତୁ- pariksha pe charcha: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ଗୁରୁମନ୍ତ୍ର ଦେଲା ଅସୀମ ଉଦ୍ଦୀପନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶେଷ କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଥଆନ୍ତି । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ଓ ସ୍କୁଲ ପରବର୍ତ୍ତୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଏ । ଏହି କାର୍ଯ୍ୟକ୍ରମ ଗତ ୬ ବର୍ଷ ଧରି ସଫଳତାର ସହ ହୋଇଆସୁଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରଣାଳୟର ଆନୁକୁଲ୍ୟରେ ଆୟୋଜିତ ହୋଇଥାଏ ଏହି ଇଣ୍ଟରଆକ୍ଟିଭ ଶୋ' । ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମର ଟାଉନ ହଲ୍‌ରେ ସକାଳ ୧୧ଟାରୁ ଆରମ୍ଭ ହେବ ।

ଏହା ବି ପଢନ୍ତୁ- Pariksha Pe Charcha: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ର, କପିରେ ଭବିଷ୍ୟତ ତିଆରି ହୁଏ ନାହିଁ କହିଲେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ୪୦୦୦ ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଏହାସହିତ ଡିସେମ୍ବର ୧୧ରୁ ଜାନୁଆରୀ ୧୨ ତାରିଖ ମଧ୍ୟରେ MyGov ପୋର୍ଟାଲରେ MCQ ପ୍ରତିଯୋଗିତା ଲାଇଭ ରହିଛି । ଏଥିରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଅନଲାଇନରେ ଅଂଶଗ୍ରହଣ କରିପାରିବେ । ପରୀକ୍ଷା ପେ ଚର୍ଚ୍ଚା ୨୦୨୪ର ମୁଖ୍ୟ କାର୍ଯ୍ୟକ୍ରମ ଜାନୁଆରୀ ୧୨ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍କୁଲ ସ୍ତରରେ ଅନୁଷ୍ଠିତ ହେବ । ଏହା ଅଧୀନରେ ମାରାଥନ ଦୌଡ଼ ପ୍ରତିଯୋଗିତାଠୁ ଆରମ୍ଭ କରି ସଙ୍ଗୀତ, ମିମ୍‌, ନାଟକ, ଷ୍ଟୁ଼ଡେଣ୍ଟ-ଆଙ୍କର-ଷ୍ଟୁଡେଣ୍ଟ-ଗେଷ୍ଟ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.