ETV Bharat / bharat

‘ବନ୍ଦେ ଭାରତ ମିଶନରେ ଉପକୃତ ହେଲେଣି 9 ମିଲିୟନରୁ ଅଧିକ’

author img

By

Published : Jun 7, 2021, 9:36 AM IST

ବନ୍ଦେ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ 9 ମିଲିୟନରୁ ଅଧିକ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ ଉପକୃତ ହେଲେଣି 9 ମିଲିୟନରୁ ଅଧିକ ଲୋକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ସୂଚନା ଦେଇଛନ୍ତି ଯେ, ବନ୍ଦେ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ 9 ମିଲିୟନରୁ ଅଧିକ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଇଛି ।

କୋରୋନା ଭୂତାଣୁ ପାଇଁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଗତ ବର୍ଷ ମେ ମାସରୁ ବନ୍ଦେ ଭାରତ ମିଶନର ଶୁଭାରମ୍ଭ ହୋଇଥିଲା । ବନ୍ଦେ ଭାରତ ମିଶନ ଏକ ପ୍ରଶିକ୍ଷଣ ଅଭିଜ୍ଞତା ଅଟେ । ଏହା ବିଶ୍ବର ସର୍ବବୃହତ୍ତ ପ୍ରତ୍ୟାବର୍ତ୍ତନ ମିଶନ । ମେ 6 2020ରୁ ପାଖା ପାଖି 9 ମିଲିୟନ ଲୋକ ଏହି ମିଶନ ଜରିଆରେ ସୁବିଧା ପାଇଛନ୍ତି । ଏହା ଆମକୁ ମିଶନ ପରିଚାଳନା ପାଇଁ ଅଭିଜ୍ଞତା ଦେଇଛି ବୋଲି ଟ୍ବିଟ କରି କହିଛନ୍ତି ମନ୍ତ୍ରୀ ହରଦୀପ ସିଂ ପୁରୀ ।

ବନ୍ଦେ ଭାରତ ମିଶନ ଅଧୀନରେ ଜୁନ 6ରେ 3 ହଜାର 479ଜଣ ଲୋକ ଭାରତ ଫେରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ସାଉଦି ଆରବରୁ 65ଜଣ, ୟୁଏଇରୁ 320ଜଣ, କ୍ବିତାରରୁ 47ଜଣ, ମାଲେସିୟାରୁ 93ଜଣ ହୋଇଥିବାବେଳେ ଅନ୍ୟଦେଶରୁ ଅନେକ ଭାରତ ଫେରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.