ETV Bharat / bharat

ସରୁନି 888ରୁ ଅଧିକ ସଡ଼କ ପ୍ରକଳ୍ପ କାମ; ଏକ ଦଶନ୍ଧି ପରେ ବି ଅସମ୍ପୂର୍ଣ୍ଣ ଅନେକ ପ୍ରକଳ୍ପ

author img

By

Published : Mar 24, 2021, 8:00 AM IST

ଦେଶରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ ଝୁଲି ରହିଛି । ସମୟ ଅତିକ୍ରାନ୍ତ ହେବା ଫଳରେ ପ୍ରକଳ୍ପ ବାବଦ ଖର୍ଚ୍ଚ ଅଟକଳ ବଢି ଚାଲିଛି ଏବଂ ଲୋକଙ୍କୁ ନିର୍ମାଣାଧୀନ ପ୍ରକଳ୍ପ ସହ ଖାପ ଖୁଆଇ ଚାଲିବାକୁ କଷ୍ଟ କରିବାକୁ ପଡୁଛି । ଅଧିକ ପଢନ୍ତୁ...

ସରୁନି 888ରୁ ଅଧିକ ସଡ଼କ ପ୍ରକଳ୍ପ କାମ; ଏକ ଦଶନ୍ଧି ପରେ ବି ଅସମ୍ପୂର୍ଣ୍ଣ ଅନେକ ପ୍ରକଳ୍ପ
ସରୁନି 888ରୁ ଅଧିକ ସଡ଼କ ପ୍ରକଳ୍ପ କାମ; ଏକ ଦଶନ୍ଧି ପରେ ବି ଅସମ୍ପୂର୍ଣ୍ଣ ଅନେକ ପ୍ରକଳ୍ପ

ହାଇଦ୍ରାବାଦ: କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ସରକାରୀ ତଥ୍ୟ ମୁତାବକ ଆମ ଦେଶରେ ମୋଟ 62 ଲକ୍ଷ 15 ହଜାର 797 କିମି ଦୀର୍ଘ ସଡ଼କ ରହିଛି । ଏହାମଧ୍ୟରୁ 1 ଲକ୍ଷ 36 ହଜାର କିମି ସଡ଼କ ହେଉଛି ଜାତୀୟ ରାଜପଥ। ମିଳୁଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ଉତ୍ସାହଜନକ ହେଲେ ବି ବିଶ୍ବର ସପ୍ତମ ବୃହତ ଅର୍ଥନୀତି ରାଷ୍ଚ୍ରର ଆକାରକୁ ଦେଖିଲେ ଏହା ସେତେ ଭଲ ନୁହେଁ । ଭାରତର ଦୁର୍ଗମ ଅଞ୍ଚଳଗୁଡ଼ିକ ଏବେ ବି ସଡ଼କ ଯୋଗାଯୋଗରୁ ବଞ୍ଚିତ । ଅନେକ ସଡ଼କ ପ୍ରକଳ୍ପ ଯଥା ସମୟରେ ଶେଷ ନହେବା ହେଉଛି ଏହାର ଏକମାତ୍ର କାରଣ । ଦେଶରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ ଝୁଲି ରହିଛି । ସମୟ ଅତିକ୍ରାନ୍ତ ହେବା ଫଳରେ ପ୍ରକଳ୍ପ ବାବଦ ଖର୍ଚ୍ଚ ଅଟକଳ ବଢି ଚାଲିଛି ଏବଂ ଲୋକଙ୍କୁ ନିର୍ମାଣାଧୀନ ପ୍ରକଳ୍ପ ସହ ଖାପ ଖୁଆଇ ଚାଲିବାକୁ କଷ୍ଟ କରିବାକୁ ପଡୁଛି ।

ରାଜ୍ୟଗୁଡିକରେ ବିଳମ୍ବିତ ସଡ଼କ ପ୍ରକଳ୍ପ

2020-21 ଆର୍ଥିକ ବର୍ଷରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅଧିନରେ ଚାଲିଥିବା 888ଟି ସଡ଼କ ପ୍ରକଳ୍ପ କାମ ଧାର୍ଯ୍ୟ ସମୟ ପରେ ବି ଶେଷ ହୋଇନାହିଁ । ମନ୍ତ୍ରାଳୟ ସହ ସଂପୃକ୍ତ ସଂସଦୀୟ କମିଟିର ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । 3 ଲକ୍ଷ 15 ହଜାର 373 କୋଟି ଟଙ୍କା ବ୍ୟୟରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ 27 ହଜାର 665 କିମି ଦୀର୍ଘ ରାସ୍ତା ନିର୍ମାଣ ହେବାକୁ ରହିଛି । ଦାମନ ଓ ଡିଉ ବ୍ୟତୀତ ସବୁ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳରେ ଏହି 888ଟି ସଡ଼କ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟିଛି । ଏଥିପାଇଁ ଲୋକଙ୍କ ବହୁମୂଲ୍ୟ ସମୟ ଓ ଅର୍ଥ ନଷ୍ଟ ହୋଇଛି । ଏହାବାଦ୍ ଦିନକୁ ଦିନ ପ୍ରକଳ୍ପର ମୂଲ୍ୟ ବଢି ବଢି ଚାଲିଛି ।

ସଂସଦୀୟ କମିଟିର ସୁପାରିଶ ଏବଂ ପ୍ରଶ୍ନ

ସଂସଦୀୟ କମିଟି ତାହାର ରିପୋର୍ଟରେ ମଧ୍ୟ 888ଟି ପ୍ରକଳ୍ପ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠାଇଛି । ସମ୍ପୃକ୍ତ ମନ୍ତ୍ରାଳୟ ଦେଶରେ ନୂଆ ସଡ଼କ ପ୍ରକଳ୍ପ ଘୋଷଣା କରିବା ପରିବର୍ତ୍ତେ ବିଳମ୍ବିତ ପ୍ରକଳ୍ପ ଶେଷ କରିବା ଉପରେ ଗୁରୁତ୍ବ ଦେବା ଉଚିତ୍ ବୋଲି ସଂସଦୀୟ କମିଟି ପରାମର୍ଶ ଦେଇଛି ।

ବର୍ତ୍ତମାନର କେନ୍ଦ୍ର ସରକାର ପ୍ରାଥମିକତା ଭିତ୍ତିରେ ରାଜପଥ ସଂପ୍ରସାରଣ କରୁଛନ୍ତି, କିନ୍ତୁ ଅନେକ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଳମ୍ବିତ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ବଢି ଚାଲିଥିବାରୁ ଏହାକୁ ରୋକିବା ଲାଗି ସରକାର ଏସବୁର କାମ କିପରି ଶୀଘ୍ର ସରିବ ତାହା ଉପରେ ଗୁରୁତ୍ବ ଦେବାକୁ କମିଟି ସୁପାରିଶ କରିଛି ।

ଏଥିପାଇଁ ଅଧିକ ପାଣ୍ଠି ସୃଷ୍ଟି କରିବାକୁ ସଂସଦୀୟ କମିଟି ମଧ୍ୟ ସରକାରଙ୍କୁ ସୁପାରିଶ କରିଛି। 2020-21 ଆର୍ଥିକ ବର୍ଷରେ ଏନଏଚଏଆଇର ଖର୍ଚ୍ଚ ଯଦିଓ ବଢିଥିଲା, କିନ୍ତୁ ଏହା ତୁଳନାରେ ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କମିଥିବାରୁ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛି । ଦେଶରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଉଚିତ ବୋଲି କମିଟି ସୁପାରିଶ କରିଛି ।

ଅନେକ ବର୍ଷ ପରେ ବି ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନାହିଁ

ଦେଶରେ କେତେକ ପ୍ରକଳ୍ପ ରହିଛି ଯାହାକି ଏକ ଦଶନ୍ଧି କିମ୍ବା ଅଧିକ କାଳ ହେଲା କାର୍ଯ୍ୟକାରୀ ନହୋଇ ଝୁଲି ରହିଛି । ପାଞ୍ଚ ବର୍ଷ କିମ୍ବା ଅଧିକ କାଳ ହେଲା ଅସମ୍ପୂର୍ଣଅଣ ପଡ଼ି ରହିଥିବା ପ୍ରକଳ୍ପ ତାଲିକା ବହୁତ ଲମ୍ବା । ଏପରି ଅସମ୍ପୂର୍ଣ୍ଣ ପ୍ରକଳ୍ପ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରହିଛି । ବହୁଦିନ ପୂର୍ବେ ଏସବୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା, କିନ୍ତୁ ନିର୍ଦ୍ଧାରିତ ସମୟ ପୂରିଯିବା ପରେ ବି ନିର୍ମାଣ ଶେଷ ପର୍ଯ୍ୟାୟକୁ ବି ଆସିନାହିଁ ।

ସଂସଦୀୟ କମିଟିର ରିପୋର୍ଟ ଅନୁଯାୟୀ ଦେଶରେ ପ୍ରାୟ 70ଟି ପ୍ରକଳ୍ପ ରହିଛି ଯାହାକି ପାଞ୍ଚ କିମ୍ବା ତହିଁରୁ ଅଧିକ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି ।

ଆସାମର ନାଲବାଡ଼ିରୁ ବିଜନୀ ପ୍ରକଳ୍ପ 12 ବର୍ଷରୁ ଅଧିକକାଳ ହେଲା ବିଳମ୍ବିତ ହୋଇଛି। ଏହାରି ଅର୍ଥ ଏହି ପ୍ରକଳ୍ପ 12 ବର୍ଷ ପୂର୍ବେ ଶେଷ ହେବା କଥା, କିନ୍ତୁ ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। 27 କିମି ଦୀର୍ଘ ଏହି ପ୍ରକଳ୍ପର ମୂଳ ବ୍ୟୟ ଅଟକଳ 208 କୋଟି ଟଙ୍କା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ 230 କୋଟି ଟଙ୍କାରେ ପହଞ୍ଚିଲାଣି ।

ମହାରାଷ୍ଟ୍ରରେ 40 କିମି ଦୀର୍ଘ ନାଗପୁର-କୋଣ୍ଡହାଲି ରାସ୍ତା ନିର୍ମାଣ ବି 12 ବର୍ଷ ପୂର୍ବରୁ ଶେଷ ହେବା କଥା, କିନ୍ତୁ ଏହାର କାମ ଏଯାଏଁ ଶେଷ ହୋଇନାହିଁ । ତାମିଲନାଡୁରେ ତ୍ରିଚିରୁ କାରୁର 80 କିମି ଦୀର୍ଘ ରାସ୍ତା ମଧ୍ୟ 10 ବର୍ଷ ହେଲା ବିଳମ୍ବ ହୋଇଛି ଯାହାର ବ୍ୟୟ ଅଟକଳ ହେଉଛି 571 କୋଟି ଟଙ୍କା ।

ହରିୟାଣାରେ ଦିଲ୍ଲୀ ବୋର୍ଡରରୁ ରୋହତକ ଯାଏଁ ରାସ୍ତା ନିର୍ମଣ ମଧ୍ୟ 10 ବର୍ଷ ପୂର୍ବେ ସାରିବାକୁ ଧାର୍ଯ୍ୟ ହୋଇଥିଲା। ପରିସଂଖ୍ୟନ ଅନୁଯାୟୀ ଛତିଶଗଡ଼ରେ ସର୍ବାଧିକ 17ଟି ସଡ଼କ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବିତ ହୋଇଛି । ଏସବୁ 17ଟି ପ୍ରକଳ୍ପ ନିର୍ମାଣରେ ପାଞ୍ଚରୁ ଦଶ ବର୍ଷ ହେଲା ବିଳମ୍ବ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.