ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏହାରି ମଧ୍ୟରେ ଦେଶରେ 88.14 କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ସୂଚନା ଦେଇଛି । 5 କୋଟି 28 ଲକ୍ଷ 28 ହଜାର 050 ଟିକା କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ଗୁଡିକ ପାଖରେ ମହଜୁଦ ରହିଛି ।
ମନ୍ତ୍ରଣାଳୟ କହିଛି ଯେ ଦେଶରେ କୋରୋନା ଟୀକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ। ଅଧିକ ଟିକା ଉପଲବ୍ଧତା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ଟିକା ଉପଲବ୍ଧତା ଅଧିକ କରିବା ପାଇଁ କେନ୍ଦ୍ର ସରକାର ସଦାସର୍ବଦା ଆଗଭର ବୋଲି କହିଛି ମନ୍ତ୍ରଣାଳୟ। ଏହାସହ ଟିକା ଯୋଗାଣକୁ ଶୃଙ୍ଖଳିତ କରିବା ପାଇଁ ଟୀକାକରଣ ଡ୍ରାଇଭକୁ ବୃଦ୍ଧି କରାଯାଇଛି । ଦେଶବ୍ୟାପୀ ଟୀକାକରଣ ଡ୍ରାଇଭକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣା ଟିକା ଯୋଗାଣ କରୁଛନ୍ତି ।
@ANI