ETV Bharat / bharat

ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା 700 ଦୋକାନ

author img

By

Published : Oct 25, 2022, 4:13 PM IST

Updated : Oct 25, 2022, 4:41 PM IST

ଅରୁଣାଚଳ ପ୍ରଦେଶରେ ନାହାରାଲାଗୁନ ବଜାରରେ ଭୟାବହ ଅଗ୍ନିକାଣ୍ଡ (fire breakout in Arunachal Pradesh)। ଜଳିଗଲା ୭ଶହ ଦୋକାନ । ନିଆଁ ଲିଭା କାର୍ଯ୍ୟ ଜାରି । ମୃତାହତ ନେଇ ମିଳିନି ସୂଚନା । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୭ଶହ ଦୋକାନ

ଇଟାନଗର: ଅରୁଣାଚଳ ପ୍ରଦେଶର ନାହାରାଲାଗୁନର ଏକ ଦୈନିକ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୭ ଶହରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଯାଇଛି (Over 700 shops gutted in fire Arunachal Pradesh)। ଏକାଧିକ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ କରିବା ଜାରି ରଖିଛନ୍ତି । ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ନିଆଁକୁ ଆୟତ କରିବା ପାଇଁ ଏକାଧିକ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

ଜଳିଗଲା 700 ଦୋକାନ

ମିଳିଥିବା ସୂଚନା ଅନୁସାରେ ଏହା ଏକ ଦୈନିକ ବଜାର । ପୂର୍ବାହ୍ନରେ ବ୍ୟବସାୟ ଜାରି ରହିଥିବା ବେଳେ ହଠାତ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିବାରେ ଲାଗିଥିଲା । ବଜାରର ପ୍ରାୟ ୭ ଶହ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭା ଅପରେସନ ଆରମ୍ଭ କରିଥିଲେ । ପରେ ନିଆଁର ବ୍ୟାପକତାକୁ ଦେଖି ଏକାଧିକ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମ୍ପୂର୍ଣ୍ଣ ବଜାରଟି ଜଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ ।

ତେବେ ଅଗ୍ନିଶମ ବାହିନୀର ଅବହେଳାକୁ ଦାୟୀ କରିଛି ସମ୍ପୃକ୍ତ ବଜାର କମିଟି । ବଜାର କମିଟି ମୁଖ୍ୟ ଅଗ୍ନିଶମ ବାହିନୀର ଅବହେଳା ପାଇଁ ନିଆଁ ବ୍ୟାପିଥିବା ନେି ଅଭିଯୋଗ କରିବା ସହ ଅଗ୍ନିଶମ ଟିମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଉକ୍ତ ବଜାରରେ ଏକ ସପ୍ତାହ ମଧ୍ୟରେ ୨ ଥର ଅଗ୍ନିକାଣ୍ଡ ଘଟିଲାଣି । କାରଣ ଜଣା ପଡିନଥିଲେ ସୁଦ୍ଧା ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟିବା ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2022, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.