ETV Bharat / bharat

ପାକିସ୍ତାନ ଓ ପଞ୍ଜାବ ସୀମାରେ ବସକୁ ପିଟିଲା ଟ୍ରକ: ୨୭ ମୃତ, ୪୦ ଆହତ

author img

By

Published : Jul 19, 2021, 5:07 PM IST

ପାକିସ୍ତାନ ଓ ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳ ମୁଜାଫରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Indus Highwayରେ ବସକୁ ପିଟିଲା ଟ୍ରକ; ୨୭ ମୃତ, ୪୦ ଆହତ

ମୁଜାଫରଗଡ଼: ପାକିସ୍ତାନ ଓ ପଞ୍ଜାବ ସୀମାରେ ଥିବା ଇଣ୍ଡସ ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପାସେଞ୍ଜର ବସକୁ ଟ୍ରକ ଧକ୍କା ଦେବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାକିସ୍ତାନ ଓ ପଞ୍ଜାବ ସୀମାରେ ଏହି ଦୁର୍ଘଟଣା ଘଟିଛି । ପାସେଞ୍ଜର ବସଟି ସିଆଲକୋଟ ଠାରୁ ରାଜନପୁର ଅଞ୍ଚଳକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ସ୍ଥାନୀୟ କମିଶନର ଡକ୍ଟର ଇରଶାଦ ଅହମ୍ମଦଙ୍କ ସୂଚନା ଅନୁସାରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ଥିବା ଜଣାପଡିଛି । ଘଟଣା ଘଟିବା ପରେ ଉଦ୍ଧାରକାରୀ ଟିମ ତୁରନ୍ତ ସେଠାରେ ପହଞ୍ଚିଥିଲେ । ମୃତଦେହକୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯିବା ସହିତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି କମିଶନର ।

ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଜଟିଳ ପରିସ୍ଥିତିରେ ରହିଛି ବୋଲି ହସ୍ପିଟାଲ ପରିଚାଳକ କହିଛନ୍ତି । ଯାତ୍ରୀମାନେ ଇଦୁଲ-ଜୁହା ପାଇଁ ଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଇଣ୍ଟେରିଅର ମନ୍ତ୍ରୀ ଶେଖ ରସିଦ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.