ETV Bharat / bharat

Children Vaccination: ୨ କୋଟିରୁ ଅଧିକ ପିଲା ନେଲେ ପ୍ରଥମ ଡୋଜ୍

author img

By

Published : Jan 9, 2022, 8:45 AM IST

ସପ୍ତାହକ ମଧ୍ୟରେ ଦେଶରେ ୨ କୋଟି ଟପିଲା କିଶୋର-କିଶୋରୀଙ୍କ ଟୀକାକରଣ(over 2 crore teens jabbed first dose) । ଟ୍ବିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Children Vaccination: ୨ କୋଟିରୁ ଅଧିକ ପିଲା ନେଲେ ପ୍ରଥମ ଡୋଜ୍
Children Vaccination: ୨ କୋଟିରୁ ଅଧିକ ପିଲା ନେଲେ ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଭାରତରେ ଦୁଇ କୋଟି ଟପିଲା କିଶୋର-କିଶୋରୀଙ୍କ ଟୀକାକରଣ । ଗତକାଲି(ଶନିବାର) ସୁଦ୍ଧା ଦେଶରେ ୨ କୋଟିରୁ ଊର୍ଦ୍ଧ୍ବ ୧୫-୧୮ ବର୍ଷ ବୟସ୍କ ପିଲା ପ୍ରଥମ ଡୋଜ୍ ଟିକା ନେଇଛନ୍ତି(over 2 crore teens jabbed first dose) । ଜାନୁୟାରୀ ୩ରୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହା ଦୁଇ କୋଟି ଅତିକ୍ରମ କରିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Union Health Minister Mansukh Mandaviya) ଏନେଇ ସୂଚନା ଦେଇଛନ୍ତି ।

  • Excellent! Well done my young friends.

    Let us continue this momentum.

    Urging everyone to follow all COVID-19 related protocols and get vaccinated, if you haven’t already. https://t.co/h6TCS0BDkU

    — Narendra Modi (@narendramodi) January 8, 2022 " class="align-text-top noRightClick twitterSection" data=" ">

ଟୀକାକରଣରେ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । କିଶୋର-କିଶୋରୀଙ୍କ ଉଦ୍ଦେଶ୍ୟରେ ପିଏମ୍‌ କହିଛନ୍ତି, ବହୁତ ଭଲ ମୋର ଯୁବ ବନ୍ଧୁ । ଟୀକାକରଣର ଏହି ଗତିକୁ ଆମକୁ ଜାରି ରଖିବାକୁ ହେବ । ସମସ୍ତେ କୋଭିଡ-୧୯ ସମ୍ବନ୍ଧୀୟ ନିୟମାବଳୀଗୁଡିକ ପାଳନ କରନ୍ତୁ । ଯେଉଁମାନେ ଏ ଯାଏଁ ଟିକା ଗ୍ରହଣ କରିନାହାନ୍ତି ସେମାନଙ୍କୁ ଟିକା ନେବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏବେସୁଦ୍ଧା ଦେଶରେ ୪୫ ବର୍ଷରୁ ତଦୁର୍ଦ୍ଧ ୯୧ ପ୍ରତିଶତରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିବାବେଳେ ୬୬ ପ୍ରତିଶତରୁ ଊର୍ଦ୍ଧ୍ବ ଦ୍ବିତୀୟ ଡୋଜ୍ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.