ETV Bharat / bharat

ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 150ରୁ ଉର୍ଦ୍ଧ୍ବ

ବର୍ଷାରେ ବେହାଲ ହିମାଚଳ ପ୍ରଦେଶ । ଲାହଲ-ସ୍ପିଟି ଜିଲ୍ଲାରେ ବନ୍ୟା ପରିସ୍ଥିତି । ଫସି ରହିଛନ୍ତି 150ରୁ ଉର୍ଦ୍ଧ୍ବ । ଜାରି ରହିଛି ରେସ୍କ୍ୟୁ ଅପରେସନ । ଅଧିକ ପଢନ୍ତୁ

author img

By

Published : Aug 1, 2022, 1:44 PM IST

ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 150 ରୁ ଉର୍ଦ୍ଧ୍ବ
ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 1ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 150 ରୁ ଉର୍ଦ୍ଧ୍ବ50 ରୁ ଉର୍ଦ୍ଧ୍ବ

ଶିମଲା: ପ୍ରବଳ ବର୍ଷା ପରେ ଉବୁଟୁୁବୁ ହିମାଚଳ ପ୍ରଦେଶର କିଛି ଜିଲ୍ଲା । ଲାହଲ-ସ୍ପିଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ 150ରୁ ଅଧିକ ଲୋକ ଫସି ରହିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଜି (ସୋମବାର) ଏହି ସୂଚନା ଦେଇଛି । ତେବେ ଏମାନଙ୍କୁ ଉଦ୍ଧାର ପ୍ରକ୍ରିୟା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହଛି । ଲାହଲ-ସ୍ପିଟି ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର (DEOC) ସମ୍ପୂର୍ଣ୍ଣ ଉଦ୍ଧାର ପ୍ରକ୍ରିୟାର ତଦାରଖ କରୁଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ସୀମା ସଡକ ସଂଗଠନ (BRO)ର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

DEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲାହଲ୍ ସବ୍-ଡିଭିଜନର ସୁମଡୋ-କାଜା-ଗ୍ରାମ୍ଫୁ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା କାରଣରୁ ପ୍ରାୟ 150 ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କ ସହ ଯୋଗଯୋଗ କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଏବଂ BRO କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯିବା ନେଇ ସଂସ୍ଥା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.