ETV Bharat / bharat

Covid Scare: ଦିନକରେ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତର କୋରୋନା ପଜିଟିଭ - ୧୦୦ ଡାକ୍ତରଙ୍କୁ କୋରୋନା

୧୦୦ ଅଧିକ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । କୋଲାକାତାର ୩ଟି ଭିନ୍ନ ଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Covid Scare: ଦିନକରେ ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର କୋରୋନା ପଜିଟିଭ

author img

By

Published : Jan 4, 2022, 9:46 AM IST

କୋଲକାତା: ଦେଶରେ ପୁଣି ବେଲଗାମ୍ ହେଉଛି ମହାମାରୀ । ହୁହୁ ହୋଇ କାୟା ମେଲାଉଛି କୋରୋନା । କୋରୋନା କବଳରୁ ଡାକ୍ତର ମଧ୍ୟ ବାଦ୍ ପଡୁନାହାନ୍ତି । କୋଲକାତାର ତିନୋଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଗୋଟିଏ ଦିନରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି (kolkata doctors test corona positive) । ସୋମବାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଏ ସମ୍ପର୍କିତ ସୂଚନା ଦେଇଛନ୍ତି ।

କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(calcutta national medical college and hospital)ରେ ପାଖାପାଖି ୭୦ ଜଣ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କାଳୀଘାଟସ୍ଥିତ ଏକ ହସ୍ପିଟାଲରୁ ୨୪ ଏବଂ ଚକ୍ଷୁ ଚିକିତ୍ସା ବିଭାଗର ଆଞ୍ଚଳିକ ପ୍ରତିଷ୍ଠାନ(regional institute of ophthalmology)ରୁ ୧୨ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତ ସଂକ୍ରମିତ ଡାକ୍ତରଙ୍କୁ ଆନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ।

ପୂର୍ବରୁ ବିହାରର ଏକ ହସ୍ପିଟାଲରେ ୮୭ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.