ETV Bharat / bharat

ବିଦାୟୀ ଉପ-ରାଷ୍ଟ୍ରପତି ଭେଙ୍କେୟାଙ୍କ ରେକର୍ଡ: କାର୍ଯ୍ୟକାଳରେ ଗସ୍ତ କରିଛନ୍ତି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

author img

By

Published : Aug 8, 2022, 9:39 PM IST

10 ତାରିଖରେ ସରୁଛି ବିଦାୟୀ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ । ଆଜି ସଂଧ୍ୟାରେ ବିଦାୟକାଳୀନ ନୈଶ୍ୟଭୋଜି । 5 ବର୍ଷ କାର୍ଯ୍ୟକାଳରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପରିଭ୍ରମଣ କରି ପ୍ରାୟ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ କରିଛନ୍ତି ରେକର୍ଡ । ଅଧିକ ପଢନ୍ତୁ

ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ରେକର୍ଡ: କାର୍ଯ୍ୟକାଳରେ ଭ୍ରମଣ କରିଛନ୍ତି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ହାଇଦ୍ରାବାଦ: ନିଜ କାର୍ଯ୍ୟକାଳ ଅବଧିରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନାଇଡୁ ଉପ ରାଷ୍ଟ୍ରପତି ଭାବେ ତାଙ୍କ 5 ବର୍ଷ କାର୍ଯ୍ୟକାଳରେ ସମଗ୍ର ଦେଶ ଭ୍ରମଣ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ପ୍ରାୟ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ପାଇଛନ୍ତି ନାଇଡୁ । ଯାହା ଉପରାଷ୍ଟ୍ରପତି ଭାବେ ତାଙ୍କର ବିରଳ ରେକର୍ଡ ମଧ୍ୟ । ସେ ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମ ମଧ୍ୟରେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ରହିଛି ।

ଚଳିତ ମାସ 10 ତାରିଖରେ ଉପରାଷ୍ଟ୍ରପତି ନାଇଡୁଙ୍କ କର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟସଭା ଅଧ୍ୟକ୍ଷ ଭାବେ ତାଙ୍କର ଗୃହ ପରିଚାଳନା ଓ ଅନ୍ୟାନ୍ୟ ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା ମଧ୍ୟ କରିଛନ୍ତି । ଆଜି ବିଦାୟୀ ଉପ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ନୈଶ୍ୟଭୋଜିର ଆୟୋଜନ ମଧ୍ୟ କରାଯାଇଛି । ଏଥିରେ ପ୍ରାଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର କ୍ୟାବିନେଟର ପ୍ରାୟ ସମସ୍ତ ମନ୍ତ୍ରୀ ଓ ବିଭିନ୍ନ ଦଳର ବରିଷ୍ଠ ସାଂସଦମାନେ ଅଂଶଗ୍ରହଣ କରିବେ ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ବିଦାୟୀ ଅଭିଭାଷଣ ରଖିବେ । ସେହିପରି ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅବଧି ମଧ୍ୟରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି । ନୂତନ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜଗଦୀପ ଧନଖର ସପତ୍ନୀକ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଆସନ୍ତା 10 ତାରିଖରେ ବିଧିବଦ୍ଧ ଭାବେ ଶେଷ ହେଉଛି ବିଦାୟୀ ରାଷ୍ଟ୍ରପତିଙ୍କ ନାଇଡୁଙ୍କ କାର୍ଯ୍ୟକାଳ । 11 ତାରିଖରେ ଦେଶର 14ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ନିର୍ବାଚିତ ଜଗଦୀପ ଧନଖର ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.