ETV Bharat / bharat

‘ମେହେଙ୍ଗାଇ ହଟାଓ ’ରାଲିରେ ଗର୍ଜିଲା କଂଗ୍ରେସ, ଦେଶରେ ହିନ୍ଦୁତ୍ବ ରାଜନୀତି ଚାଲିଛି କହିଲେ ରାହୁଲ - ‘ମେହେଙ୍ଗା ହଟାଓ ରାଲି ଅପଡେଟ

ରାଜସ୍ଥାନରେ ‘ମେହେଙ୍ଗାଇ ହଟାଓ ’ରାଲିରେ ହିନ୍ଦୁତ୍ବକୁ ନେଇ ବର୍ଷିଲା କଂଗ୍ରେସ । ରାହୁଲ କହିଲେ ହିନ୍ଦୁତ୍ବବାଦୀ ମାନେ କେବଳ କ୍ଷମତାର ସନ୍ଧାନରେ ଥାନ୍ତି । ସେମାନେ ସତ୍ୟାଗ୍ରହ ନୁହେଁ ବରଂ ସତ୍ତାଗ୍ରହ କରନ୍ତି । ଏକଥା ହିନ୍ଦୁମାନେ ବୁଝିବା ଆବଶ୍ୟକ । ଅଧିକ ପଢନ୍ତୁ

ଦେଶରେ ସତ୍ୟାଗ୍ରହ ନୁହେଁ ସତ୍ତାଗ୍ରହ ଚଳାଇଛନ୍ତି ହିନ୍ଦୁତ୍ବବାଦୀ

author img

By

Published : Dec 12, 2021, 9:58 PM IST

ଜୟପୁର: ଦେଶରେ ହିନ୍ଦୁତ୍ବବାଦୀ ରାଜନୀତି କରୁଥିବା ରାଜନୈତିକ ଦଳକୁ କ୍ଷମତାରୁ ହଟାଇବା ଦରକାର । ପ୍ରକୃତ ହିନ୍ଦୁ ସତ୍ୟାଗ୍ରହ ଚାହୁଁଥିବାବେଳେ କ୍ଷମତା ପାଇଁ ହିନ୍ଦୁତ୍ବବାଦୀମାନେ ସତ୍ତାଗ୍ରହ ଚଳାଇଛନ୍ତି । ପ୍ରକୃକ ହିନ୍ଦୁମାନେ, ହିନ୍ଦୁବାଦୀଙ୍କୁ କ୍ଷମତା ଠାରୁ ଦୂରରେ ରଖିବାକୁ ପଡିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଆଜି ରାଜସ୍ଥାନରେ ଆୟୋଜିତ ‘ମେହେଙ୍ଗା ହଟାଓ ’ ରାଲି ମାଧ୍ୟମରେ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ।

ଦେଶରେ ସତ୍ୟାଗ୍ରହ ନୁହେଁ ସତ୍ତାଗ୍ରହ ଚଳାଇଛନ୍ତି ହିନ୍ଦୁତ୍ବବାଦୀ : Rahul Gandhi

ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ 'ହିନ୍ଦୁତ୍ବବାଦୀ' କେବଳ କ୍ଷମତା ଦଖଲ କରିବାକୁ ଚାହୁଁଛନ୍ତି । ସେମାନେ ଏହି ପ୍ରସଙ୍ଗ ନେଇ 2014 ଲୋକସଭା ନିର୍ବାଚନ ପରଠାରୁ ଦେଶରେ କ୍ଷମତାରେ ଅଛନ୍ତି । ଆମକୁ ଏହି ହିନ୍ଦୁତ୍ୱବାଦୀଙ୍କୁ କ୍ଷମତାକୁ ଫିଙ୍ଗି ହିନ୍ଦୁମାନଙ୍କୁ ପ୍ରକୃତ ହିନ୍ଦୁତ୍ବକୁ ଫେରାଇ ଆଣିବା ଆବଶ୍ୟକ । ହିନ୍ଦୁତ୍ୱବାଦୀମାନେ କ୍ଷମତାର ସନ୍ଧାନ ପାଇଁ ନୁହେଁ ବରଂ ସତ୍ୟର ସନ୍ଧାନ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଏହା ଦେଖିବାକୁ ମିଳୁନାହିଁ । ମହାତ୍ମା ଗାନ୍ଧୀ ହିନ୍ଦୁ ଥିଲେ କିନ୍ତୁ ଗଡସେ ହିନ୍ଦୁବାଦୀ ଥିଲେ ବୋଲି ଉଦାହରଣ ଦେବା ସହ ସେ ନିଜେ ହିନ୍ଦୁ କିନ୍ତୁ ହିନ୍ଦୁବାଦୀ ନୁହଁନ୍ତି ବୋଲି କହିଛନ୍ତି ରାହୁଲ ।

ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବା ବ୍ୟକ୍ତି କେବଳ କ୍ଷମତା ଛଡା ଆଉ କିଛି ଚାହାନ୍ତି ନାହିଁ । ଭାରତ ଦେଶ ହିନ୍ଦୁତ୍ୱର ନୁହେଁ ବରଂ ହିନ୍ଦୁମାନଙ୍କର । ବର୍ତ୍ତମାନ ଭାରତୀୟ ରାଜନୀତିରେ 'ହିନ୍ଦୁ' ଏବଂ 'ହିନ୍ଦୁତ୍ବବାଦୀ'ର ଦୁଇଟି ଶବ୍ଦ ମଧ୍ୟରେ ଏକ ପ୍ରକାର ରାଜନୈତିକ ପ୍ରତିଦ୍ବନ୍ଦିତା ଚାଲିଛି, ଯାହାକୁ ପ୍ରକୃତ ହିନ୍ଦୁ ବୁଝିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

ରାହୁଲ ଆହୁରି ମଧ୍ୟ ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କୃଷକ ଏବଂ ଗରିବଙ୍କ ଲାଭ ଚାହାଁନ୍ତି ନାହିଁ । ବର୍ତ୍ତମାନ ଦେଶ ୩ ରୁ ୪ ଜଣ ପୁଞ୍ଜିପତିଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ଆରଏସଏସ ସଦସ୍ୟଙ୍କୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ OSD ଭାବରେ ନିଯୁକ୍ତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ଏହା ମଧ୍ୟ ପଢନ୍ତୁ:- Priyanka's allegation against Centre: କଂଗ୍ରେସର ୭୦ ବର୍ଷର ନିର୍ମାଣକୁ ବିକିବାକୁ ଚାହୁଁଛି କେନ୍ଦ୍ର

ସେହିପରି ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦେଶ ପାଇଁ ବହୁତ କିଛି ନିର୍ମାଣ କରିଛି । କିନ୍ତୁ ବିଜେପି ନେତୃତ୍ବାଧୀନ ସରକାର ସେସବୁକୁ ବିକ୍ରି କରିବାକୁ ଚାହୁଁଛି । ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିବାବେଳେ ୭ ବର୍ଷ ମଧ୍ୟରେ ରାଷ୍ଟ୍ର ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଦେଶରେ ଏମ୍ସ ଓ ବିମାନବନ୍ଦର ପରି ଅନେକ ଅନୁଷ୍ଠାନ କଂଗ୍ରେସ ସମୟରେ ହୋଇଥିବା କହିଛନ୍ତି କଂଗ୍ରେସ । କେବଳ କଂଗ୍ରେସ କିଛି କରିନାହିଁ ବୋଲି କହିକହି ବିଜେପି ରାଜନୀତି କରି ଚାଲିଥିବା କହିଛନ୍ତି ପ୍ରିୟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.