ETV Bharat / bharat

Mann Ki Baat: ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ କହିଲେ ପ୍ରଧାନମନ୍ତ୍ରୀ - ମନ୍ କି ବାତ୍

106ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିବା ସହିତ ଦୀପାବଳିର ଶୁଭେଚ୍ଛା ସହ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi on 106th Mann Ki Baat
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Oct 29, 2023, 12:35 PM IST

ନୂଆଦିଲ୍ଲୀ: 106ତମ ମନ୍ କି ବାତ୍ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ବଳ ଦେବା, ସ୍ଥାନୀୟ ଉତ୍ପାଦ କ୍ରୟ ଓ ଭୋକାଲ ଫର ଲୋକାଲ ହେବା, ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ସହ ସର୍ଦାଲ ବଲ୍ଲଭାଇ ପଟେଲ ଜୟନ୍ତୀ ଅବସରରେ ରନ ଫର ୟୁନିଟ୍‌ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଏକତାର ସଂକଳ୍ପକୁ ମଜଭୁତ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋକାଲ ଫର ଲୋକାଲ ନେଇ ମନ୍ତ୍ର ଦେବା ସହିତ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ବ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତୀ । ସବୁଦିନ ପରି ଏଥର ବି ପର୍ବ ସମୟରେ ଭୋକାଲ ଫର ଲୋକାଲ ଆମର ପ୍ରଥମ ପ୍ରାଥମିକତା ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • Like every time, this time too, during festivals, our priority should be 'Vocal for Local', says PM Modi during his 106th episode of Mann Ki Baat pic.twitter.com/F5WkKJhb2r

    — ANI (@ANI) October 29, 2023 " class="align-text-top noRightClick twitterSection" data=" ">

31 ଅକ୍ଟୋବରରେ ଲଞ୍ଚ ହେବ MY BHARAT: 31 ଅକ୍ଟୋବରରେ ଏକ ବହୁତ ବଡ ରାଷ୍ଟ୍ରବ୍ୟାପୀ ସଂଗଠନର ଶୁଭାରମ୍ଭ ହେବାକୁ ଯାଉଛି । ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହା ସଂଗଠନ ଆରମ୍ଭ ହେବ ଯାହାର ନାମ ହେଉଛି 'ମୋ ଯୁବ ଭାରତ' ଅର୍ଥାତ MY BHARAT, MY BHARAT ସଂଗଠନ । ଭାରତର ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ବିଭିନ୍ନ ଆୟୋଜନରେ ସକ୍ରିୟ ଭୂମିକା ତୁଲାଇବାକୁ ଏହି ସଂଗଠନ ଅବସର ଦେବ । ଏହା ବିକଶତି ଭାରତ ନିର୍ମାଣରେ ଯୁବଶକ୍ତିକୁ ଏକଜୁଟ କରିବାକୁ ପ୍ରୟାସ ହେବ । ମୋ ଯୁବ ଭାରତ ୱେବସାଇଟ୍‌ ଆରମ୍ଭ ହେବାକୁ ଯାଉଛି । ମୁଁ ଯୁବଗୋଷ୍ଠୀଙ୍କୁ ଅନୁଗୋଧ କରୁଛି ମୋ ଦେଶର ଯୁବଶକ୍ତି mybharat.gov.inରେ ରେଜିଷ୍ଟ୍ରେସନ୍‌ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାଇନ ଅପ କର ।

  • "The foundation of a very big nationwide organization is being laid on 31st October and that too on the birth anniversary of Sardar Saheb. The name of this organization is - My Young India, i.e. MYBharat. MYBharat organization will provide an opportunity to the youth of India to… pic.twitter.com/Wj841lHJOq

ଗାନ୍ଧୀ ଜୟନ୍ତୀରେ ରେକର୍ଡ ଖଦି ବିକ୍ରି: ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀରେ ଖଦି ବିକ୍ରିରେ ରେକର୍ଡ ହୋଇଛି । ଖଦି ଷ୍ଟୋରରେ ଗୋଟିଏ ଦିନରେ ଦେଢ଼ କୋଟି ଟଙ୍କାରୁ ଅଧିକ ଟଙ୍କାର ଖଦି ଜିନିଷ ବିକ୍ରି ହୋଇଛି । ପୁରୁଣା ରେକର୍ଡକୁ ଭାଙ୍ଗିଛି । ଖଦିର ବିକ୍ରି ବଢ଼ିବା ଅର୍ଥ ଏହାର ଫାଇଦା ସହରରୁ ନେଇ ଗାଁ ଯାଏଁ ଅଲଗା ଅଲଗା ବର୍ଗଙ୍କ ନିକଟରେ ପହଞ୍ଚିଛି । ଏହି ବିକ୍ରି ଲାଭ ବୁଣାକାର, ହସ୍ତଶିଳ୍ପୀ କାରିଗର, ଚାଷୀ ସମସ୍ତଙ୍କୁ ମିଳିଛି । ଏହା ହି ଭୋକାଲ୍‌ ଫର୍‌ ଲୋକାଲ୍‌ ଅଭିଯାନର ଶକ୍ତି । ଧୀରେଧୀରେ ଏ ନେଇ ଦେଶବାସୀଙ୍କ ସମର୍ଥନ ବଢୁଛି । ସବୁଦିନ ପରି ଏଥର ବି ପର୍ବ ସମୟରେ ଭୋକାଲ୍‌ ଫର୍‌ ଲୋକାଲ ଆମର ପ୍ରଥମ ପ୍ରାଥମିକତା ହେବା ଦରକାର । ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • "The entire country will celebrate Tribal Pride Day on 15th November. This special day is associated with the birth anniversary of Lord Birsa Munda. Lord Birsa Munda resides in the hearts of all of us. We can learn from his life what true courage is and what it means to stand… pic.twitter.com/r1LRlV4beg

ଦେଶରେ ଆଦିବାସୀ ଯୋଦ୍ଧାଙ୍କ ଏକ ସମୃଦ୍ଧ ଇତିହାସ ରହିଛି: ଭାରତବର୍ଷରେ ଆଦିବାସୀ ଯୋଦ୍ଧାଙ୍କର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଭାରତ ମାଟିରେ ମହାନ ତିଲକ ମାଝୀ ଅନ୍ୟାୟ ବିରୋଧରେ ବିଗୁଲ ଦେଇଥିଲେ । ସିନ୍ଧୋ କାହ୍ନୁ ସମାନତା ଉପରେ ସ୍ବର ଉଠାଇଥିଲେ । ଶହୀଦ ବୀର ନାରାୟଣ ସିଂହ, ଅଲୁରି ସୀତାରାମ ରାଜୁ, ବୀର ଗୁଡାଧର, ରାନୀ ଗାଇଜିଲ୍ଲୁ, ରାନୀ କମଳାପତିଙ୍କ ଭଳି ଯୋଦ୍ଧା ଏହି ମାଟିରେ ଜନ୍ମ ନେଇଛନ୍ତି । ସେମାଙ୍କଠୁ ଆମକୁ ପ୍ରେରଣା ମିଳିଛି । ଅକ୍ଟୋବର 30ରେ ଗୋବିନ୍ଦ ଗୁରୁଙ୍କ ପୂଣ୍ୟତିଥି । ରାଜସ୍ଥାନ ଓ ଗୁଜୁରାଟ ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନରେ ଗୁରୁ ଗୋବିନ୍ଦଙ୍କର ବିଶେଷ ମହତ୍ବ ରହିଛି । ନଭେମ୍ବର 15 ତାରିଖରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହ ଜଡ଼ିତ । ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ରହିଛନ୍ତି । ଭଗବାନ ବିର୍ସା ମୁଣ୍ଡା ବିଦେଶୀ ଶାସନକୁ କେବେ ସ୍ୱୀକାର କରି ନାହାନ୍ତି । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ ଯେଉଁଥିରେ ଅନ୍ୟାୟ ପାଇଁ କୌଣସି ସ୍ଥାନ ନଥିଲା । ସବୁ ବ୍ୟକ୍ତି ସମ୍ମାନ ଏବଂ ସମାନତାର ସହ ବଞ୍ଚନ୍ତୁ ବୋଲି ସେ ଚାହୁଁଥିଲେ । ତାଙ୍କର ପ୍ରକୃତି ସହ ଯୋଡି ଦେବାକୁ ସେ ଅହ୍ୱାନ ଦେଉଥିଲେ । ବିର୍ସା ମୁଣ୍ଡାଙ୍କ ଜୀବନ ଆମର ଉତ୍ସାହ ଏବଂ ଅତୁଟ ସଂକଳ୍ପର ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମହିଳାଙ୍କ ପାଇଁ ମୀରାବାଇ ପ୍ରେରଣା: ଚଳିତ ବର୍ଷ ଦେଶ ମହାନ ସନ୍ଥ ମୀରାବାଇଙ୍କ 525ତମ ଜନ୍ମଜୟନ୍ତୀ ପାଳନ କରୁଛି । ଦେଶର ମାଆ-ଭଉଣୀଙ୍କ ପାଇଁ ମୀରାବାଇ ଆଜି ପ୍ରେରଣା ସାଜିଛନ୍ତି । ସେହି କାଳଖଣ୍ଡରେ ସେ ତାଙ୍କ ଅନ୍ତରରେ ଥିବା ସ୍ବରକୁ ଶୁଣି ରୂଢିବାଦୀ ଧାରଣା ବିରୋଧରେ ଛିଡ଼ା ହୋଇଥିଲେ । ଜଣେ ସନ୍ଥ ରୂପରେ ସେ ଆମକୁ ପ୍ରେରଣା ଦେଇଛନ୍ତି । ଯଦି କାହାକୁ ସଙ୍ଗୀତରେ ରୁଚି ରହିଛି ତେବେ ସେ ସଙ୍ଗୀତ ପ୍ରତି ସମର୍ପଣର ବଡ଼ ଉଦାହରଣ । ଯଦି କେହି ଦେବୀୟ ଶକ୍ତିରେ ବିଶ୍ବାସ ରଖନ୍ତି ତେବେ ମୀରାବାଇଙ୍କ ଭଲି ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ ହେବା ଏ ନେଇ ଏକ ବଡ଼ ପ୍ରେରଣା ହୋଇପାରିବ । ମୀରାବାଇ ଭାରତୀୟ ସମାଜ ଓ ସଂସ୍କୃତିକୁ ସଶକ୍ତ କରିବାକୁ ଆଗକୁ ଆସିଥିଲେ । ସରଳତାରେ କେତେ ଶକ୍ତି ଥାଏ ତାହା ମୀରାବାଇଙ୍କ ଜୀବନକାଳରୁ ଜଣା ପଡ଼ିଥାଏ । ସନ୍ଥ ମୀରାବାଇଙ୍କୁ କୋଟିକୋଟି ପ୍ରଣାମ ।

ଏହା ବି ପଢନ୍ତୁ...Mann Ki Baat: ଆଜି 106ତମ ମନ୍ କି ବାତ୍ ଏସିସୋଡ, ମନ କଥା କହିବେ ମୋଦି

ଏସୀୟ ପାରା କ୍ରୀଡ଼ା ସଫଳତା ପାଇଁ ଶୁଭେଚ୍ଛା: ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ା ପରି ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳି ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିଛନ୍ତି । 111 ରେକର୍ଡ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ସମସ୍ତ ପାରା ଏସିଆନ ଗେମ୍ସରେ ଭାଗ ନେଇଥିବା ଆଥଲେଟ୍‌ଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ସ୍ପେସିଆଲ ଅଲିମ୍ପିକ୍ସ ବିଶ୍ବ ସମର ଗେମ୍ସ ବିଷୟରେ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ଆୟୋଜନ ବର୍ଲିନରେ ହୋଇଥିଲା । ଏହି ପ୍ରତିଯୋଗିତା ଆମ ଇଣ୍ଟେଲେକ୍ୟୁଆଲ ଡିସାବିଲିଟି ଖେଳାଳି ଅଦ୍ଭୂତ ପ୍ରଦର୍ଶନ କରିଥିଲେ । ଏଥିରେ ଭାରତୀୟ ଦଳ 75ଟି ସ୍ବର୍ଣ୍ଣ ସହ ମୋଟ 200 ପଦକ ଜିତି ଇତିହାସ ରଚିଥିଲେ ।

ଦୀପାବଳୀ ଶୁଭେଚ୍ଛା ଦେଲେ ମୋଦି: ଆସନ୍ତା ନଭେମ୍ବର 12 ତାରିଖରେ ଆଲୋକର ପର୍ବ ଦୀପାବଳି । ଏ ନେଇ ମନ୍ କି ବାତରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରିବାର ସହ ଖୁସିରେ ଏହାକୁ ପାଳନ କରିବାକୁ କହିଛନ୍ତି । ଦୀପାବଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.