ETV Bharat / bharat

ଭାରତ ବିଜେପିର ନୁହେଁ ମହାତ୍ମା ଗାନ୍ଧୀଙ୍କ ଦେଶ: ଫାରୁକ ଅବଦୁଲ୍ଲା - ଫାରୁକ ଅବଦୁଲ୍ଲା

ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଯଦି ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସହ ଯିବାର ଥାନ୍ତା, ତାହେଲେ ଏହା 1947ରେ ହିଁ ହୋଇଯାଇଥାନ୍ତା । ଅଧିକ ପଢନ୍ତୁ...

ଭାରତ ବିଜେପିର ନୁହେଁ ମହାତ୍ମା ଗାନ୍ଧୀଙ୍କ ଦେଶ: ଫାରୁକ ଅବଦୁଲ୍ଲା

author img

By

Published : Nov 6, 2020, 7:27 PM IST

ଶ୍ରୀନଗର: ନଜରବନ୍ଦୀରୁ ମୁକ୍ତ ହେବା ପରେ ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ବିଚଳିତ ହୋଇପଡିଛନ୍ତି ଏନସି ସୁପ୍ରିମୋ ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁଅ ଓମାର ଅବଦୁଲ୍ଲା । ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଯଦି ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସହ ଯିବାର ଥାନ୍ତା, ତାହେଲେ ଏହା 1947ରେ ହିଁ ହୋଇଯାଇଥାନ୍ତା । ଏପରି ହେବାକୁ କେହି ବି ରୋକିପାରି ନଥାନ୍ତେ । ତେବେ ଏହି ଦେଶ ବିଜେପିର ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ଭାରତ ବୋଲି କହିଛନ୍ତି ଫାରୁକ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, 28 ବର୍ଷ ଧରି ପ୍ରତିଜ୍ଞା କରାଯାଇ ଆସୁଛି ଯେ ଆମେ କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବୁ। 5 ବର୍ଷ ବିତିଗଲାଣି । ଏ 5 ବର୍ଷ ମଧ୍ୟ ବିତିଯିବ । କାଶ୍ମୀର ପଣ୍ଡିତମାନେ ଏପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ସେଦିନ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଫାରୁକ ।

ପୂର୍ବରୁ ଧାରା 370 ପ୍ରସଙ୍ଗରେ ଫାରୁକ କହିଥିଲେ ଯେ, ଆମ ଲଢେଇ ଜାରି ରହିବ । ଫାରୁକ ଅବଦୁଲ୍ଲା ଜୀବିତ ରହୁ କି ନରହୁ ହେଲେ ଧାରା 370କୁ ପୂନଃସ୍ଥାପନ ପାଇଁ ଲଢେଇ ଜାରି ରହିବ ବୋଲି ସେ କହିଥିଲେ । ଫାଶୀରେ ଝୁଲାଇ ଦେଲେ ମଧ୍ୟ ସଂକଳ୍ପରେ ପରିବର୍ତ୍ତନ ହେବ ନାହିଁ ବୋଲି ପ୍ରତିକ୍ରିୟା ଦେଇଥିଲେ ଫାରୁକ ।

ଜାମ୍ମୁ କାଶ୍ମୀର ବିକାଶ ପରିଷଦ ବୈଠକକୁ ଆଉ ଅଳ୍ପଦିନ ବାକିଥିବା ବେଳେ ନଜର ବନ୍ଦୀରୁ ମୁକ୍ତ ହୋଇଥିବା ସମସ୍ତ ନେତାଙ୍କ ବୟାନ ଘାଟିର ରାଜନୀତିକୁ ସରଗରମ କରିଛି । ସେପଟେ ଜାମ୍ମୁ ଓ କାଶ୍ମୀରରେ ଧାରା 370ର ପୂନଃସ୍ଥପାନ ପାଇଁ ଫାରୁକଙ୍କ ନେତୃତ୍ବରେ ଘନ ଘନ ବସୁଛି ବୈଠକ । ନିକଟରେ ଫାରୁକଙ୍କ ଘରେ ହୋଇଥିବା ବୈଠକରେ ଗୁପକାର ଚୁକ୍ତିକୁ ନେଇ ଆଲୋଚନା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.