ଡେରାଡୁନ: ଲାଲକୁଆ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି କଂଗ୍ରେସର ତୁଙ୍ଗ ନେତା ହରିଶ ରାୱତ । ଉତ୍ତରାଖଣ୍ଡରେ ବିଜେପିର ଲହର ଦେଖିବାକୁ ମିଳିଛି । ଏହାସତ୍ତ୍ବେ ସେଠାରେ ପୁଷ୍କର ସିଂହ ଧାମି ପରାଜିତ ହୋଇଛନ୍ତି । ତେବେ ପରାଜୟ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ହରିଶ ରାୱତ ।
-
#UttarakhandElections2022 | Our efforts were a little less to win over the public of Uttarakhand. We were sure that people will vote for a change, there must've been a shortage in our efforts, I accept it & take responsibility for the defeat: Congress leader Harish Rawat pic.twitter.com/xiG0YuSnCF
— ANI UP/Uttarakhand (@ANINewsUP) March 10, 2022 " class="align-text-top noRightClick twitterSection" data="
">#UttarakhandElections2022 | Our efforts were a little less to win over the public of Uttarakhand. We were sure that people will vote for a change, there must've been a shortage in our efforts, I accept it & take responsibility for the defeat: Congress leader Harish Rawat pic.twitter.com/xiG0YuSnCF
— ANI UP/Uttarakhand (@ANINewsUP) March 10, 2022#UttarakhandElections2022 | Our efforts were a little less to win over the public of Uttarakhand. We were sure that people will vote for a change, there must've been a shortage in our efforts, I accept it & take responsibility for the defeat: Congress leader Harish Rawat pic.twitter.com/xiG0YuSnCF
— ANI UP/Uttarakhand (@ANINewsUP) March 10, 2022
ହରିଶ ରାୱତ ମିଡିଆକୁ ପ୍ରତକ୍ରିୟା ଦେଇ କହିଛନ୍ତି ଯେ, "ବିଜୟ ହାସଲ କରିବା ପାଇଁ ବୋଧ ହୁଏ ଆମେ ଶତ ପ୍ରତିଶତ ପ୍ରଚେଷ୍ଟା କରି ପାରିଲୁ ନାହିଁ । ଆମେ ନିଶ୍ଚିତ ଯେ ଲୋକ ପରିବର୍ତ୍ତନକୁ ଭୋଟ ଦେବାକୁ ଚାହୁଁଥିଲେ । କିନ୍ତୁ ଆମେ ଲୋକଙ୍କ ପାଖରେ ପହଞ୍ଚିବାରେ କେଉଁଠି ନା କେଉଁଠି ଫେଲ୍ ମାରିଛୁ ।"
ନିର୍ବାଚନରେ ବିଜୟ ହାସଲ କରିବା ପାଇଁ କଂଗ୍ରେସ ଠିକ ଭାବରେ ରଣନୀତି ପ୍ରସ୍ତୁତ କରିପାରିନାହିଁ । ଏହାକୁ ହରିଶ ରାୱତ ସ୍ବୀକାର କରିଛନ୍ତି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ କର୍ମୀ ପ୍ରାଣେପ୍ରଣେ ଚେଷ୍ଟା କରିଥିଲେ । ଏଥିପାଇଁ ହରିଶ ରାୱତ ସମସ୍ତ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ହରିଶଙ୍କ ମତରେ ଉତ୍ତରାଖଣ୍ଡରେ କଂଗ୍ରେସ ଲୋକଙ୍କ ବିଶ୍ବାସ ଜିତିବାରେ ଅସମର୍ଥ ହୋଇଥିଲା । ଖାଲି ସେତିକି କଂଗ୍ରେସ ଯେଉଁଭଳି ପ୍ରଚାର କରିଥିଲା ତାହା ଯଥେଷ୍ଟ ନଥିଲା ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ