ETV Bharat / bharat

Mann Ki Baat; ମିଲଖାଙ୍କୁ ମନେ ପକାଇଲେ, ଟୀକାକରଣକୁ ପ୍ରଶଂସା କଲେ ମୋଦି - corona

'ମନ କି ବାତ' କାର୍ଯ୍ୟକ୍ରମର 78ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ସମୟରେ ଖେଳ ଜଗତରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ
ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ
author img

By

Published : Jun 27, 2021, 1:03 PM IST

ନୂଆଦିଲ୍ଲୀ: 'ମନ କି ବାତ' କାର୍ଯ୍ୟକ୍ରମର 78ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ସମୟରେ ଖେଳ ଜଗତରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି ମୋଦି । ଏହି ସହିତ ଏହି ରେଡିଓ କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ ବିଷୟରେ ଆଲୋଚନା କରିଛନ୍ତି । ଗୋଟିଏ ଦିନରେ ମାଗଣା ଟୀକାକରଣର ଅଭିଯାନକୁ ପ୍ରଶଂସା କରିଛନ୍ତି ମୋଦି ।

ଟୋକିଓ ଅଲମ୍ପିକକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହି ସମୟରେ ଆମେ କିପରି କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କୁ ଭୁଲିଯିବା । କିଛି ଦିନ ତଳେ କୋରୋନାରେ ମିଲଖା ସିଂଙ୍କୁ ହରେଇଛୁ । ସେ ଡାକ୍ତରଖାନାରେ ଥିବା ସସୟରେ ମୁଁ ତାଙ୍କ ସହିତ କଥା ହୋଇଥିଲି ଶୀଘ୍ର ସୁସ୍ଥ ହୋଇ ଅଲମ୍ପିକରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳୀଙ୍କୁ ପ୍ରେରଣା ଯୋଗାଇ ଦେବେ ବୋଲି କଥା ହୋଇଥିବା ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋର ଏବେ ବି ମନେ ଅଛି 2014ରେ ମିଲଖା ସିଂ ସୁରତ ଆସିଥିଲେ । ଆମେ ଏକ ରାତ୍ରୀ ମାରାଥନ ପ୍ରସ୍ତୁତ କରିଥିଲୁ । ସେହି ସସୟରେ ଆମେ ସ୍ପୋଟ୍ସକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିଥିଲୁ ଯାହା ମୋତେ ଅଧିକ ପ୍ରେରଣା ଯୋଗାଇଥିଲା ।

କୋରୋନା ପାଇଁ ଗତ ବର୍ଷ ଟୋକିଓ ଅଲମ୍ପିକ ସ୍ଥଗିତ ରଖାଯାଇଥିଲା । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ଯାଏଁ ଟୋକିଓ ଅଲମ୍ପିକ ଖେଳାଯିବ । ଯେତେବେଳେ ପ୍ରତିଭା,ନିଷ୍ଠା,ସର୍ମପଣ ଓ ଜଣେ ଖେଳାଳୀର ଆତ୍ମା ଏକାଠୀ ହୁଏ ତେବେ ବିଜୟ ହାସଲ କରିବା ସୁନିଶ୍ଚିତ ବୋଲି କହିଛନ୍ତି ମୋଦି । ଆମ ଦେଶରେ ଅନେକ ଖେଳାଳି ଛୋଟ ଛୋଟ ଜିଲ୍ଲା, ଗାଁରୁ ଆସି ମଧ୍ୟ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି । ଏହା ସହିତ ଟୋକିଓ ଟିକେଟ ପାଇ ଥିବା ଅନେକ ଆଥଲେଟଙ୍କ ଜୀବନ ସଂଘର୍ଷ ବିଷୟରେ କହିଛନ୍ତି ମୋଦି ।

ଏହା ସହିତ ଟୀକାକରଣକୁ ନେଇ ବିଭିନ୍ନ ରାଜ୍ୟରେ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ଦିନରେ ମାଗଣା ଟୀକାକରଣ ଅଭିଯାନରେ 86 ଲକ୍ଷ ଲୋକ ଟିକା ନେଇ ଏକ ଇତିହାସ ସୃଷ୍ଟି କରିଛନ୍ତି ଯାହାକୁ ପ୍ରଶଂସା କରିଛନ୍ତି ମୋଦି । ବିଭିନ୍ନ ଗାଁ ଗୁଡିକରେ ଟୀକାକରଣକୁ ନେଇ ଉଠୁଥିବା ଗୁଜବ ଠାରୁ ଦୂରରେ ରହି ଟୀକାକରଣରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ମୋଦି । କୋରୋନାର ସମସ୍ତ ନିୟମମାନି ଟୀକାକରଣ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି ।

ଆମ ଚାରିପାଖରେ ଅନେକ ଗଛ ରହିଛି ଯାହାର ଅନେକ ଔଷଧିୟ ଗୁଣ ରହିଛି । ହେଲେ ଆମେ ସେହି ବିଷୟରେ ଜାଣିପାରି ନଥାଉ । ମଧ୍ୟପ୍ରଦେଶର ରାମଲୋତନ କୁଶୱା ଜୀ ତାଙ୍କ ଚାଷ ଜମିରେ ଏକ ଦେଶୀ ସଂଗ୍ରହାଳୟ ନିର୍ମାଣ କରିଛନ୍ତି । ଯେଉଁଥିଲେ ସେ ଶହ ଶହ ଔଷଧ ଉଦ୍ଭିଦ ଏବଂ ମଞ୍ଜି ସଂଗ୍ରହ କରିଛନ୍ତି ଯାହା ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୋଦି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.