ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ଥିଲା ବିରୋଧୀଙ୍କ ବେଙ୍ଗାଲୁରୁ ସମ୍ମିଳନୀ ! 5 ସନ୍ଦିଗ୍ଧ ଆତଙ୍କୀ ଗିରଫ ପରେ ମିଳିଲା ସୁରାକ

author img

By

Published : Jul 19, 2023, 9:04 PM IST

ଆତଙ୍କୀଙ୍କ ଟାର୍ଗେଟେରେ ଥିଲା ବିରୋଧୀଙ୍କ ବେଙ୍ଗାଲୁରୁ ସମ୍ମିଳନୀ । ଗତକାଲି 5 ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିବା ପରେ ମିଳିଲା ସୂଚନା । ଟାର୍ଗେଟରେ ଥିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟ ଓ ମିଳିତ ବିରୋଧୀ ସମାରୋହ । ଅଧିକ ପଢନ୍ତୁ

ଆତଙ୍କୀଙ୍କ ଟାର୍ଗେଟେରେ ଥିଲା ବିରୋଧୀଙ୍କ ବେଙ୍ଗାଲୁରୁ ସମ୍ମିଳନୀ ! 5 ସନ୍ଦିଗ୍ଧ ଆତଙ୍କୀ ଗିରଫ ପରେ ମିଳିଲା ସୁରାକ

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁରେ ମିଳିତ ବିରୋଧୀଙ୍କ ମହାମେଣ୍ଟ ବୈଠକକୁ ନେଇ ସାରା ଦେଶର ନଜର ଥିଲା । ହେଲେ ଏହି ବିରୋଧୀ କାର୍ଯ୍ୟକ୍ରମରେ ଥିଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା 5 ସନ୍ଦିଗ୍ଧ ଆତଙ୍କୀଙ୍କୁ ପ୍ରାଥମିକ ଜେରା ପରେ ଏପରି କିଛି ସୂଚନା ଗୁଇନ୍ଦା ବିଭାଗ ହାତରେ ଲାଗିଥିବା ଜଣାପଡିଛି । ଏପରି ତଥ୍ୟ ପ୍ରକାଶ ପାଇବା ପରେ ସମଗ୍ର ଦେଶ ଏବେ ଚକିତ ହୋଇପଡିଛି । ରାଜ୍ୟ ଗୁଇନ୍ଦା ବିଭାଗ ଏପରି ଏକ ଆକ୍ରମଣ ଯୋଜନା ଥିବା ରାଜ୍ୟ ଗୃହମନ୍ତ୍ରୀ ଡ.ଜି ପରମେଶ୍ବର ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟକୁ ଏକ ରିପୋର୍ଟ ପଠାଇଛି । ରାଜ୍ୟ ଗୃହମନ୍ତ୍ରୀ ପରମେଶ୍ବର ମଧ୍ୟ ରାଜ୍ୟ ଇଣ୍ଟେଲିଜେନ୍ସ ବିଭାଗର ସୂଚନା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଅବଗତ କରିଛନ୍ତି ।

ଗତକାଲି ବେଙ୍ଗାଲୁରୁରେ 5 ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗୁଇନ୍ଦା ବିଭାଗର ଇନପୁଟ ସୂଚନା ଆଧାରରେ ରାଜ୍ୟ ପୋଲିସ ମିଳିତ ଅପରେସନରେ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ଏହି 5 ଆତଙ୍କୀଙ୍କୁ ଜେରା ପରେ ଏହି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ସେମାନଙ୍କ ଟାର୍ଗେଟରେ ବିଧାନସଭା ପରିସରରେ ଥିବା ମୁଖ୍ଯମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟ ଥିଲା । ସେହିପରି 17 ତାରିଖ ଓ ଗତକାଲି(18 ତାରିଖ) ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ବିରୋଧୀ ମହାମେଳିରେ ମଧ୍ୟ ବିସ୍ଫୋରଣ କରିବା ନେଇ ଯୋଜନା କରିଥିଲେ ଏହି ସନ୍ଦିଗ୍ଧ ଆତଙ୍କୀ ।

ଏକାଧିକ ସ୍ଥାନରେ ଏମାନେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିଲେ । ହେଲେ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହେବା ପରେ କୌଣସି ଅଘଟଣ ଘଟିନଥିଲା । ଗୃହମନ୍ତ୍ରୀ ପରମେଶ୍ବର କହିଛନ୍ତି, ରାଜ୍ୟ ଗୁଇନ୍ଦା ବିଭାଗ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇଥିଲେ, ବଡ ଧରଣର ଆକ୍ରମଣ ହୋଇଥାନ୍ତା । ସଠିକ ଭାବେ ସେମାନଙ୍କୁ ଚିହ୍ନଟ କରି ଗିରଫ କରିବା ପୋଲିସର ଏକ ବଡ଼ ସଫଳତା । ଉଚିତ ଇନପୁଟ ସୂଚନା ଓ ସମନ୍ବୟ ଫଳରେ ବଡଧରଣର ଆତଙ୍କୀ ହମଲାକୁ ରୋକା ଯାଇ ପାରିଛି ।

ଏହା ମଧ୍ୟ ପଢନ୍ତୁ:-Opposition meet: 11 ଜଣିଆ ସମନ୍ବୟ କମିଟି ସ୍ଥିର କରିବ ପରବର୍ତ୍ତୀ କାର୍ଯ୍ୟପନ୍ଥା, ମୁମ୍ବାଇରେ 3ୟ ବୈଠକ

ଗତକାଲି ବୈଠକର ଦ୍ୱିତୀୟ ଦିନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁ) ସୁପ୍ରିମୋ ନୀତିଶ କୁମାର, ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ଗୋଟିଏ ବ୍ୟାନର ତଳେ ପ୍ରେସମିଟ କରି ମେଣ୍ଟର ନାମକରଣ ସହ ବିଜେପି ବିରୋଧରେ ଋଣହୁଙ୍କାର ଦେଇଥିଲେ ବିରୋଧୀ । ବିଜେପି ବିରୋଧରେ ବିରୋଧୀଙ୍କ ମହାମେଳିର ଯୋଜନା ଚାଲିଥିବା ବେଳେ ଆତଙ୍କବାଦୀ କରୁଥିଲେ ଆକ୍ରମଣ ଯୋଜନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.