ETV Bharat / bharat

Opposition Meeting Patna:ନୀତିଶଙ୍କୁ କଂଗ୍ରେସ ଝଟକା, ବୈଠକ ବାତିଲ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, 12 ଜୁନରେ ପ୍ରସ୍ତାବିତ ବିରୋଧୀ ଦଳ ବୈଠକକୁ କଂଗ୍ରେସ ନେତୃତ୍ବ ପାଇଁ ବାତିଲ କରାଯାଇଛି । ବୈଠକରେ କଂଗ୍ରେସର ଉପସ୍ଥିତି ଜରୁରୀ ଥିଲା। କଂଗ୍ରେସ ବ୍ୟତୀତ ସମସ୍ତ ଦଳ ବୈଠକରେ ସାମିଲ ହେବାକୁ ପ୍ରସ୍ତୁତ ଥିଲେ । ପୁଣି ଥରେ କଂଗ୍ରେସ ନେତୃତ୍ବ ସହିତ ଆଲୋଚନା କରି ଆମେ ନୂଆ ତାରିଖ ଘୋଷଣା କରିବୁ । କିନ୍ତୁ ବର୍ତ୍ତମାନ 12 ଜୁନରେ ପ୍ରସ୍ତାବିତ ବୈଠକକୁ ସ୍ଥଗିତ ରଖାଯାଇଛି ।

author img

By

Published : Jun 5, 2023, 5:48 PM IST

Etv Bharat
Etv Bharat

ପାଟନା: ନୀତିଶ କୁମାରଙ୍କୁ କଂଗ୍ରେସ ଝଟକା । ଭିତ୍ତିଭୂମି ପୂର୍ବରୁ ବିଫଳ ହେଲା ରଣନୀତି । ଟଳିଲା ପ୍ରସ୍ତାବିତ ଜୁନ 12 ମହାବୈଠକ । ବୈଠକ ପାଇଁ ଅଣ୍ଟା ଭିଡିଥିବା ନୀତିଶ କୁମାର ନିଜେ ହିଁ ବୈଠକକୁ ସ୍ଥଗିତ ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତିରେ ମହଲରେ ଜୋରଦାର ଚର୍ଚ୍ଚା ।

  • #WATCH | Opposition meeting to be held on June 12 has been postponed. Heads of all political parties were supposed to come to the meeting, it's not right if any other representative will come. So we've asked Congress party that the head of the party should come. New date of the… pic.twitter.com/Tg5kh63Isj

    — ANI (@ANI) June 5, 2023 " class="align-text-top noRightClick twitterSection" data=" ">

ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧରେ ମହାମେଣ୍ଟ ତଥା ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥିପାଇଁ ଦେଶର ବିଭିନ୍ନ ବିଜେପି ବିରୋଧୀ ରାଜନୈତିକ ଦଳର ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହାସହ ଜୁନ 12 ରେ ପାଟନାରେ ପ୍ରସ୍ତାବିତ ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ ।

ବୈଠକର ଉଦ୍ଦେଶ୍ୟ ଥିଲା 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମିଳିତ ଲଢେଇ କରିବା । ସାରା ଦେଶରେ କିଭଳି ବିଜେପିର ବିଜୟ ରଥ ଅଟକାଇ ହେବ, କଣ ରଣନୀତି କଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିହେବ ସେନେଇ ପ୍ରାରମ୍ଭିକ ଆଲୋଚନା ହୋଇଥାନ୍ତା । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ନେତା ମାନଙ୍କୁ ନୀତିଶ ନିମନ୍ତ୍ରଣ ଦେଇଥିଲେ । ସମସ୍ତ ନେତା ମଧ୍ୟ ପାଟନାରେ ପ୍ରସ୍ତାବିତ ବୈଠକରେ ସାମିଲ ହେବାକୁ ସହମତି ଦେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ହିଁ ବୈଠକରେ ସାମିଲ ହେବାକୁ ମନା କରିଦେଇଛି ।

ଏନେଇ ଆଜି (ସୋମବାର) ସୂଚନା ଦେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘‘ 12 ଜୁନରେ ପ୍ରସ୍ତାବିତ ବିରୋଧୀ ଦଳ ବୈଠକକୁ କଂଗ୍ରେସ ନେତୃତ୍ବ ପାଇଁ ବାତିଲ କରାଯାଇଛି । ବୈଠକରେ କଂଗ୍ରେସର ଉପସ୍ଥିତି ଜରୁରୀ ଥିଲା । କଂଗ୍ରେସ ବ୍ୟତୀତ ସମସ୍ତ ଦଳ ବୈଠକରେ ସାମିଲ ହେବାକୁ ପ୍ରସ୍ତୁତ ଥିଲେ । ପୁଣି ଥରେ କଂଗ୍ରେସ ନେତୃତ୍ବ ସହିତ ଆଲୋଚନା କରି ଆମେ ନୂଆ ତାରିଖ ଘୋଷଣା କରିବୁ । କିନ୍ତୁ ବର୍ତ୍ତମାନ 12 ଜୁନରେ ପ୍ରସ୍ତାବିତ ବୈଠକକୁ ସ୍ଥଗିତ ରଖାଯାଇଛି ।’’

କିନ୍ତୁ ବୈଠକକୁ ନେଇ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୀତିଶଙ୍କ ଏହି ବୈଠକରେ କଂଗ୍ରେସ ସିଧାସଳଖ ସାମିଲ ହେବାକୁ ପ୍ରସ୍ତୁତ ନାହିଁ । କାରଣ କଂଗ୍ରେସ ଦିଲ୍ଲୀ, ପଞ୍ଜାବରେ ଆମ ଆଦମୀ ପାର୍ଟି, ୟୁପିରେ ସମାଜବାଦୀ ପାର୍ଟି, ପଶ୍ଚିମବଙ୍ଗରେ ଟିଏମସି, ତେଲେଙ୍ଗାନାରେ ବିଆରଏସ ସହ ସିଧା ସଳଖ ଲଢେଇ କରୁଛି । ଯେଉଁଥି ପାଇଁ ସମ୍ପୃକ୍ତ ଦଳ ଗୁଡିକ ସହ କଂଗ୍ରେସ ନେତୃତ୍ବ ସିଧା ସଳଖ ବୈଠକ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରି ସ୍ଥିତିରେ ନୀତିଶ କୁମାର ଅନ୍ୟ ବିକଳ୍ପ ଉପରେ ବର୍ତ୍ତମାନ ବିଚାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.