ETV Bharat / bharat

ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ

author img

By ETV Bharat Odisha Team

Published : Dec 21, 2023, 1:48 PM IST

Opposition parties march to Vijay Chowk from Parliament: 143 ସାଂସଦଙ୍କ ସସପେଣ୍ଡକୁ ନେଇ ଜାରି ରହିଛି ବିରୋଧୀଙ୍କ ବିରୋଧ । ବିରୋଧୀ ସାଂସଦମାନେ ପାର୍ଲାମେଣ୍ଟରୁ ବିଜୟଚୌକ ଯାଏଁ କରିଛନ୍ତି ମାର୍ଚ୍ଚ । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଅଧିକ ପଢ଼ନ୍ତୁ,

ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ
ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ
ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ

ନୂଆଦିଲ୍ଲୀ: 143 ଜଣ ବିରୋଧୀ ସାଂସଦଙ୍କୁ ସସପେଣ୍ଡକୁ ନେଇ ବିରୋଧୀଙ୍କ ବିରୋଧ ଜାରି ରହିଛି । ଆଜି ବିରୋଧୀ ସାଂସଦମାନେ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧୀ ସାଂସଦମାନେ ସଂସଦ ଭବନରୁ ବିଜୟ ଚୌକ ଯାଏଁ ମାର୍ଚ୍ଚ କରିଛନ୍ତି । ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ପ୍ରୋଟେଷ୍ଟ ମାର୍ଚ୍ଚରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ସମସ୍ତ ବିରୋଧୀ ଦଳର ନେତା ଏବଂ ସାଂସଦ ।

ବିରୋଧୀ ସାଂସଦଙ୍କ ହାତରେ ଥିଲା ପ୍ଲା କାର୍ଡ ଏବଂ ମୁହଁରେ ସରକାର ବିରୋଧୀ ନାରାବାଜି । ' ଲୋକତନ୍ତ୍ର କି ହତ୍ୟା ବନ୍ଦ କୋରୋ, ଗଣତନ୍ତ୍ର କି ହତ୍ୟା ବନ୍ଦ କରୋ, ଦାଦାଗିରି ବନ୍ଦ କରୋ, ଦାଦାଗିରି ନହିଁ ଚଲେଗା ' । ଏଭଳି ସ୍ଲୋଗାନ ଦେଇ ସଂସଦ ଭବନରୁ ବିଜୟ ଚୌକ ଆଡ଼କୁ ମାର୍ଚ୍ଚ କରିଥିଲେ ବିରୋଧୀ ସାଂସଦ । ନିଲମ୍ବିତ ସାଂସଦମାନଙ୍କ ଉପରୁ ଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ରାଜ୍ୟସଭାରେ ବରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ପ୍ରଧାନମନ୍ତ୍ରୀ ବାରାଣାସୀ ସମେତ ବିଭିନ୍ନ ସ୍ଥାନରେ କହୁଛନ୍ତି । କିନ୍ତୁ ଲୋକସଭା କିମ୍ବା ରାଜ୍ୟସଭାରେ ମୁହଁ ଖୋଲୁନାହାନ୍ତି । ଆମେ ଏହାକୁ ନିନ୍ଦା କରୁଛୁ । ଏହା ବ୍ରି୍ଚ୍ ଅଫ୍ ପ୍ରିଭିଲେଜ୍ କେସ ବା ସ୍ବାଧିକାର ମାମଲାର ଉଲ୍ଲଂଘନ |

ଏହା ମଧ୍ଯ ପଢ଼ନ୍ତୁ : ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା: ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ 3 ବର୍ଷ ଜେଲ୍, 50 ଲକ୍ଷ ଜୋରିମାନା

ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସଂସଦରେ ସୁରକ୍ଷା ଏବଂ ସାଂସଦଙ୍କୁ ନିଲମ୍ବନ ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେ ସବୁବେଳେ ସମ୍ବିଧାନ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଉଛୁ । ସଂସଦରେ ଯାହା ଘଟିଥିଲା ​​ତାହା ଦେଶର ଇତିହାସରେ କେବେ ଘଟି ନଥିଲା । 143 ସାଂସଦଙ୍କୁ ଗୃହରୁ ସସପେଣ୍ଡ ଇତିହାସରେ ଲିପିବଦ୍ଧ ହୋଇ ରହିବ । ସିପିଏମ ସାଂସଦ ଜନ୍ ବ୍ରିଟାସ କହିଛନ୍ତି, ଏହା ହେଉଛି ଗଣତନ୍ତ୍ରକୁ ନିର୍ଦ୍ଦୟ ହତ୍ୟା ବିରୋଧରେ ସ୍ବର ଉତ୍ତୋଳନ । ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏଠାରେ ସଂସଦୀୟ ଗଣତନ୍ତ୍ର ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଏକପାଖିଆ କଥା କହୁଛନ୍ତି । ଏହା ହେଉଛି ବିରୋଧୀ ମୁକ୍ତ ସଂସଦ ।

କଂଗ୍ରେସ ସାଂସଦ ରଞ୍ଜିତା ରଂଜନ କହିଛନ୍ତି, ଯେତେବେଳେ ଜାଠ୍ ଚାଷୀମାନେ ଗାଜୀପୁରରେ ବସିଥିଲେ, ସେତେବେଳେ ବିଜେପି ସରକାର ପୋଲିସ କର୍ମଚାରୀଙ୍କୁ ଲଗାଇ ଲାଠି ଚଳାଇଥିଲେ । ସେତେବେଳେ କଣ କୃଷକ କିମ୍ବା ଜାଠ ସଂପ୍ରଦାୟଙ୍କୁ ଅପମାନିତ କରାଯାଇ ନଥିଲା । ଯେତେବେଳେ ଜାଠ୍ ପରିବାରରୁ ଆସିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ଦିଆଯାଉଥିଲା, ସେତେବେଳେ ଏମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ରଞ୍ଜିତା ରଞ୍ଜନ । ଆସନ୍ତାକାଲି ଶେଷ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ, ସଂସଦରେ ସୁରକ୍ଷା ଭଙ୍ଗ ଏବଂ 143 ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗ ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.