ETV Bharat / bharat

ରାଜ୍ୟସଭା ସାଂସଦ ନିଲମ୍ବନକୁ ନେଇ ବିରୋଧୀ ଦଳ ନେତାଙ୍କ ବୈଠକ - suspension of RS 12 MP NEWS

ରାଜ୍ୟସଭା ସାଂସଦ ନିଲମ୍ବନକୁ(12 RS MP) ନେଇ ବିଭିନ୍ନ ବିରୋଧୀ ଦଳ (Opposition leaders) ନେତାମାନଙ୍କ ମଧ୍ୟରେ ବୈଠକ ବସିଛି । ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ ନିଲମ୍ବନକୁ ନେଇ ବିରୋଧୀ ଦଳ ନେତାଙ୍କ ବୈଠକ

author img

By

Published : Nov 30, 2021, 11:42 AM IST

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ନିଲମ୍ବନକୁ(12 RS MP) ନେଇ ବିଭିନ୍ନ ବିରୋଧୀ ଦଳ (Opposition leaders) ନେତାମାନଙ୍କ ମଧ୍ୟରେ ଏକ ବୈଠକ ବସିଛି । ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଫିସରେ ଏହି ବୈଠକ ବସିଛି । ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି ।

ପ୍ରକାଶ ଥାଉ କି ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।

କଂଗ୍ରେସ, ଟିଏମସି ଓ ଶିବସେନାର ମୋଟ ୧୨ ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ସଦସ୍ୟମାନେ ଚଳିତ ଶୀତ ଅଧିବେଶନ (winter session)ର କୌଣସି କାର୍ଯ୍ୟଦିବସରେ ଅଂଶ ଗ୍ରହଣ କରିପାରିବେ ନାହିଁ ।

ନିଲମ୍ବିତ ସାସଂଦ ତାଲିକାରେ ୬ ଜଣ କଂଗ୍ରେସ ସାଂସଦ, ଶିବସେନା ଏବଂ TMCରୁ ୨ ଜଣ ଲେଖାଏଁ ଥିବାବେଳେ ଏବଂ CPM ଏବଂ CPIରୁ ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି । ନିଲମ୍ବିତ କଂଗ୍ରେସ ସାଂସଦମାନେ ହେଉଛନ୍ତି ଫୁଲ ଦେବୀ ନେତମ, ଛାୟା ବର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ହୁସେନ୍ ଏବଂ ଅଖିଳେଶ ସିଂ । ସେହିପରି ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅନିଲ ଦେଶାଇ ଏବଂ TMC ର ଡୋଲା ସେନ୍, ଶାନ୍ତା ଛତ୍ରୀ ନିଲମ୍ବନ ତାଲିକାରେ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.