ETV Bharat / bharat

Parliament Winter Session: ବେରୋଜଗାରୀ, ଦରଦାମ ପ୍ରସଙ୍ଗରେ ବିତର୍କ ଦାବି କଲେ ବିରୋଧୀ

author img

By

Published : Dec 6, 2022, 5:34 PM IST

ଆସନ୍ତାକାଲି ଠାରୁ ସଂସଦ ଶୀତ ଅଧିବେଶନ (Parliament Winter Session) । ଆଜି ବସିଥିଲା ସର୍ବଦଳୀୟ ବୈଠକ । ବେରୋଜଗାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିତର୍କ ଦାବି କଲେ ବିରୋଧୀ, ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ବିରୋଧୀଙ୍କୁ ଆଶ୍ବସନା ଦେଇଛନ୍ତି । ଅଧିକ ପଢନ୍ତୁ

Parliament Winter Session: ବେରୋଜଗାରୀ, ଦରଦାମ ପ୍ରସଙ୍ଗରେ ବିତର୍କ ଦାବି କଲେ ବିରୋଧୀ, ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରଙ୍କ ଆଶ୍ବସନା

ହାଇଦ୍ରାବାଦ: ଆସନ୍ତାକାଲି ସଂସଦ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଆଜି ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭା ଡେପୁଟି ଲିଡର ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଚଳିତ ଅଧିବେଶନରେ ବିରୋଧୀ ବେରୋଜଗାରୀ ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ (price rise issue in Winter Session) ଆଲୋଚନା କରିବା ପାଇଁ ଦାବି କରିଛନ୍ତି । ସେହିପରି ବିରୋଧୀ ଚାହୁଁଥିବା ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସରକାର ଆଶ୍ବସନା ମଧ୍ୟ ଦେଇଛନ୍ତି ।

ଆଜି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରଥିବା ବେଳେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ, ଅର୍ଜୁନରାମ ମେଘଓ୍ବାଲ, ଗୃହରେ ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।

ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମସିରୁ ସୁଦିପ ବନ୍ଦୋପାଧ୍ୟାୟ, ଡେରେକ ଓବ୍ରେଏନ, ଡିଏମକେରୁ ସାଂସଦ ତିରୁଚି ଶିବା ଓ ଟିଆ.ର ବାଲୁ, ଲୋକ ଜନଶକ୍ତି ପାର୍ଟିର ନେତା ପଶୁପତି ପାରସ, ଏନସିପିରୁ ବନ୍ଦନା ଚୌହାନ, ନ୍ୟାସନାଲ କନଫରେନ୍ସରୁ ଫାରୁକ ଅବଦୁଲ୍ଲା ପ୍ରମୁଖ ଏହି ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ । ଉଭୟ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ବେରୋଜଗାରୀ ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ । କଂଗ୍ରେସ ମଧ୍ୟ ନିର୍ବାଚନ କମିଶନରଙ୍କ ତରବରିଆ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ଦାବି କରିଛି (unemployment to be discuss in parliament)। ବିଜେଡି ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନାର ଆବଶ୍ୟକତା ଥିବା ଦର୍ଶାଇଥିଲା ।

ଆସନ୍ତାକାଲି ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ବ ହେବାକୁ ଯାଉଛି । ଏହା 29 ତାରିଖରେ ଶେଷ ହେବ । ଏହି ଅଧିବେଶନରେ ମୋଟ 17ଟି କାର୍ଯ୍ୟଦିବସ ରହିଛି । ଏଥିରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ ଆଣିପାରନ୍ତି । ସେହିପରି ଦରଦାମ ବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ପ୍ରସ୍ତୁତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.