ନୂଆଦିଲ୍ଲୀ: ଜୁଲାଇ 18ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ସୋମବାର) ନାମାଙ୍କନ ଭରିବେ ବିରୋଧୀ ଦଳଗୁଡିକର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା(Yashwant Sinha) । ପ୍ରାର୍ଥୀପତ୍ର ଦାଖଲ ସମୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମନ୍ତ୍ରୀ କେ.ଟି ରାମାରାଓ ଏବଂ ଦଳର କେତେକ ସାଂସଦ ଉପସ୍ଥିତ ରହିବେ ।
ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ମେଣ୍ଟ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । କଂଗ୍ରେସ, ଏନସିପି, ଟିଏମସି, ସିପିଆଇ, ସିପିଆଇ-ଏଣ, ସପା, ନ୍ୟାସନାଲ କଲଫରେନ୍ସ, ଆରଜେଡି, ଏଆଇୟୁଡିଏଫ ଏବଂ ଅନ୍ୟ ଦଳଙ୍କ ମିଳିତି ବୈଠକ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଆଜି ପୂର୍ବାହ୍ନ 11ଟାରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।
ଏହା ବି ପଢନ୍ତୁ...Maharashtra Crisis: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଅନ୍ୟପଟେ ଜୁଲାଇ 24ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି । ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁର୍ମୁଙ୍କ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ତାଙ୍କର ପ୍ରଥମ ପ୍ରସ୍ତାବକ ମଧ୍ୟ ରହିଥିଲେ ପ୍ରଧାନମନ୍ତ୍ରୀ । ଏହା ସହିତ ଓଡିଶାରୁ ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।