ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାରି ରହିଥିବା ସ୍ଥାନାନ୍ତରଣ ଅଭିଯାନ ‘ ଅପରେସନ ଗଙ୍ଗା’କୁ ଆହୁରି ତ୍ବରାନ୍ବିତ କରାଯାଇଛି । ଏହି ମିଶନ ଅଧୀନରେ 80ଟି ବିମାନ ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ମନ୍ତ୍ରଣାଳୟର ୨୪ ମନ୍ତ୍ରୀ ସାମିଲ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
-
Three more #IAF C-17 have taken off for Romania, Hungary and Poland today.
— Indian Air Force (@IAF_MCC) March 3, 2022 " class="align-text-top noRightClick twitterSection" data="
Video of a C-17 taking off from Budapest, Hungary. pic.twitter.com/uG94KpeCmR
">Three more #IAF C-17 have taken off for Romania, Hungary and Poland today.
— Indian Air Force (@IAF_MCC) March 3, 2022
Video of a C-17 taking off from Budapest, Hungary. pic.twitter.com/uG94KpeCmRThree more #IAF C-17 have taken off for Romania, Hungary and Poland today.
— Indian Air Force (@IAF_MCC) March 3, 2022
Video of a C-17 taking off from Budapest, Hungary. pic.twitter.com/uG94KpeCmR
ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାର ଥଇଥାନ ଯୋଜନାକୁ ତ୍ୱରାନ୍ୱିତ କରିଛନ୍ତି । ବିଳମ୍ବ ନକରି ସମସ୍ତ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିମାନ ଚଳାଚଳକୁ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏହି ବିମାନଗୁଡ଼ିକ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ, ସ୍ପାଇସ ଜେଟ, ଭିସ୍ତାରା, ଗୋ-ଏୟାର, ଏବଂ ବାୟୁସେନାର ବୃହତ ପରିବହନ ବିମାନ C-17 ଗ୍ଲୋବ ମାଷ୍ଟର ମଧ୍ୟ ନିୟୋଜିତ ହୋଇଛି ।
ୟୁକ୍ରେନର ପଡୋଶୀ ୪ରାଷ୍ଟ୍ରର ଏକାଧିକ ବିମାନ ବନ୍ଦରରୁ ଏହି ଉଡାଣ ଜାରି ରହିଛି । ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ 35 ଟି ବିମାନ ଉଡ଼ାଣ ଭରିବାର ଯୋଜନା କରାଯାଇଛି । ଯେଉଁଥିରେ ଏୟାର ଇଣ୍ଡିଆର 14ଟି ବିମାନ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ଟି, ଇଣ୍ଡିଗୋ ୭ଟି, ସ୍ପାଇସ ଜେଟର ଗୋଟିଏ, ଭିସ୍ତାରାର ୩ଟି ଏବଂ ଭାରତୀୟ ବାୟୁସେନାର ୨ଟି ବିମାନ ଅନ୍ତର୍ଭୁକ୍ତ ରହିଛନ୍ତି ।
ସେହିପରି ଅନ୍ୟତମ ପୂର୍ବ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ସମୁଦାୟ 28 ବିମାନ ଉଡ଼ାଣ ପାଇଁ ଯୋଜନା କରାଯାଇଛି । ଏହି 28 ଟି ମଧ୍ୟରୁ 15 ଗୋ-ଏୟାରରୁ, ଇଣ୍ଡିଗୋରୁ 9ଟି, ଏୟାର ଇଣ୍ଡିଆରୁ 2ଟି, ଇଣ୍ଡିଆନ ଏୟାର ଫୋର୍ସରୁ ଏବଂ ସ୍ପାଇସ ଜେଟରୁ ଗୋଟିଏ ଲେଖାଏଁ ବିମାନ ଭାରତୀୟଙ୍କୁ ଧରି ଉଡାଣ ଭରିବାର ଯୋଜନା ରଖାଯାଇଛି ।
ସେହିପରି ପୋଲାଣ୍ଡର ରିଜଜୋରୁ ମୋଟ ୯ଟି ବିମାନ ଉଡ଼ାଣ ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରେ ଇଣ୍ଡିଗୋରୁ ୮ଟି ଏବଂ ବାୟୁସେନାରୁ ଗୋଟିଏ ବିମାନ ଥିବାବେଳେ ସୁକେଭା, ରୋମାନିଆରୁ ପାଞ୍ଚଟି ବିମାନ ଏବଂ ସ୍ଲୋଭାକିଆର କୋସାଇସରୁ 3ଟି ବିମାନ ଉଡ଼ାଣ ଭରିବ । ସେଠାରେ ପ୍ରାୟ ୨୦ ହଜାର ଭାରତୀୟ ଥିବା ସ୍ପଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ ହଜାରରୁ ଊର୍ଦ୍ଧ୍ବ ବର୍ତ୍ତମାନ ୟୁକ୍ରେନ ସୀମାରୁ ବାହାରି ସାରିଲେଣି ।
ଫେବୃଆରୀ 26ରେ 'ଅପରେସନ୍ ଗଙ୍ଗା' ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 'ଅପରେସନ୍ ଗଙ୍ଗା' ଅଧୀନରେ ସମୁଦାୟ 24ଟି ବିମାନ ଭାରତରେ ଅବତରଣ କରିସାରିଛି । ଭାରତୀୟମାନଙ୍କୁ ନେଇ ଆସିଥିବା ପ୍ରଥମ ବିମାନ ଫେବୃଆରୀ 26ରେ ମୁମ୍ବାଇରେ ଅବତରଣ କରିଥିଲା , ଯାହାକୁ ମନ୍ତ୍ରୀ ପୀୟୁଷ ଗୋୟଲ ସ୍ବାଗତ କରିଥିଲେ ।
ମନ୍ତ୍ରୀ ଜିତେନ୍ଦ୍ର ସିଂ, ମୁଖାର୍ ଅବ୍ବାସ ନକଭି, ରାଓ ଇନ୍ଦରଜିତ ସିଂ, ନାରାୟଣ ରାଣେ, ଜି କିଶାନ ରେଡ୍ଡୀ, କୈଳାସ ଚୌଧୁରୀ, ପୁରୁଷତ୍ତୋମ ରୂପା, ଭଗବନ୍ତ ଖୁବା, ବିରେନ୍ଦ୍ର କୁମାର, ମୀନାକ୍ଷୀ ଲେଖୀ, ଭି ମୁରଲୀଧରନ୍, ଭାଗବତ କରଣ ପ୍ରମୁଖଙ୍କୁ ଭାରତକୁ ଆସୁଥିବା ବିମାନକୁ ସ୍ବାଗତ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଗତ ଦୁଇ ଦିନ ମଧ୍ୟରେ ୟୁକ୍ରେନରେ ଋଷର ଆକ୍ରମଣ ତୀବ୍ର ହେବା ସହ ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ଫଳରେ ଅଭିଯାନକୁ ତ୍ବରାନ୍ବିତ ଭାବେ ଶେଷ କରିବା ମଧ୍ୟ ଭାରତ ସରକାରଙ୍କ ପାଇଁ ଏକ ଆହ୍ବାନ ସଦୃଶ୍ୟ ହୋଇଛି । ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମସ୍ତ ଯୁଦ୍ଧକାଳୀନ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସବୁ କୂଟନୈତିକ ଦିଗକୁ ମଧ୍ୟ ବ୍ୟବହାର କରାଯାଉଛି । ସମସ୍ତ ଭାରତୀୟଙ୍କୁ ଉଦ୍ଧାର କାରଯିବା ପରେ ଅପରେସନକୁ ସମାପ୍ତ କରାଯିବା ନେଇ ବାରମ୍ବାର କେନ୍ଦ୍ର ସରକାର ସ୍ପଷ୍ଟ ମଧ୍ୟ କରିଛନ୍ତି ।
ANI