ETV Bharat / bharat

Operation Devi Shakti; କାବୁଲରୁ ଦିଲ୍ଲୀ ଅଭିମୁଖେ ୨୪ ଭାରତୀୟଙ୍କ ସହ ୧୧ ନେପାଳୀ

author img

By

Published : Aug 26, 2021, 9:04 AM IST

ଅପରେସନ ଦେବୀ ଶକ୍ତି । ଆଜି କାବୁଲରୁ ୨୪ ଜଣ ଭାରତୀୟଙ୍କ ସହ ୧୧ ଜଣ ନେପାଳୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ଭାରତୀୟ ବାୟୁସେନା ବିମାନ । ଅଧିକ ପଢନ୍ତୁ...

Operation Devi Shakti;କାବୁଲୁରୁ ଦିଲ୍ଲୀ ଅଭିମୁଖେ ୨୪ ଭାରତୀଙ୍କ ସହ ୧୧ ନେପାଳୀ

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ତାଲିବାନ କବଜ୍ଜା କରିବା ପରେ ଆରମ୍ଭ ହୋଇଛି ଆତଙ୍କରାଜ । ଭୟରେ ଦେଶ ଛାଡୁଛନ୍ତି ଶତାଧିକ ଲୋକେ । ଏହି କ୍ରମରେ ଭାରତ ମଧ୍ୟ ନିଜ ନାଗରିକଙ୍କୁ ସେଠାରୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଅପରେସନ ଦେବୀ ଶକ୍ତିରେ ଆଜି କାବୁଲରୁ ୨୪ ଜଣ ଭାରତୀୟଙ୍କ ସହ ୧୧ ଜଣ ନେପାଳୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ଭାରତୀୟ ବାୟୁସେନାର ବିମାନ । କାବୁଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଆଇଏଏଫ । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ।

ଅଗଷ୍ଟ ୧୪ରେ ତାଲିବାନ ଆଫଗାନିସ୍ତାନକୁ ଦାଖଲ କରିବା ପରେ କେନ୍ଦ୍ର ସରକାର ଅପରେସନ୍ ଦେବୀ ଶକ୍ତିର ଶୁଭାରମ୍ଭ କରିଥିଲେ । ବୈଦେଶିକ ମନ୍ତ୍ରଣାଳୟ ସହ ଭାରତୀୟ ବାୟୁସେନା ମିଳିତ ଭାବରେ ଭାରତୀୟ ନାଗରିକଙ୍କ ସହ ବିଦେଶୀ ନାଗରିକଙ୍କୁ ମଧ୍ୟ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଉଛି ।

ଏହାପୂର୍ବରୁ, ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରିଥିଲା ଯେ ଦେଶ ଛାଡିବାକୁ ଥିବା ଭାରତୀୟମାନେ ତୁରନ୍ତ ଆଫଗାନିସ୍ତାନ ସେଲ ସହିତ ଯୋଗାଯୋଗ କରିବାକୁ କହିଥିଲା । ଏପର୍ଯ୍ୟନ୍ତ କାବୁଲରୁ ପ୍ରାୟ 626 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଯେଉଁଥିରେ ଭାରତୀୟ ନାଗରିକଙ୍କ ସହ ଆଫଗାନିସ୍ତାନର ଶିଖ ଏବଂ ହିନ୍ଦୁ ନାଗରିକ ମଧ୍ୟ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, 228 ଭାରତୀୟ ନାଗରିକଙ୍କ ସମେତ ମୋଟ 626 ଜଣଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରାଯାଇଛି । ସେ ସେମାନଙ୍କ ମଧ୍ୟରୁ 77 ଜଣ ଆଫଗାନିସ୍ତାନ ଶିଖ ବୋଲି ମଧ୍ୟ ସୂଚନା ଦେଇଛନ୍ତି।ଅଗଷ୍ଟ ୧୪ରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ଲୋକମାନେ ଦେଶ ଛାଡିବାକୁ ତତ୍ପର ଥିବାରୁ ଆଫଗାନିସ୍ତାନର ଅବସ୍ଥା ଗମ୍ଭୀର ହୋଇପଡିଛି । ଅଗଷ୍ଟ 15ରେ ରାଷ୍ଟ୍ରପତି ଆଶରଫ ଘାନି ଆଫଗାନିସ୍ତାନ ଛାଡିବା ପରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.