ETV Bharat / bharat

G-20 Summit: 3ଦିନ ଅନଲାଇନ୍ ଡେଲିଭରୀ ସେବା ବ୍ୟାନ୍, ଟ୍ରାଫିକ ପାଇଁ ସ୍ବତନ୍ତ୍ର SOP - ୯ ଓ ୧୦ ତାରିଖରେ ଅନଲାଇନ ଡେଲିଭରୀ ସର୍ଭିସ ବନ୍ଦ

G-20 ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ୯ ଓ ୧୦ ତାରିଖରେ ସମସ୍ତ ଅନଲାଇନ ଡେଲିଭରୀ ସର୍ଭିସ ବନ୍ଦ ରହିବ। ଅଧିକ ପଢନ୍ତୁ

ସୁରକ୍ଷା ବଳୟରେ ଦିଲ୍ଲୀ
G-20 Summit
author img

By ETV Bharat Odisha Team

Published : Sep 4, 2023, 8:12 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଜି-୨୦ ଭଳି ମେଗା କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ସେପ୍ଟେମ୍ବର 8ରୁ ଓ 10 ତାରିଖ ପର୍ଯ୍ୟନ୍ତ ସମସ୍ତ ଅନଲାଇନ ଡେଲିଭରୀ ସର୍ଭିସ ବନ୍ଦ ରହିବ। ସମ୍ମିଳନୀବେଳେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ୍ ଜୋରଦାର ରିହରସଲ କରୁଥିବା ଦେଖିବାକୁ ମିଳିଛି । ସହରର ଅନେକ ସ୍ଥାନରେ ପାରାମିଲିଟାରୀ ଫୋର୍ସ ଓ କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀକୁ ନଜରରେ ରଖି ସବୁ ସ୍କୁଲ ଓ ଅଫିସ ବନ୍ଦ ରଖିବାକୁ ଯୋଜନା ହୋଇଛି। ସମ୍ମିଳନୀବେଳେ ଦିଲ୍ଲୀର ଅନେକ ରାସ୍ତା ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ସେହିପରି କେତେକ ନିର୍ଦ୍ଦିଷ୍ଟ ରୁଟରେ ମେଟ୍ରୋର ଚଳାଚଳକୁ ମଧ୍ୟ ବନ୍ଦ କରାଯିବ। ଏଥିପାଇଁ ସ୍ଵତନ୍ତ୍ର ଏସଓପି ଜାରି କରାଯାଇଛି। ଦିଲ୍ଲୀ ମେଟ୍ରୋର ସୁପ୍ରିମକୋର୍ଟ ଷ୍ଟେସନର ସମସ୍ତ ଗେଟ ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଖାନ ମାର୍କେଟର ୧,୨ ଏବଂ ୩ନମ୍ବର ଗେଟ୍ ନମ୍ବର ବନ୍ଦ ରହିବ। ଭିକାଜୀ କାମା ପ୍ଲେସର ସମସ୍ତ ଗେଟ୍ ମଧ୍ୟ ବନ୍ଦ ରହିବ। ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ୪ ନମ୍ବର ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ବିଶେଷ କରି ଟ୍ରାଫକ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଛି।

ଏହା ବି ପଢନ୍ତୁ...G-20 Summit: ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍, ଜାଣନ୍ତୁ କାରଣ...

ଜି -୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୪ ରୁ ୧୩ ଯାଏ ୩୬ଟି ଦିଲ୍ଲୀ ମେଟ୍ରୋ ଷ୍ଟେସନରେ 'ଟୁରିଷ୍ଟ ସ୍ମାର୍ଟ କାର୍ଡ' ବିକ୍ରି ହେବ ବୋଲି ଦିଲ୍ଲୀ ମେଟ୍ରୋ ରେଳ ନିଗମ ତରଫରୁ ସୂଚନା ଦିଆଯାଇଛି । ଜି -୨୦ ଶିଖର ସମ୍ମିଳନୀରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜିଠୁ ୧୦ଦିନ ପର୍ଯ୍ୟନ୍ତ ଏହି କାର୍ଡ ବିକ୍ରୟ ପାଇଁ ବିଶେଷ କାଉଣ୍ଟର ଖୋଲାଯାଇଛି । ଦିଲ୍ଲୀ ପ୍ରବେଶ କରିବାକୁ ସମସ୍ତ ଯାନକୁ ଅନୁମତି ଦିଆଯିବ ନାହିଁ, ଯାନଗୁଡିକ ପୂର୍ବ ଏବଂ ପଶ୍ଚିମ ପେରିଫେରାଲ୍ ଏକ୍ସପ୍ରେସୱେରେ ବିଭକ୍ତ ହେବ । ମାଲବାହୀ ଯାନକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଦୁଗ୍ଧ, ପନିପରିବା ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକୁ କେବଳ ଅନୁମତି ରହିବ ।

ଦିଲ୍ଲୀରେ ପୂର୍ବରୁ ଉପସ୍ଥିତ ଥିବା ସମସ୍ତ ପ୍ରକାରର ମାଲବାହୀ ଗାଡ଼ି ଏବଂ ବସକୁ ରିଙ୍ଗ୍ ରୋଡ୍ ଏବଂ ଦିଲ୍ଲୀର ସୀମା ଆଡକୁ ଥିବା ରୋଡରେ ଯିବା ପାଇଁ ଅନୁମତି ଦିଆଯିବ। ଜିଲ୍ଲା ବାହାରେ ଅଟୋ ଏବଂ ଟ୍ୟାକ୍ସି ଚଲାଇବାକୁ ଅନୁମତି ଦିଆଯିବ। କେବଳ ନୂଆଦିଲ୍ଲୀର ସ୍ଥାନୀୟ ବାସିନ୍ଦା ଏବଂ ଜିଲ୍ଲାରେ ହୋଟେଲରେ ଥିବା ପର୍ଯ୍ୟଟକଙ୍କୁ କେବଳ ଟ୍ୟାକ୍ସି ପାଇଁ ଅନୁମତି ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.