ଥୁରିଅନନ୍ତପୁରମ: କେରଳରେ ଥିବା ସାବରୀମାଳା ମନ୍ଦିରରେ ଡିସେମ୍ବର 31 ତାରିଖରୁ ଦର୍ଶନ ପାଇଁ ସୋମବାର ସନ୍ଧ୍ୟା 5ଟା ସମୟରୁ ଅନଲାଇନ ବୁକିଂ ଆରମ୍ଭ ହେଉଛି । ଶ୍ରଦ୍ଧାଳୁମାନେ ଜାନୁଆରୀ 7 ପର୍ଯ୍ୟନ୍ତ ଦର୍ଶନ ପାଇଁ ଧାଡିରେ ନିଜ ସ୍ଥାନକୁ ପୂର୍ବରୁ ସଂରକ୍ଷଣ କରିପାରିବେ ।
ମନ୍ଦିରକୁ ପ୍ରତିଦିନ 5 ହଜାର ଲୋକଙ୍କୁ ଅନୁମତି ଦିଆଯାଇଥିବାରୁ ଶ୍ରଦ୍ଧାଳୁମାନେ ପୂର୍ବରୁ ନିଜ ସ୍ଥାନକୁ ସଂରକ୍ଷିତ ରଖିବା ପାଇଁ ଏହି ଅନଲାଇନ ବୁକିଂ କରୁଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହେଉଥିବା ତୀର୍ଥଋତୁ 'ମକରଭୈଲାକୁ' ସମୟରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ପୂର୍ବରୁ ଅନଲାଇନ ମାଧ୍ୟମରେ ବୁକିଂ କରିଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ।
ତେବେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ 48 ଘଣ୍ଟା ମଧ୍ୟରେ ପରୀକ୍ଷଣ ହୋଇଥିବା କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ନେଗେଟିଭ ରିପୋର୍ଟ ବିନା ମନ୍ଦିରକୁ କୌଣସି ଶ୍ରଦ୍ଧାଳୁମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡିଛି । ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ