ETV Bharat / bharat

ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବର୍ଷ: ସ୍ବତନ୍ତ୍ର ଥିଲା ସେ ମୂହୁର୍ତ୍ତ, ସାକ୍ଷୀ ଥିଲା ସଂସଦ - ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଦାୟିତ୍ବକୁ ବର୍ଷେ

2022 ଜୁଲାଇ 25 ତାରିଖ । ଏହି ଦିନ 140 କୋଟି ଭାରତୀୟଙ୍କ ସମେତ ସାଢେ 4 କୋଟି ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ଏହି ଦିନ ଦେଶକୁ ପାଇଥିଲା 15ତମ ରାଷ୍ଟ୍ରପତି । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ଅଧିକ ପଢ଼ନ୍ତୁ

President droupadi murmu
one year to President droupadi murmu
author img

By

Published : Jul 25, 2023, 7:59 AM IST

Updated : Jul 25, 2023, 12:06 PM IST

ନୂଆଦିଲ୍ଲୀ: ଜୁଲାଇ 25 2022 । ଦିନଟି ଥିଲା ସ୍ବତନ୍ତ୍ର । ସେହି ସ୍ବତନ୍ତ୍ର ମୂହୂର୍ତ୍ତର ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର ସଂସଦ । ପ୍ରତିଟି ଭାରତୀୟଙ୍କ ସମେତ ସାଢେ 4 କୋଟି ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଥିଲା ନୂଆ ଆଧ୍ୟାୟ । ଇତିହାସର ଏକ ସ୍ବର୍ଣ୍ଣିମ ପୃଷ୍ଠାରେ ସ୍ଥାନ ପାଇଥିଲା ସେହି ତାରିଖ ଯେବେ ଦେଶ ପାଇଥିଲା 15ତମ ରାଷ୍ଟ୍ରପତି । ମହାମହିମ ମୁକୁଟ ମଣ୍ଡନ କରିଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଆଜିକୁ ଠିକ୍‌ ବର୍ଷେ ତଳେ ଦ୍ରୌପଦୀ ମୁର୍ମୁ ଦେଶର 15ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ଥିଲେ ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି । ଏହାରି ଭିତରେ ଦେଶର ସର୍ବୋଚ୍ଚ ପଦବୀରେ ତାଙ୍କର ଏକବର୍ଷ ପୂରଣ ହୋଇଛି ।

ଏହା ବି ପଢନ୍ତୁ...President Odisha Visit: ଆଜିଠୁ ରାଷ୍ଟ୍ରପତି ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ, ସୁରକ୍ଷା କଡାକଡି

କ୍ଲାସ ମିନିଟରରୁ ସୁପ୍ରିମୋ କଣାଣ୍ଡର: କ୍ଲାସ ମନିଟରରୁ ସୁପ୍ରିମ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ପ୍ରତିଟି ଓଡିଆ ଗର୍ବିତ । 1958 ମସିହା ଜୁନ 20 ତାରିଖରେ ବାପା ବିରଞ୍ଚି ନାରାୟଣ ମୁର୍ମୁ ଓ ମାଆ ସିନାଗୋ ଟୁଡୁଙ୍କ କୋଳମଣ୍ଡନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏକ ସାଧାରଣ ପରିବାରରେ ଜନ୍ମ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ତାହା କାହାକୁ ବା ଜଣାଥିଲା । କ୍ଲାସ୍‌ ମନିଟର ହେବା ବୋଧ ହୁଏ ଦେଶର ସର୍ବୋଚ୍ଚ ପଦବୀରେ ବସିବାର ମୂଳଦୁଆ ଥିଲା । ଶିକ୍ଷୟିତ୍ରୀରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । 1997ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ...ପ୍ରଥମ ଭାରତୀୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କ ପ୍ରଥମ ବର୍ଷ: ଦ୍ରୌପଦୀ ମୁର୍ମୁ 15ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଆଜି ଗୋଟିଏ ବର୍ଷ ପୁରଣ ହୋଇଛି । ରାଇରଙ୍ଗପୁର ଝିଅ ଆଜି ପିପୁଲ୍ସ ପ୍ରେସିଡେଣ୍ଟ । ଏତେ ବଡ଼ ପଦବୀରେ ଥାଇ ବି ସେ ସାଧାରଣ ଜୀବନ ବଞ୍ଚନ୍ତି । ରାଷ୍ଟ୍ରପତି ଭବନରେ ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ରାଷ୍ଟ୍ରପତି ଭବନରେ ସେ ଓଡିଆ ଖାଦ୍ୟ ଶାଗ, ପଖାଳ ବଡିଚୁରା ଖାଇଥାଆନ୍ତି । ତାଙ୍କ ଏକ ବର୍ଷ କାର୍ଯ୍ୟକାଳ ସମୟରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ବର୍ଷେ କାର୍ଯ୍ୟକାଳ ଭିତରେ ସେ 26ଟି ରାଜ୍ୟ ଗସ୍ତ କରି ଲୋକଙ୍କ ନିକଟତର ହୋଇଛନ୍ତି । ରାଷ୍ଟ୍ରପତି ହେବା ପରେ ଆଜି ସେ ଚତୁର୍ଥ ଥର ପାଇଁ ଓଡ଼ିଶା ଆସୁଛନ୍ତି । ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସେ ତେଜପୁର ବାୟୁସେନା ଘାଟିରୁ ସୁଖୋଇ-30 ଏମକେଆଇ ଯୁଦ୍ଧ ବିମାନରେ ଉଡି ସାହସିକତାର ପରିଚୟ ଦେଇଥିଲେ । ରାଷ୍ଟ୍ରପତି ଭାବେ ସେ ତାଙ୍କ କାର୍ଯ୍ୟକୁ ନିପୁଣତାର ସହିତ ନିର୍ବାହ କରିଛନ୍ତି ।

ଏହା ବି ପଢନ୍ତୁ...ସ୍ବର୍ଣ୍ଣିମ ମୂହୁର୍ତ୍ତର ସାକ୍ଷୀ ରହିଲା ସଂସଦ, ମହାମହିମ ମୁକୁଟ ମଣ୍ଡନ କଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁରରୁ ରାଇସିନା ଯାତ୍ରା: 65 ବର୍ଷୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ରାଇରଙ୍ଗପୁରରୁ ରାଇସିନା ଯାତ୍ରା ସହଜ ନଥିଲା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢା ଗାଁର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦିନରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସ୍ବାଧୀନତା ପରେ ଜନ୍ନ ହୋଇଥିବା ପ୍ରଥମ ଓ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସେ ସର୍ବକନିଷ୍ଠ । ଏ ଯାତ୍ର ତାଙ୍କର ସହଜ ନଥିଲା । ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ଲୁହକୁ ପିଇ ପଙ୍କରୁ ପଦ୍ମ ହୋଇ ଫୁଟିଥିଲେ ଦ୍ରୌପଦୀ ମୁର୍ମୁ । ସ୍ବାମୀ ଓ ଦୁଇ ଦୁଇଟି ପୁଅକୁ ହରାଇ ସେ ହାରି ନଥିଲ ଜୀବନକୁ ବଞ୍ଚିଥିଲେ । ୱାର୍ଡ କାଉନସିଲର, ମନ୍ତ୍ରୀ, ଜଣେ ଶିକ୍ଷୟିତ୍ରୀ, ରାଜ୍ୟପାଳ ହେବା ପରେ ଆଜି ଭାରତବର୍ଷର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 2015ରୁ 2021 ଯାଏଁ ଝାଡଖଣ୍ଡର ରାଜ୍ୟପାଳ ଥିଲେ ଦ୍ରୈପଦୀ ମୁର୍ମୁ । 2000ରୁ 2009 ଯାଏଁ ଓଡିଶା ସରକାରରେ ବିଧାୟକ ଥିଲେ । 2000ରୁ 2004 ଯାଏଁ ସେ ନବୀନ ସରକାରରେ ମନ୍ତ୍ରୀ ଥିଲେ । ତାଙ୍କ ସଂଘର୍ଷମୟ ଜୀବନ ଆଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ରାଇରଙ୍ଗପୁରରୁ ରାଇସିନା ଯାତ୍ରାରେ ସେ ସର୍ବୋଚ୍ଚ ଶିଖରରେ ପହଞ୍ଚି ସାରିଛନ୍ତି ।

Last Updated : Jul 25, 2023, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.