ETV Bharat / bharat

‘ଯିଏ ସମାଜରେ ଭୟ ଖେଳାଉଛି, ସେ ହିଁ ପ୍ରକୃତ ଟୁକଡେ ଟୁକଡେ ଗ୍ୟାଙ୍ଗ’

author img

By

Published : Dec 14, 2020, 1:09 PM IST

Updated : Dec 14, 2020, 1:17 PM IST

କୃଷକ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ । ଅଧିକ ପଢନ୍ତୁ...

କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ
କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ

ନୂଆଦିଲ୍ଲୀ: କୃଷକ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା କପିଲ ସିବଲଙ୍କ ଟାର୍ଗେଟ । ଟ୍ବିଟ୍‌ କରି ଅସଲ ଟୁକଡେ ଟୁକଡେ ଗ୍ୟାଙ୍ଗ କିଏ ବୋଲି ପଚାରିବା ସହ ଆମ କୃଷକ ଭାଇ ଏହି ଗ୍ୟାଙ୍ଗର ନୁହଁନ୍ତି ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ।

  • Mr Minister

    असली टुकड़े टुकड़े गैंग कौन हैं :

    जो हर नागरिक को दो नज़रों से देखते हैं
    जो समाज में नफ़रत फैलाते हैं
    जो नीतियों से समाज में दहशत फैलाते हैं
    जो गोडसे की प्रशंसा करते हैं

    हमारे किसान नहीं !

    — Kapil Sibal (@KapilSibal) December 14, 2020 " class="align-text-top noRightClick twitterSection" data=" ">

ଯିଏ ସବୁ ନାଗରିକଙ୍କୁ ଦୁଇଟି ନଜରରେ ଦେଖୁଛନ୍ତି । ଯିଏ ସମାଜରେ ଘୃଣା ସୃଷ୍ଟି କରୁଛନ୍ତି । ଯାହାର ନୀତିରେ ସମାଜରେ ଭୟର ବାତାବରଣ ସୃଷ୍ଟି ହେଉଛି ଓ ଯିଏ ଗଡସେର ପ୍ରଶଂସା କରୁଛି । ସେମାନେ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ନା ଚାଷୀ ମାନେ ବୋଲି ମନ୍ତ୍ରୀଙ୍କୁ ସେ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି ।

କପିଲ ସିବଲ ଟ୍ବିଟ୍‌ କରିଛନ୍ତି ଯେ, ‘ମିଷ୍ଟର ମିନିଷ୍ଟର, ପ୍ରକୃତରେ ଟୁକଡେ ଟୁକଡେ ଗ୍ୟାଙ୍ଗ କିଏ ? ଯିଏ ସବୁ ନାଗରିକଙ୍କୁ ଦୁଇଟି ନଜରରେ ଦେଖୁଛନ୍ତି, ଯିଏ ସମାଜରେ ଘୃଣାଭାବ ସୃଷ୍ଟି କରୁଛନ୍ତି, ଯିଏ ନିତିନିୟମରେ ସମାଜରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି, ଯିଏ ଗଡସେକୁ ପ୍ରଶଂସା କରୁଛନ୍ତି ।’ ଆମର କୃଷକ ନୁହଁନ୍ତି ବୋଲି ସେ ଟ୍ବିଟ୍‌ କରିଛନ୍ତି ।

ସୂଚନାଥାଉକି, କେନ୍ଦ୍ରସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀସୀମାରେ ଚାଷୀମାନେ ନଭେମ୍ବର 26 ତାରିଖରୁ ଆନ୍ଦୋଳନ କରୁଛନ୍ତି । ସରକାର ମଧ୍ୟ ସେମାନଙ୍କ ଦାବି ଶୁଣିବା ପାଇଁ 5ଥର ବୈଠକ କରିସାରିଛନ୍ତି । ହେଲେ ଆଇନକୁ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ କରିବାକୁ କୃଷକମାନେ ଦାବି କରିବା ସହ ଆଜି ଉପବାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2020, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.