ଶ୍ରୀନଗର: ଶ୍ରୀନଗରର ନୋଗାମର ୱାଗୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ସହ ଜଡିତ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଜୁନ୍ 15ରେ ଆତଙ୍କବାଦୀ, ଶ୍ରୀନଗର ପୋଲିସ, ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମିଳିତ ଦଳ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।
ତେବେ ଆତଙ୍କବାଦୀ ଥିବା ଜାଣିବା ପରେ କର୍ଡନ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତ୍ମସମର୍ପଣ ପାଇଁ ଆତଙ୍କବାଦୀକୁ କୁହାଯାଇଥିବା ବେଳେ ସର୍ଚ୍ଚଅପରେସନ ସମୟରେ ସେ ମିଳିତ ସର୍ଚ୍ଚ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଆତଙ୍କବାଦୀ ଜଣକ ସୋପିଆନର ୱାଣ୍ଡିନା ମେଲହୋରା ନିବାସୀ ଉଜାୟର ଆଶରଫ ଡାର ବୋଲି ଜଣା ପଡିଥିଲା ଏବଂ ଏନକାଉଣ୍ଟର ସ୍ଥାନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୋଲିସର ସୂଚନା ଅନୁଯାୟୀ ଆତଙ୍କବାଦୀ ଜଣଙ୍କ ସୁରକ୍ଷାବାହିନୀ ଉପରେ ଆକ୍ରମଣ ସମେତ ଏନେକ ଆତଙ୍କବାଦୀ ଅପରାଧ ମାମଲାରେ ଜଡିତ ଥିବା ଜଣାପଡିଛି । ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇଛି।
@ANI