ETV Bharat / bharat

ବଡଗାମରେ ଏନକାଉଣ୍ଟର; ଜଣେ ଆତଙ୍କୀ ନିପାତ - ସୁରକ୍ଷାବାହିନୀଙ୍କ ଏନାକାଉଣ୍ଟର

ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାର ମୋଚଓ୍ବାରେ ସୁରକ୍ଷାବାହିନୀଙ୍କ ଏନାକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ବୁଡଗାମରେ ଏନକାଉଣ୍ଟର ; ଜଣେ ଆତଙ୍କୀ ନିପାତ
ବୁଡଗାମରେ ଏନକାଉଣ୍ଟର ; ଜଣେ ଆତଙ୍କୀ ନିପାତ
author img

By

Published : Aug 7, 2021, 6:31 AM IST

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାର ମୋଚଓ୍ବାରେ ସୁରକ୍ଷାବାହିନୀଙ୍କ ଏନାକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ ୪୭ ରାଇଫଲ ସହ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ବଡଗାମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ । ଏହାପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂକୁ ଜୋରଦାର କରାଯାଇଥିଲା । ହେଲେ ଆତଙ୍କୀଙ୍କ ପକ୍ଷରୁ ସୁରକ୍ଷାବାହିନୀଙ୍କ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ଯାହାର ପ୍ରତିଜବାବ ଦେଇଥିଲା ସେନା । ପରେ ସେନାର ଆକ୍ରମଣରେ ଟଳି ପଡିଥିଲା ଜଣେ ଆତଙ୍କବାଦୀ । ଅନ୍ୟ ଆତଙ୍କୀଙ୍କୁ କାବୁ କରିବା ପାଇଁ କୁମ୍ବିଂକୁ ଜୋରଦାର କରାଯାଉଛି ।

ସେପଟେ ଶୁକ୍ରବାର ସଂନ୍ଧ୍ୟାରେ ରାମବାନ ଜିଲ୍ଲାରେ ଏକ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଜଣ ଆହତ ହୋଇଥିଲେ । ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.