ETV Bharat / bharat

cop26 ଶିଖର ସମ୍ମିଳନୀରୁ ମୋଦିଙ୍କ ସନ୍ଦେଶ; One Sun, One World, One Grid ଜରୁରୀ

author img

By

Published : Nov 3, 2021, 9:00 AM IST

cop26 ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେଇ ଗ୍ଲାସଗୋରୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂର୍ଯ୍ୟଙ୍କ ସହିତ ତାଳ ଦେଇ ଚାଲିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

cop26 ଶିଖର ସମ୍ମିଳନୀରୁ ମୋଦିଙ୍କ ସନ୍ଦେଶ
cop26 ଶିଖର ସମ୍ମିଳନୀରୁ ମୋଦିଙ୍କ ସନ୍ଦେଶ

ଗ୍ଲାସଗୋ: cop26 ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେଇ ଗ୍ଲାସଗୋରୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ପ୍ରାକୃତିକ ସନ୍ତୁଳନ କ୍ଷତିଗ୍ରସ୍ତ ହୋଇଛି । ଆମକୁ ପ୍ରକୃତି ସହିତ ସମନ୍ବୟ ରକ୍ଷା କରି ଚାଲିବାକୁ ପଡିବ । ଶିଳ୍ପ ବିପ୍ଲବ ପାଇଁ ମାନବ ସଭ୍ୟତା ଯେଭଳି ପ୍ରଭାବିତ ହୋଇଛି ସୌରଶକ୍ତି ହିଁ ସେଥିରେ ସନ୍ତୁଳନ ଆଣିବାରେ ସହାୟକ ହେବ । ତେଣୁ ଆମରୁ ସୂର୍ଯ୍ୟଙ୍କ ସହିତ ତାଳ ଦେଇ ଚାଲିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାତିସଂଘ ଜଳବାୟୁ ସମ୍ମିଳନୀରେ 'ବର୍ଦ୍ଧିଷ୍ଣୁ ସ୍ବଚ୍ଛ ପ୍ରଯୁକ୍ତି ନବସୃଜନ ଓ ନିୟୋଜନ' ଶୀର୍ଷକ ଅଧିବେଶନରେ ଉଦବୋଧନ ଦେଇ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ସେ ଆହୁରି କହିଛନ୍ତି ଇସ୍ରୋ ଆମକୁ ଏକ ସୋଲାର କାଲକୁଲେଟର ଆପ୍ ଯୋଗାଇ ଦେବ । ଯେକୌଣସି ସ୍ଥାନରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବା ସହଜ ଓ ଲାଭଦାୟକ ହେବ ତାହା ଏହି ଆପରୁ ଜଣାପଡିବ । ଜୀବାଷ୍ମ ଇନ୍ଧନ ଦ୍ବାରା ଶିଳ୍ପ ବିପ୍ଳବ ହୋଇଛି । ଏହା ପାଇଁ ଅନେକ ଦେଶର ଉନ୍ନତି ହୋଇଛି ହେଲେ ପୃଥିବୀ ଗରିବ ହୋଇଯାଇଛି । ଆଜିର ପ୍ରଯୁକ୍ତି କୌଶଳ ଆମ ହାତରେ ଏକ ବିକଳ୍ପ ଦେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି ହଜାର ହଜାର ବର୍ଷ ପୂର୍ବରୁ ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଭାରତୀୟ ଶାସ୍ତ୍ରରେ ରହିଛି । ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟାଦୟ ଆମ ଜୀବନରୁ ନିର୍ଦ୍ଧାରଣ କରୁଛି । ଯେ ପର୍ଯ୍ୟନ୍ତ ପରିବେଶ ସୁସ୍ଥ ରହିଛି ସେବେ ଯାଏଁ ଆମେ ସୁସ୍ଥ ରହିବା । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ମାନବସମାଜ ସୂର୍ଯ୍ୟଙ୍କ ଠାରୁ ଆଗକୁ ଯିବାକୁ ଉଦ୍ୟମ କରୁଛି । ଫଳରେ ପ୍ରକୃତି ତାରି ସନ୍ତୁଳନ ହରାଉଛି । ଏହି ସନ୍ତୁଳନକୁ ରକ୍ଷା କରିବାକୁ ହେଲେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ ଏହି ସମସ୍ୟାର ସମାଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.