ETV Bharat / bharat

ଝାଡ଼ଖଣ୍ଡରେ IED ବିସ୍ଫୋରଣ, ଜଣେ ଯବାନ ଶହୀଦ

ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଘଟି ଜଣେ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

One Police Jawan martyred in the IED blast in Lohardaga
ଝାଡ଼ଖଣ୍ଡରେ IED ବିସ୍ଫୋରଣ, ଜଣେ ଯବାନ ଶହୀଦ
author img

By

Published : Feb 16, 2021, 9:41 PM IST

ରାଞ୍ଚି: ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲା ସେରେଙ୍ଗବାଦ ଥାନା ଅଞ୍ଚଳର ଚପାଲ-ଜୁଡୱାନୀ ମଝି ଜଙ୍ଗଲରେ ଆଇଇଡ଼ି ବିସ୍ଫୋରଣ ହେବା ଦ୍ବାରା ଜଣେ ଯବାନ ଶହୀଦ ହୋଇଛନ୍ତି । ତେବେ ଏହି ବିସ୍ଫୋରକ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିଲା ବୋଲି ଜଣାପଡିଛି ।

ସିଆରପିଏଫର 158 ବାଟାଲିୟନ ଯବାନ, ଜିଲ୍ଲା ପୋଲିସ ମିଳିତ ଭାବରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ତେବେ ନକ୍ସଲମାନେ ଆଇଡି ଖଞ୍ଜିଥିବା ସମ୍ପର୍କରେ ସୁରକ୍ଷା ବାହିନୀ ସୁରାକ ପାଇପାରିନଥିଲେ । ଏହି ଘଟଣା ଲୋହରଦଗା ଜିଲ୍ଲାର ଚପାଲ-ଜୁଡୱାନୀ ମଝି ଜଙ୍ଗଲରେ ଘଟିଛି । ଘଟଣା ଘଟିଥିବା ଅଞ୍ଚଳ ଭାକପା ମାଓବାଦୀ ନକ୍ସଲ ସଂଗଠନର ଅଞ୍ଚଳ ବୋଲି ଜଣାପଡିଛି ।

ଲୋହରଦାଗା ଏବଂ ଗୁମ୍‌ଲା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳ ଭାକପା ମାଓବାଦୀ ନକ୍ସଲ ସଂଗଠନ ପାଇଁ ଏକ ନିରାପଦ ଅଞ୍ଚଳ । ଏଥିଲାଗି ନକ୍ସଲମାନେ ଏଠାରେ ପୋଲିସ ଦଳକୁ ଫାନ୍ଦରେ ପକାଇବା ପାଇଁ ଆଇଇଡି ରଖିଥିଲେ। ବିସ୍ଫୋରଣ ହେବା ପରେ ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା । ତେବେ ରାସ୍ତାରେ ହିଁ ସେ ଶହୀଦ ହୋଇଥିବା ଜଣାପଡିଛି ।

ଶହୀଦ ହୋଇଥିବା ଯବାନ ଜଣକ ଗୁମଲା ଜିଲ୍ଲାର ଦୁଲେଶ୍ବର ପରାସ ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କୁ ସେରେଙ୍ଗଦାଗ ପୋଲିସ ଷ୍ଟେସନରେ ନିୟୋଜିତ କରାଯାଇଥିଲା । ଭାକପା ମାଓବାଦୀ ନକ୍ସଲ ସଂଗଠନ ଘଟଣା ଘଟିଥିବା ଅଞ୍ଚଳରେ ବୁଲୁଥିବା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ତେବେ ସେମାନଙ୍କୁ ଧରିବା ପାଇଁ ଯବାନ ଓ ପୋଲିସ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.