ETV Bharat / bharat

Kullu Cloud Burst: କୁଲ୍ଲୁରେ ଫାଟିଲା ବାଦଲ, ଜଣେ ମୃତ ଭାସିଗଲା ଗାଡିମୋଟର - ଭାରତୀୟ ପାଣିପାଗ ସୂଚନା

କୁଲ୍ଲୁରେ ଫାଟିଲା ବାଦଲ । ଭାସିଗଲା ଗାଡିମୋଟର ଘର ଦ୍ବାର । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Kullu Cloud Burst
Kullu Cloud Burst
author img

By

Published : Jul 17, 2023, 12:08 PM IST

ଶିମଲା: ପାହାଡି ରାଜ୍ୟରେ ପିଛା ଛାଡୁନି ବିପତ୍ତି । ଗତ କିଛି ଦିନ ଧରି ହିମାଚଳରେ ତାଣ୍ଡବ ରଚିଥିଲା ପ୍ରକୃତି । ପ୍ରବଳ ବର୍ଷା ସବୁ କିଛି ଛାରଖାର କରିଦେଇଥିଲା । ଅନେକ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ହିମାଚଳ କୁଲ୍ଲୁରେ ବାଦଲ ଫଟା ବିତ୍ପାତ କରିଛି । କୁଲ୍ଲୁ ଜିଲ୍ଲାର ଗତକାଲି(ରବିବାର) ବିଳମ୍ବିତ ରାତିରେ ସେଉବାଗ ଓ କାଇସ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ବାଦଲଫଟା ବର୍ଷା ଭସାଇ ନେଇଛି ଗାଡିମୋଟର ଘରଦ୍ବାର । ଏଥିରେ 9ଟି ଗାଡି ଭାସି ଯାଇଥିବା ସେଠାକାର ଡିଏସପି ରାଜେଶ ଠାକୁର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ 2.30 ସମୟରେ ମନାଲି ବିଧାନସଭା କ୍ଷେତ୍ରର କାଇସ ଓ ସେଉବାଗ ଅଞ୍ଚଳରେ ଅକଷ୍ମାତ ବନ୍ୟା ଆସିଥିଲା । ଫଳରେ ଲୋକେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଥିରେ କେତେକ ଘର ଓ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏନେଇ ଡିଏସପି ରାଜେଶ ଠାକୁର ସୂଚନା ଦେଇ କହିଛନ୍ତି, ‘ଫ୍ଲାସ ଫ୍ଲଡ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 9ଟି ଗାଡି ଭାସି ଯାଇଛି ।’

ଏହା ମଧ୍ୟ ପଢନ୍ତୁ: Watch: ହିମାଚଳରେ ବନ୍ୟା ସ୍ଥିତି ସାଂଘାତିକ, କୁଲୁ-ମନାଲି ଯୋଗାଯୋଗ ବିଚ୍ଛିନ୍ନ

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, କାଇସ ଅଞ୍ଚଳରେ ଏହି ବାଦଲ ଫାଟିଛି । ମୃତକ ହେଲେ ପଦାର ତହସିଲ ଚଂସାରୀ ଗାଁର ବାଦଲ ଶର୍ମା । 3 ଆହତଙ୍କ ମଧ୍ୟରୁ 2 ଜଣ ଅବସ୍ଥା ଗୁରୁତର ରହିଛି । ସୂଚନା ଥାଉକି, ହିମାଚଳରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ହିମାଚଳ ଓ ଉତ୍ତରାଖଣ୍ଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ହିମାଚଳର ଚାମ୍ବା, କଙ୍ଗ୍ରା,ସିରମୋଉର, ଶିମଲା ଓ କୁଲ୍ଲୁ ଜିଲ୍ଲା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ: North India Flood: ବର୍ଷୁଛି ମୌସୁମୀ ଭାସୁଛି ଉତ୍ତର ଭାରତ, ଅଧିକ ପ୍ରଭାବିତ ହିମାଚଳ

ନିକଟରେ, ପ୍ରବଳ ବର୍ଷା କାରଣରୁ ଉତ୍ତର ଭାରତରେ ସ୍ଥିତି ସଙ୍ଗୀନ ରହିଛି । ବିଶେଷ କରି ପାହାଡି ରାଜ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ବ୍ୟାପକ କ୍ଷତି କରିଛି । ଅନେକ ମୃତ୍ୟୁ ହୋଇଥିବା ବେଳେ ପ୍ରଳୟ ରଚିଛି ବର୍ଷା । ଘରଦ୍ବାର, ଗାଡି, ମଣିଷ ସବୁକୁ ଭସାଇ ନେଇଛି ବର୍ଷା । ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେବା ବେଳେ ଏବେ କୁଲ୍ଲୁରେ ଲୋକଙ୍କ ନିଦ ହଜାଇଛି ବାଦଲ ଫଟା ବର୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.