ETV Bharat / bharat

ତେଲେଙ୍ଗାନାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ୩ ଆହତ

author img

By

Published : Mar 6, 2023, 12:34 PM IST

ତେଲେଙ୍ଗାନାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ମଦ ପିଇବା ପରେ ସଂଘର୍ଷ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଆହତ ସୂଚନା । ଅଧିକ ପଢନ୍ତୁ

odishas worker died in telengana
odishas worker died in telengana

ହାଇଦ୍ରାବାଦ: ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ଗୋଷ୍ଠୀ ସଂଘର୍ଷ ପରେ ଜୀବନ ହାରିଲେ ପ୍ରବାସୀ ଓଡିଆ । ତେଲେଙ୍ଗାନାର ବିଡିଏଲ ପୋଲିସ ଥାନା ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଛି । ମୃତକ ଜଣକ ହେଉଛନ୍ତି ବିଶାଲ । ତେବେ ବିଶାଲଙ୍କ ପ୍ରକୃତ ପରିଚୟ ହସ୍ତଗତ ହୋଇନଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ବୋଲି ଜଣାପଡିଛି ।

ସୂଚନାନୁସାରେ, ତେଲେଙ୍ଗାନାର ବିଡିଏଲ ପୋଲିସ ଥାନା ଅଞ୍ଚଳ ନାଗୁଲାପଲ୍ଲୀ ଅଞ୍ଚଳରେ ୪ଜଣ ପ୍ରବାସୀ ଶ୍ରମିକ ରହୁଥିଲେ । ନିରଞ୍ଜନ, ବିଶାଲ, ତୁଗାମ ଏବଂ ଭଗଓ୍ବା ଶ୍ରମିକ ଭାବେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘରେ ରହୁଥିଲେ । ତେବେ ଗତକାଲି(ରବିବାର) ଦିନ ସମସ୍ତେ ଏକାଠି ମଦ ପିଇବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଫଳରେ ସେଥିରୁ ଜଣେ ଶ୍ରମିକ ଜୀବନ ହାରିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ ।

ଝୁଲନ୍ତା ଅବସ୍ଥାରେ ପୋଲିସ ଜଣକର ମୃତଦେହ ଉଦ୍ଧାର କରିଥିଲା । ମୃତ ଶ୍ରମିକ ହେଲେ ବିଶାଲ । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶ୍ରମିକମାନଙ୍କ ପୈତୃକ ଘର ବିଷୟରେ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ସମସ୍ତେ ଓଡିଶାର ବୋଲି ଜଣାପଡିଛି । ତେବେ ବିଶାଲଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ବିଡିଏଲ ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସାମାନ୍ୟ ବଚସାରୁ କରୁଣ ପରିଣତି, ମଦ ପିଇ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କଲା ୧୨ ବର୍ଷର ନାବାଳକ

ପ୍ରାୟ ଅନେକ ସମୟରେ ବାହାର ରାଜ୍ୟରେ ପ୍ରବାସୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥାଏ । ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁଁ କାହାର ମୃତ୍ୟୁ ହୋଇଥାଏ ତ ଆଉ କିଏ କାର୍ଯ୍ୟରତ ସମୟରେ ପ୍ରାଣ ହରାଇଥାଏ । ହେଲେ ମଦ ପିଇ ଗୋଷ୍ଠୀ ସଂଘର୍ଷ ହୋଇ ପ୍ରାଣ ହରାଇବା ଘଟଣା ଘଟିଥିବା ନେଇ ଆମର ହସ୍ତଗତ ହୋଇନାହିଁ । ତେଲେଙ୍ଗାନାର ବିଡିଏଲ ପୋଲିସ ଥାନା ଅଞ୍ଚଳ ନାଗୁଲାପଲ୍ଲୀ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶେଷ ହେବା ପରେ ବିଶାଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: Migrant workers issue Tamil Nadu: ଭିଡିଓ ଜାରି କଲେ ପ୍ରବାସୀ ଶ୍ରମିକ, କହିଲେ ଆମେ ସୁରକ୍ଷିତ ଅଛୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.