ETV Bharat / bharat

Sidhu Moosewala Murder Case: ଆଉ ଜଣକୁ ଗିରଫ କଲା ପୋଲିସ

ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା (Sidhu Moosewala Murder Case) ହତ୍ୟା ଘଟଣା । ଏ ମାମଲାରେ ପୋଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Sidhu Moosewala Murder Case:ହରିୟାଣାରୁ ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ

author img

By

Published : Jun 6, 2022, 12:37 PM IST

ଚଣ୍ତିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା(Sidhu Moosewala Murder Case ) ହତ୍ୟା ଘଟଣାରେ ସଂପୃକ୍ତ ଆଉ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ଗିରଫ ସନ୍ଦିଗ୍ଧ ଜଣକ ହେଉଛି ଦେବେନ୍ଦ୍ର ଓରଫ କାଲା । ପଞ୍ଜାବ ପୋଲିସ ହରିୟାଣାର ଫତେହାବାହ ମୁସେହାଲ୍ଲୀ ଗାଁରୁ ଦେବେନ୍ଦ୍ରକୁ ଗିରଫ କିରିଛି । ଏନେଇ ଦେବେନ୍ଦ୍ରଙ୍କ ବିରୋଧରେ ଫତେହପୁର ସଦର ପୋଲିସ ଷ୍ଟେସନରେ ଏନଡିପିଏସ୍ ଆକ୍ଟ(NDPS Act) ଅଧିନରେ ଏକ ମାମଲା ରୁଜୁ ହୋଇଛି ।

ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ପଚରାଉଚୁରା ସମୟରେ ଦେବେନ୍ଦ୍ର ବାବଦରେ ସୁରାକ୍‌ ପାଇଥିଲା ପୋଲିସ । ଫଳରେ ଏହାକୁ ଆଧାର କରି ପୋଲିସ ହରିୟାଣାରେ ଛାପା ମାରିଥିଲା । ଆଉ ପୋଲିସ ହାତରେ ଲାଗିଥିଲା ଅଭିଯୁକ୍ତ ଦେବେନ୍ଦ୍ର । ଏହାପୂର୍ବରୁ ମେ ୧୬ ଓ ୧୭ ତାରିଖରେ ପବନ ଓ ନସୀବ ନାମରେ ଦୁଇଜଣଙ୍କୁ ପୋଲିସ ଭିର୍ଦନାରୁ ଗିରଫ କରିଥିଲା । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ତୃତୀୟ ଗିରଫଦାରୀ ଫଦେହାବାଦ ଜିଲ୍ଲାରୁ ହୋଇଛି । ସିଦ୍ଧୁଙ୍କ ଅନ୍ତିମ ସଂସ୍କାର ହେବା ଦିନ ଉତ୍ତରାଖଣ୍ତରୁ ପ୍ରଥମ ଅଭିଯୁକ୍ତ ମନପ୍ରିତକୁ ଗତ ମଙ୍ଗଳବାର ଗିରଫ କରାଯାଇଥିଲା ।

ଗତ ୨୯ ତାରିଖ ଦିନ ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବା ବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ଗୁଳି ମାରିଥିବା ଅପରାଧୀ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳି ନଥିବା ବେଳେ କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ (Canada based gangster Goldie) ନିଜକୁ ଦାୟୀ କରିଥିଲେ । ଏହି ହତ୍ୟାକାଣ୍ଡ ସେ ଘଟାଇଥିବା ଏକ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.