ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଭୈରୀନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କବାଦୀକୁ ମାରି ଟଳାଇଛନ୍ତି ସୁରକ୍ଷାକର୍ମୀ ।
ଗତ ୧୦ ଦିନ ମଧ୍ୟରେ ସୁରକ୍ଷାକର୍ମୀମାନେ ପ୍ରାୟ ୭ରୁ ୮ ଜଣ ଆତଙ୍କବାଦୀଙ୍କୁ ନିପାତ କଲେଣି । ଗତ କିଛି ଦିନ ହେବ କାଶ୍ମୀରରେ ସାଧରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । କିଛି ଆତଙ୍କୀଙ୍କୁ ଭାରତୀୟ ସେନା ନିପାତ କରିଛି । ଏହାସତ୍ତ୍ୱେ ବାରମ୍ବାର ନିରୀହ ସାଧାରଣ ଲୋକ, ଅଂଣ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ଜୀବନ ହାନୀ ହେଇଛି ।
ଏପଟେ ଆଜି ଟାର୍ଗେଟ୍ କିଲିଂ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।