ଗାନ୍ଧୀନଗର: ଗୁଜୁରାଟର ସୁରଟ ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି । ଷ୍ଟେସନରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୀପାବଳି ଓ ଗୁଜୁରାଟର ପ୍ରସିଦ୍ଧ ପର୍ବ ଛଟ ପୂଜା ପାଇଁ 4ରୁ 5 ଦିନ ହେବ ଗୁଜୁରାଟର ବିଭିନ୍ନ ଷ୍ଟେସନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସ୍ବାଭାବିକ ଠାରୁ ପାଖାପାଖି 5ଗୁଣ ଯାତ୍ରୀ ଷ୍ଟେସନରେ ଦେଖିବାକୁ ମିଳିଛି । ଯେଉଥି ପାଇଁ ଏଭଳି ଅଘଟଣ ଘଟିଛି ।
ଦୀପାବଳି ଓ ଛଟ ପୂଜା ଅବସରରେ ଘର ବାହୁଡା ହେଉଛନ୍ତି ଲୋକେ । ଯେଉଁଥିପାଇଁ ଗୁଜୁରାଟର ବିଭିନ୍ନ ରେଳ ଷ୍ଟେସନରେ ସ୍ବାଭାବିକ ଠାରୁ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଗତ ଗତ 4ରୁ 5 ଦିନ ହେଲା ଏଭଳି ସ୍ଥିତି ଜାରି ରହିଥିବା ବେଳେ ସୁରଟ ରେଳ ଷ୍ଟେସନରେ ଟ୍ରେନରେ ଚଢିବା ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଅଚାନକ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଯେଉଁଥିରେ 2 ଜଣ ମହିଳାଙ୍କ ସମେତ 3 ଯାତ୍ରୀଙ୍କ ଅଚାନକ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଛଟ ପୂଜା ଦୀପାବଳି ଅବସରରେ ନିଜର ଘରକୁ ଯିବା ପାଇଁ ରେଳ ଷ୍ଟେସନରେ ଯାତ୍ରୀମାନେ ଛିଡା ହୋଇଥିଲେ ।
ତେବେ ଷ୍ଟେସନରେ 1700 ଯାତ୍ରୀ ଛିଡା ହେବା ପାଇଁ ସ୍ଥାନ ରହିଥିବା ବେଳେ ଥିବା ବେଳେ ପ୍ରତିଦିନ 5 ହଜାରରୁ ଅଧିକ ଯାତ୍ରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଅଘଟଣ ପୂର୍ବରୁ ଏନେଇ ଇଟିଭି ଭାରତ ପକ୍ଷରୁ ଏକ ରିପୋର୍ଟ ଦିଆଯାଇଥିଲା । ହେଲେ ପ୍ରଶାସନ ତଥା ରେଳ ଅଧିକାରୀଙ୍କ ଏନେଇ ଦୃଷ୍ଟି ନ ଦେବାରୁ ଆଜି ଦୁର୍ଘଟଣା ଘଟିଛି । ସୁରଟର ଛପରାକୁ ଯାଉଥିବା ତାପି ଗଙ୍ଗା ଏକ୍ସପ୍ରେସ ସୁରଟ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 4 ରେ ଲାଗିଥାଏ । ସେହି ଟ୍ରେନରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଜେନେରାଲ କୋଚରେ ଲୋକମାନେ ଯାତ୍ରା କରିଥାନ୍ତି । ତେବେ ଉତ୍ସବ ସମୟ ଥିବାରୁ କିଛି ଦିନ ହେଲା ଷ୍ଟେସନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗତ 4ରୁ 5 ଦିନ ହେଲା ଏଭଳି ସ୍ଥିତି ଜାରି ରହିଛି । ପ୍ରବଳ ଭିଡ ଯୋଗୁ କିଛି ଲୋକ ଅଚେତ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ..ଭଦୋଦରା ରେଳ ଷ୍ଟେସନରେ ଭିଡ ମାମଲା, ସୁପ୍ରିମକୋର୍ଟରୁ ଶାହାରୁଖଙ୍କୁ ଆଶ୍ବସ୍ତି
ସୁରଟ ଏକ୍ସପ୍ରେସରେ ଚଢିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଯାତ୍ରୀ ଟ୍ରେନରେ ଚଢିବା ପାଇଁ ଅନ୍ୟଯାତ୍ରୀମାନଙ୍କୁ ଧକ୍କା ଦେଇ ଆଗୁଆ ଚଢିବା ପାଇଁ ପ୍ରୟାସ କରିଥିଲେ । ଯେଉଁଥିରେ 5 ଜଣ ଯାତ୍ରୀ ଅଚେତ ହୋଇଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ହସ୍ପିଟାଲ ପଠାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଅଙ୍କିତ ବିରେନ୍ଦ୍ରସିଂହଙ୍କ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।
ତେବେ ଏନେଇ ମୁଖ୍ୟ ରେଳ ଲୋକ ଅଧିକାରୀ ସୁମିତ ଠାକରେ କହିଛନ୍ତି ଯେ, ପାର୍ବଣ ଋତୁକୁ ନଜରରେ ରଖି ପଶ୍ଚିମ ରେଳ ବିଭାଗ ପକ୍ଷରୁ 46ଟି ଟ୍ରେନର ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରତର ବିଭିନ୍ନ ରେଳ ଷ୍ଟେନସଗୁଡିକରରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରତ ରେଳ ଷ୍ଟେସନରେ ପାଖାପାଖି 165 ଆରପିଏଫ ଓ ଜିଆରପିଏଫ ଯବାନ ନିୟୋଜିତ ଅଛନ୍ତି । ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁମାନଙ୍କୁ ଶ୍ବାସକ୍ରିୟାରେ ଅସୁବିଧା ହେଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।
ସୂଚନା ଯୋଗ୍ୟ, ଅଘଟଣ ଘଟିବାର ଗୋଟିଏ ଦିନ ପୂର୍ବରୁ ହିଁ ଇଟିଭି ଭାରତ ପକ୍ଷରୁ ଅତ୍ୟଧିକ ଭିଡକୁ ନେଇ ରେଳ ଅଧିକାରୀଙ୍କୁ ଆଲର୍ଟ କରାଯାଇଥିଲା । ସୁରଟ ରେଳ ଷ୍ଟେସନରେ ସ୍ବାଭାବିକ ଠାରୁ 5 ଗୁଣା ଅଧିକ ଲୋକଙ୍କ ଜମା ହେଉଥିବା ନେଇ ସୂଚିତ କରାଯାଇଥିଲା ହେଲେ ରେଳ ବିଭାଗର ଉଦାସିନତା ଯୋଗୁ ଏଭଳି ଏକ ଅଘଟଣ ଘଟିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ