ETV Bharat / bharat

Accident Near Indo Bhutan Border: ଜଣେ ସେନା ଯବାନ ମୃତ, 4 ଆହତ

ଭାରତ-ଭୁଟାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହେଲା ଆର୍ମି ଟ୍ରକ (Accident near Indo Bhutan border)। ଜଣେ ଯବାନ ମୃତ । ଅନ୍ୟ 4 ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Accident near Indo Bhutan border: ଜଣେ ସେନା ଯବାନ ମୃତ, 4 ଆହତ

author img

By

Published : Nov 7, 2022, 9:56 PM IST

ଗୌହାଟୀ: ଆସାମର ତାମିଲପୁର ନିକଟବର୍ତ୍ତୀ ଭାରତ-ଭୁଟାନ ସୀମାରେ ଭାରତୀୟ ସେନାର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେନାର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି (Army jawan died in Accident)। ଆଜି (ସୋମବାର) ପୂର୍ବାହ୍ନରେ ଆସାମର ତାମିଲପୁର ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଯବାନଙ୍କୁ ଉଦ୍ଧାର କରି ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେନାର ଜଣେ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଗୌହାଟୀରେ ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀଙ୍କ(PRO) ସୂଚନା ଅନୁସାରେ,"ପୂର୍ବାହ୍ନରେ ନରେଙ୍ଗି ଆର୍ମି କ୍ୟାଣ୍ଟରୁ ଗାଡିଟି ଏକ ଅପରେସନରେ ସେନା ଯବାନଙ୍କୁ ଧରି ବାହାରିଥିଲା (Road accident near Indo Bhutan border)। ତେବେ ପୂର୍ବାହ୍ନରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୋଟ 5ଜଣ ଯବାନ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଣେ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ 4ଜଣଙ୍କ ଚିକିତ୍ସା ବର୍ତ୍ତମାନ ସେନା ହସ୍ପିଟାଲରେ ଜାରି ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.