ETV Bharat / bharat

ଅତିକର ମୃତ୍ୟୁ ଖବର ଶୁଣି ଜେଲ୍‌ରେ ଅଚେତ୍‌ ହେଲା ବଡପୁଅ, ହସ୍ପିଟାଲରେ ଭର୍ତ୍ତି - ଅତିକ ଅହମ୍ମଦର ବଡପୁଅ ଉମର ଅହମ୍ମଦ

ବାପା ଅତିକର ମୃତ୍ୟୁ ଖବର ଶୁଣି ଲକ୍ଷ୍ନୌ ଜେଲ୍‌ରେ ଅଚେତ୍‌ ହେଲା ବଡପୁଅ । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଅତିକର ମୃତ୍ୟୁ ଖବର ଶୁଣି ଜେଲ୍‌ରେ ବେହୋସ୍ ହେଲା ବଡପୁଅ

author img

By

Published : Apr 16, 2023, 11:38 AM IST

ଲକ୍ଷ୍ନୌ: ମାଫିଆ ଅତିକ ଅହମ୍ମଦ ଓ ତା'ର ଭାଇ ଅସରଫକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଦୁହିଁଙ୍କୁ ପ୍ରୟାଗରାଜ ମେଡିକାଲକୁ ଚେକଅପ୍ ପାଇଁ ନେଉଥିବା ବେଳେ ୩ ଜଣ ସୁଟର ଦୁଇ ଭାଇଙ୍କୁ ଗୁଳି କରିଛନ୍ତି । ଏହି ଖବର ଜେଲରେ ଥିବା ଗ୍ୟାଙ୍ଗଷ୍ଟାରର ବଡ ପୁଅ ଉମରକୁ ଶକ୍ତ ଧକ୍କା ଦେଇଛି । ଭାଇ ପରେ ଏବେ ବାପାଙ୍କ ମୃତ୍ୟୁ ଶୁଣିବା ପରେ ଘଟଣାସ୍ଥଳରୁ ଦୁଇ ଶହ କିଲୋମିଟର ଦୂର ଲକ୍ଷ୍ନୌ ଜେଲରେ ଥିବା ଅତିକର ବଡ ପୁଅ ଉମର ଅଚେତ୍‌ ହୋଇପଡିଛି । ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାକୁ ଜିଲ୍ଲା ହସ୍ପିଟାଲକୁ ନେଇଛି । ସେଠାରେ ତାର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଲକ୍ଷ୍ନୌ ଜେଲର ହାଇ ସିକ୍ୟୁରିଟି ସେଲ୍‌ରେ ଅତିକ ଅହମ୍ମଦର ବଡପୁଅ ଉମର ଅହମ୍ମଦ ବନ୍ଦ ଅଛି । ଆଜି ଜେଲ୍ କର୍ମୀଙ୍କ ଠାରୁ ଉମର ନିଜ ବାପାଙ୍କ ହତ୍ୟା ଖବର ଶୁଣିଥିଲା । ଏହା ଶୁଣିବା ମାତ୍ରେ ସେ ହଠାତ୍ ଅଚେତ୍‌ ହୋଇଯାଇଥିଲା । ଏହାପରେ ଜେଲ୍ ପ୍ରଶାସନ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି । ପୂର୍ବରୁ ଗୁରୁବାର ଦିନ ଭାଇ ଅସଦର ଏନକାଉଣ୍ଟର ଖବର ଶୁଣିବା ପରଠୁ ଉମର ଜେଲ୍‌ରେ ଖାଇବା ପିଇବା ଛାଡି ଦେଇଥିଲା । ଗତକାଲି ଭାଇର ଅନ୍ତିମ ସଂସ୍କାର ଟିଭିରେ ଦେଖିବାକୁ ସେ ଜିଦ୍ ଧରିଥିଲା । ଭାଇକୁ କବର ଦିଆଯିବାର କେଇ ଘଣ୍ଟା ନପୁରୁଣୁ ବାପା ଚାଲିଯିବା ପରେ ଉମର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛି ।

ଏହାମଧ୍ୟ ପଢନ୍ତୁ: Atiq Ahmed Murder: ସରକାରଙ୍କୁ ବିରୋଧିଙ୍କ ସମାଲୋଚନା, ୟୁପିରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି

ଅନ୍ୟପଟେ ଅତିକି ଓ ଅସରଫକୁ ହତ୍ୟା କରିଥିବା ୩ ଜଣ ସୁଟରଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ପ୍ରୟାଗରାଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି । ରାଜ୍ୟର ସମସ୍ତ ପୋଲିସ କର୍ମଚାରୀମାନଙ୍କୁ ଛୁଟି ବାତିଲ କରାଯାଇଛି । ସେହିପରି ପ୍ରୟାଗରାଜରେ ହାଇଆଲର୍ଟ ଜାରି କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅପରାଧ ଦୁନିଆର ବାଦଶାହ ଥିଲା ଅତିକ, ତା ନାଁରେ ରହିଛି 100ରୁ ଅଧିକ ମାମଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.