ETV Bharat / bharat

ଜବରଦସ୍ତ ହେବ ୟୁପି ଫାଇଟ, ଯୋଗୀଙ୍କ ବିରୋଧରେ ଲଢିବେ ପୂର୍ବତନ ଶିକ୍ଷକ - ଯୋଗୀଙ୍କ ବିରୋଧରେ ଲଢିବେ ପୂର୍ବତନ ଶିକ୍ଷକ

ଦିନକୁ ଦିନ ରୋଚକ ହେଉଛି ୟୁପି ପାଣିପାଗ । ଯୋଗୀଙ୍କ ବିପକ୍ଷରେ ଲଢିବା ପାଇଁ ବାହାରିଛନ୍ତି ଜଣେ ପୂର୍ବତନ ଶିକ୍ଷକ । ଅଧିକ ପଢନ୍ତୁ

ଜବରଦସ୍ତ ହେବ ୟୁପି ଫାଇଟ
ଜବରଦସ୍ତ ହେବ ୟୁପି ଫାଇଟ
author img

By

Published : Feb 6, 2022, 1:18 PM IST

ଲକ୍ଷ୍ନୌ: ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ରହିଛି ରାଜନୀତି ପାଣିପାଗ । ବିଶେଷ କରି ଉତ୍ତରପ୍ରଦେଶରେ ମାହୋଲ କିଛି ଅଲଗା ପ୍ରକାର ରହିଛି । ଦିନକୁ ଦିନ ରୋଚକ ହେଉଛି ୟୁପି ପାଣିପାଗ । ଯୋଗୀଙ୍କ ବିପକ୍ଷରେ ଲଢିବା ପାଇଁ ବାହାରିଛନ୍ତି ଜଣେ ପୂର୍ବତନ ଶିକ୍ଷକ । ୨୬ ବର୍ଷ ହେବ ମୁଜାଫରନଗରେ ଧାରଣାରେ ବସିଥିବା ଜଣେ ପୂର୍ବତନ ଶିକ୍ଷକ ବିଜୟ ସିଂ ଗୋରଖପୁର ଅର୍ବାନ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଲଢିବେ ବୋଲି କହିଛନ୍ତି ।

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ଯୋଗୀ । ଗୋରଖପୁରରୁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି । ଏହାରି ଭିତରେ ତାଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି ଆଉ ଜଣେ ଚେହେରା । ୨୬ ବର୍ଷ ଧରି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା ପୂର୍ବତନ ଶିକ୍ଷକ ବିଜୟ ସିଂ ଯୋଗୀଙ୍କ ବିରୋଧରେ ଲଢିବାକୁ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ଏହା ସହ ସପା ମୁଖ୍ୟ ଅଖିଳେଖ ଯାଦବଙ୍କ ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ଧାରଣାଗତ ଶିକ୍ଷକ ବିଜୟ ସିଂ ।

ପଶ୍ଚିମ ଉତ୍ତରପ୍ରଦେଶରେ ହଜାର ହଜାର ଜମିକୁ ମାଫିଆମାନେ କବଜା କରି ନେଇଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ୧୯୯୬ରୁ ୨୬ ବର୍ଷ ହେବ ଧାରଣାରେ ବସିଛନ୍ତି ବିଜୟ ସିଂ । ସେବେଠୁ ସେ ପଛକୁ ହଟି ନାହାନ୍ତି । ୨୬ ବର୍ଷ ହେଲାଣି ହେଲେ ସରକାର ତାଙ୍କ କଥାକୁ କର୍ଣ୍ଣପାତ କରି ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନିର୍ବାଚନରେ ଟକ୍କର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବୁଧବାର ଗୋରଖପୁର ଅର୍ବାନ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.