ETV Bharat / bharat

96ବର୍ଷରେ ପାଦ ଦେଲେ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ, ମିଳିଲା ବାର୍ବୀ ଡଲ ଉପହାର - 96 ବର୍ଷରେ ପାଦ ଦେଲେ ବ୍ରିଟେନ ମହାରାଣୀ ଏଲିଜାବେଥ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ 96 ତମ ଜନ୍ମଦିନରେ ଭିନ୍ନ ଉପହାର । ନିଜ ପ୍ରତିକୃତିର ବାର୍ବୀଡଲ ଉପହାର ଦେଲେ ଟୟ ନିର୍ମାଣକାରୀ ସଂସ୍ଥା ବାର୍ବୀ ମାଟେଲ । ଅଧିକ ପଢନ୍ତୁ

96 ବର୍ଷରେ ପାଦ ଦେଲେ ବ୍ରିଟେନ ମହାରାଣୀ ଏଲିଜାବେଥ

author img

By

Published : Apr 21, 2022, 10:15 PM IST

ଲଣ୍ଡନ: 96 ବର୍ଷରେ ପାଦ ଦେଇଛନ୍ତି ବ୍ରିଟେନର ମହାରାଣୀ ଏଲିଜାବେଥ । ସାରା ବିଶ୍ବରୁ ମହାରାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଛୁଟିଥିବା ବେଳେ ଏହି ଅବସରରେ ବାର୍ବୀ ଟୟ ନିର୍ମାଣକାରୀ ସଂସ୍ଥା ମାଟେଲ (Mattel) ମହାରାଣୀଙ୍କୁ ଭିନ୍ନ ଢଙ୍ଗରେ ଉପହାର ଦେଇଛନ୍ତି । ମହାରାଣୀଙ୍କ ଅବିକଳ ପ୍ରତିକୃତିର ଏକ ବାର୍ବୀ ଡଲ ଉପହାର ସ୍ବରୂପ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଛି ।

ଏହି ଉପହାରରେ ଡଲଟି ଇଲିଗାଣ୍ଟ ଇଭୋରୀ ରଙ୍ଗର ଗାଉନ ପିନ୍ଧିଥିବା ବେଳେ ମୁଣ୍ଡରେ ବ୍ଲ୍ୟୁ ରିବନ ବାନ୍ଧିଥିବା ଦେଖିବାକୁ ମିଳିଛି । ରାଣୀ ଏଲିଜାବେଥଙ୍କ ପ୍ରତିକୃତିର ଏହି ବାର୍ବୀ ଡଲର ମୂଲ୍ୟ ପ୍ରାୟ 75 ଡଲାର ହେବ ଏବଂ ଆସନ୍ତାକାଲି (ଗୁରୁବାର) ଠାରୁ ଏହି ପ୍ରତିକୃତିର କଣ୍ଢେଇ ଆମାଜନ, ୱାଲମାର୍ଟ ଏବଂ ମାଟେଲରେ ଉପଲବ୍ଧ ହେବାକୁ ଯାଉଥିବା ମଧ୍ୟ ସୂଚନା ମିଳିଛି ।

1952 ଫେବୃଆରୀ 6 ତାରିଖରେ ଜନ୍ମ ଗ୍ରହଣ କରିଥିବା ମହାରାଣୀ ଏଲିଜାବେଥ ଆଜି (ଗୁରୁବାର) 96 ବର୍ଷ ବୟସରେ ପାଦ ଦେଇଛନ୍ତି । ପିତା ତଥା ମହାରାଜା ଜର୍ଜଙ୍କ ଦେହାନ୍ତ ପରେ ସେ ବ୍ରିଟେନର ମହାରାଣୀ ଭାବେ ସିଂହାସନ ଆରୋହଣ କରିଥିଲେ ଏଲିଜାବେଥ-ଦ୍ବିତୀୟ । ଆଉ ଏକ ରୋଚକ ତଥ୍ୟ ହେଉଛି ବ୍ରିଟିଶ ରାଜବଂଶ ଇତିହାସରେ ମହାରାଣୀ ଏଲିଜାବେଥ ହେଉଛନ୍ତିି ଦୀର୍ଘତମ ଶାସିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.