ନୂଆଦିଲ୍ଲୀ: ଭାରତରେ ଦୈନିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଥିବାବେଳେ ଏହି ସଂକ୍ରମଣ ଆସନ୍ତା ବର୍ଷ ପ୍ରାରମ୍ଭ ତଥା ଫେବୃଆରୀରେ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରିଛି ଜାତୀୟ କୋଭିଡ ସୁପର ମଡେଲ କମିଟି (Covid Supermodel Panel) ।
ଏହି ସଂକ୍ରମଣ ଶୀର୍ଷ ଛୁଇଁବା ସହ ଦେଶରେ ତୃତୀୟ ଲହର ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସେତେବେଳେ ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 7,500 ଆଶଙ୍କା ରହିବା ନେଇ ପ୍ରକାଶ ପାଇଥିବା ବେଳେ ଏହା ଦ୍ବିତୀୟ ଲହର ଠାରୁ ଭୟାବହ ହେବ ନାହିଁ ବୋଲି ମଧ୍ୟ ପ୍ୟାନେଲ ସ୍ପଷ୍ଟ କରିଛି ।
ଜାତୀୟ କୋଭିଡ-19 ସୁପର ମଡେଲ କମିଟି (Covid Supermodel Panel)ର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଛନ୍ତି, ଭାରତରେ ଓମିକ୍ରନର ତୃତୀୟ ଲହର ଦେଖାଯିବ କିନ୍ତୁ ,୨ୟ ଲହର ଅପେକ୍ଷା ଏହା ସାମାନ୍ୟ ରହିବ । ଦେଶରେ ଜାରି ରହିଥିବା ଟୀକାକରଣ ଡ୍ରାଇଭ ଦ୍ବାରା ଜନସଂଖ୍ୟାର ଏକ ବଡ ଅଂଶ ଏବେ ଟିକା ଗ୍ରହଣ କରିସାରିଛନ୍ତି । ଫଳରେ ପୂର୍ବାପେକ୍ଷା ସାଧାରଣ ଭାବେ ଆଣ୍ଟିବଡି ବିକଶିତ ହୋଇଛି । ତେବେ ଏପରି ସମୟରେ ଯଦି ତୃତୀୟ ଲହର ଆସେ, ତେବେ ଏହା ଦ୍ବିତୀୟ ଲହର ପରି ଭୟାବହ ହେବ ନାହିଁ ।
ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ର ପ୍ରଫେସର ଥିବା ବିଦ୍ୟାସାଗର କହିଛନ୍ତି, ଯେ ଦ୍ବିତୀୟ ଲହର ସମୟରେ ଦେଶରେ ଦେଖାଯାଇଥିବା ଦୈନିକ ସଂକ୍ରମଣ ଠାରୁ ୩ୟ ଲହରର ଦୈନିକ ସଂକ୍ରମଣ ସଂଖ୍ୟା ଅଧିକ ରହିବା ସମ୍ଭବ ନୁହେଁ । ଟୀକାକରଣ ଅଭିଯାନର ପ୍ରରମ୍ଭ ସମୟରେ ୨ୟ ଲହର ଆସିଥିବା ଯୋଗୁ ସ୍ଥିତି ସାମାନ୍ୟ ଅଣାୟତ ହୋଇପଡିଥିଲା । କିନ୍ତୁ ବର୍ତ୍ତମାନ ପରସ୍ଥିତିରେ ସେପରି ସ୍ଥିତି ହେବ ନାହିଁ ବୋଲି ଆଶ୍ବସ୍ତିକର ସୂଚନା ଦେଇଛି ପ୍ୟାନେଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ