ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଆଜି ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆଜି ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ଓମାର ଅବଦୁଲ୍ଲା ।
-
JKNC Vice President Omar Abdullah was called by the ED to Delhi to appear before it today on the grounds that his attendance was necessary in connection with an investigation. Even though this exercise is political in nature he will cooperate as there is no wrongdoing on his part pic.twitter.com/ixYFgnWlHS
— JKNC (@JKNC_) April 7, 2022 " class="align-text-top noRightClick twitterSection" data="
">JKNC Vice President Omar Abdullah was called by the ED to Delhi to appear before it today on the grounds that his attendance was necessary in connection with an investigation. Even though this exercise is political in nature he will cooperate as there is no wrongdoing on his part pic.twitter.com/ixYFgnWlHS
— JKNC (@JKNC_) April 7, 2022JKNC Vice President Omar Abdullah was called by the ED to Delhi to appear before it today on the grounds that his attendance was necessary in connection with an investigation. Even though this exercise is political in nature he will cooperate as there is no wrongdoing on his part pic.twitter.com/ixYFgnWlHS
— JKNC (@JKNC_) April 7, 2022
ପୂର୍ବରୁ ଜମ୍ମୁ କାଶ୍ମୀର ବ୍ୟାଙ୍କ ଘୋଟାଲାରେ ବ୍ୟାଙ୍କ ଅଧ୍ୟକ୍ଷ ମୁସ୍ତାଖ ଅହମ୍ମଦ ଶେଖକୁ ଗିରଫ ମଧ୍ୟ କରାଯାଇସରିଛି । ଋଣ ପ୍ରଦାନ ଓ ନିବେଶରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା । 2010ରେ ଏହି ବ୍ୟାଙ୍କ ଜରିଆରେ ଓମାର କିଣିଥିବା ଏକ ସମ୍ପତ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ।
ଓମାରଙ୍କୁ ଜେରା ପରେ ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଓମାରଙ୍କୁ ଜେରା ପାଇଁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ଓ ସେ ସେଥିରେ ସହଯୋଗ କରିଛନ୍ତି ବୋଲି ଦଳ କହିଛି । ସେହିପରି ଇଡିର ଏହି ପଦକ୍ଷେପକୁ ଦଳ ଆଲୋଚନା ମଧ୍ୟ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ