ETV Bharat / bharat

ବିଜେପି ନେତା ଓମ ମାଥରୁଙ୍କ ବିସ୍ଫୋରକ ବୟାନ, କହିଲେ ଟିକେଟ ଫାଇନାଲ କଲେ କାଟି ପାରିବେନି ମୋଦି

author img

By

Published : Dec 28, 2022, 9:37 PM IST

ଚର୍ଚ୍ଚାରେ ବରିଷ୍ଠ ବିଜେପି ନେତା ଓମ ମାଥୁରଙ୍କ ବୟାନ । କହିଲେ, ମୁଁ ଟିକେଟ ଫାଇନାଲ କଲେ ପ୍ରଧାନମନ୍ତ୍ରୀ ମୋଦି ବି ଚାହିଁଲେ କାଟି ପାରିବେ ନାହିଁ (BJP Senior Leader Om Mathur Challenged PM Modi)। ଦଳ ଭିତରୁ ବୟାନକୁ ନେଇ ଅସନ୍ତୋଷ । ଅଧିକ ପଢନ୍ତୁ

ବିଜେପି ନେତାଙ୍କ ବିସ୍ଫୋରକ ବୟାନ, ଟିକେଟ ଫାଇନାଲ କଲେ କାଟି ପାରିବେନି ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ: ‘‘ମୁଁ ଟିକେଟ ଫାଇନାଲ କଲେ ପ୍ରଧାନମନ୍ତ୍ରୀ ମୋଦି ବି ଚାହିଁଲେ ସେହି ଟିକେଟ କାଟି ପାରିବେ ନାହିଁ ।’’ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଓମ ମାଥୁର ଏପରି ଏକ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି (BJP Senior Leader Om Mathur Challenged PM Modi) । ରାଜସ୍ଥାନ ନାଗୌରରେ ଆୟୋଜିତ ଏକ ରାଜନୈତିକ ସଭା ମଞ୍ଚରେ ଦଳରେ ନିଜର ପତିଆରା ଓ ପ୍ରଭାବକୁ ବୟାନ କରିବାକୁ ଯାଇ ଏପରି ମନ୍ତବ୍ୟ ଦେଇ ମାଥୁର ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

କଂଗ୍ରେସ ଶାସନାଧୀନ ରାଜସ୍ଥାନର ନାଗୌର ଜିଲ୍ଲାରେ ଦଳ ଦ୍ବାରା ଆୟୋଜିତ ଜନ ଆକ୍ରୋଶ ସମାବେଶରେ ଅଂଶଗ୍ରହଣ କରିଥିଲେ ମାଥୁର । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମାଥୁର କହିଥିଲେ, ସେ ଯେଉଁ ଟିକେଟ ଚୂଡାନ୍ତ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ମଧ୍ୟ ସେ ଟିକେଟକୁ ଖାରଜ କରିପାରିବେ ନାହିଁ । ପ୍ରାର୍ଥୀ ତାଲିକା ଜୟପୁରରୁ ଦିଲ୍ଲୀକୁ ଯାଉ, କି ଦିଲ୍ଲୀରୁ ଜୟପୁରକୁ ଆସୁ, ସେ ଥରେ ଖୁଣ୍ଟ ପୋତିଲା ପରେ ତାକୁ କେହି ଦୋହଲାଇ ପାରନ୍ତି ନାହିଁ । ଖୋଲା ମଞ୍ଚରେ ତାଙ୍କର ଏପରି ବୟାନ ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ଦେଖାଦେଇଛି । କେତେକ ଦଳୀୟ ନେତା ମଧ୍ୟ ଏପରି ମନ୍ତବ୍ୟକୁ ସମାଲୋଚନା ସହ ନାପସନ୍ଦ କରିଛନ୍ତି ।

ବିଜେପିର ଏହି ବରିଷ୍ଠ ନେତା ଏବେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି ।ମାଥୁରଙ୍କ ଏହି ସମ୍ବୋଧନର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏପରି ବୟାନବାଜୀର ଭିଡିଓ ଯାହା ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଭାବମୂର୍ତ୍ତି ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଉଛି ବୋଲି ମଧ୍ୟ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

2023 ଶେଷ ଭାଗରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ନେଇ ଆଲୋଚନା ଲାଗି ରହିଥିବା ବେଳେ ଏହା ଦଳର ସଂସଦୀୟ କମିଟି ନିର୍ଦ୍ଧାରଣ କରିବ ବୋଲି ମାଥୁର ପୂର୍ବରୁ କହି ସାରିଛନ୍ତି । ସେହିପରି ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କର ବିରୋଧୀ ଦର୍ଶାଯାଉଥିଲେ ସୁଦ୍ଧା ସେ ମୁଖ୍ୟମନ୍ତ୍ରୀ ଆଶାୟୀ ଦୌଡରେ ନଥିବା ମଧ୍ୟ କହି ସାରିଛନ୍ତି ମାଥୁର । ହେଲେ ନିର୍ବାଚନ ନିକଟବର୍ତ୍ତୀ ରାଜସ୍ଥାନରେ ଟିକେଟ ବଣ୍ଟନକୁ ନେଇ ଦଳ ଭିତରେ ଏପରି ପତିଆରାର କଥା କହିବା ପରେ ମାଥୁରଙ୍କୁ ଦଳ ଭିତରୁ ମଧ୍ୟ ସାମାଲୋଚିତ ହେବାକୁ ପଡିଛି । ଏନେଇ ମାଥୁରଙ୍କ ସ୍ପଷ୍ଟୀକରଣ ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.