ETV Bharat / bharat

ଚର୍ଚ୍ଚାରେ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଭେଟି ଦେଲେ 2 ଲକ୍ଷ ମୂଲ୍ୟର ହାର - students gift to teacher

Old students gift gold necklace: ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ 2 ଲକ୍ଷ ମୂଲ୍ୟର ସୁନା ହାର ଭେଟି ଦେଇ ଚର୍ଚ୍ଚାରେ ମାଙ୍ଗଲୋର ସ୍ଥିତ ଏକ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Old students gift gold necklace
Old students gift gold necklace
author img

By ETV Bharat Odisha Team

Published : Jan 18, 2024, 10:08 PM IST

ଚର୍ଚ୍ଚାରେ ପୁରାତନ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ସାଧାରଣତଃ ଶିକ୍ଷକ ବା ଶିକ୍ଷୟିତ୍ରୀ ଅବସର ନେବା ସମୟରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ ବିଦାୟକାଳୀନ ସଭାର ଆୟୋଜନ କରିଥିବା ବେଳେ କିଛି ଉପହାର ଭେଟି ଦେଇଥାନ୍ତି । ଚାଦର, ପୋଷାକ, ପୁସ୍ତକ ଭଳି ଉପହାର ଭେଟି ଦିଅନ୍ତି ଛାତ୍ରଛାତ୍ରୀ । ହେଲେ ଏଠାରେ କିଛି ଛାତ୍ର 2 ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଭେଟି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଭଳି ଏକ ଘଟଣା କର୍ଣ୍ଣାଟକ ମାଙ୍ଗଲୋର ସ୍ଥିତ ଇସଲାମିକ ଅନୁଷ୍ଠାନ ଦାରୁଲ ଇସଲାମ ଦ୍ବାରା ପରିଚାଳିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରମାନେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟାଲକ୍ଷ୍ମୀ ଆର ଭଟ୍ଟଙ୍କୁ 33 ଗ୍ରାମର ସୁନା ହାର ଭେଟି ଦେଇଛନ୍ତି । ଯାହାର ମୂଲ୍ୟ 2 ଲକ୍ଷ ଟଙ୍କା ରହିଛି । ଶିକ୍ଷୟିତ୍ରୀ ଜଣକ 2020 ମସିହାରେ ଚାକିରିରୁ ଅବସର ନେଇଥିଲେ । ହେଲେ ଶିକ୍ଷାନୁଷ୍ଠାନରେ ପାଠ ପଢାଇବା ପାଇଁ ଆବଶ୍ୟକ ମୁତାବକ ଷ୍ଟାଫଙ୍କ ଅଭାବ ଥିବାରୁ ସେ ବିନା ଶୁଳ୍କରେ ଶିକ୍ଷାଦାନ ଜାରି ରଖିଛନ୍ତି । ସେ ଗତ 3 ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିଆସୁଛନ୍ତି । ଯେତେବେଳେ ସେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଏହି ବହୁମୂଲ୍ୟ ଉପହାର ପାଇଥିଲେ, ସେତେବେଳେ ସେ ଭାବବିହ୍ବଳ ହୋଇପଡ଼ିଥିଲେ । ଆଜି ବି ତାଙ୍କ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ମାନ, ପ୍ରେମଭାବକୁ ନେଇ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି।

ଏହା ବି ପଢନ୍ତୁ- 16 ବର୍ଷ ଧରି ଗାଁ ସ୍କୁଲରେ ପଢାଉଥିଲେ, ବଦଳି ପରେ ଗିଫ୍ଟରେ ମିଳିଲା ବାଇକ୍

ସେ ତାଙ୍କ ଚାକିରି କାଳ ମଧ୍ୟରେ ପ୍ରାୟ 2000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଯେତେବେଳେ ସେ ଚାକିରିରୁ ଅବସର ନେଲେ ସେତେବେଳେ ପୁରାତନ ଛାତ୍ରମାନେ ତାଙ୍କୁ ସରପ୍ରାଇଜ ଦେବା ଲାଗି ଯୋଜନା କରିଥିଲେ । ଏହାପରେ ସେମାନେ ଗୁପ୍ତ ଭାବେ ଏକ ହ୍ବାଟ୍ସଆପ ଗ୍ରୁପ ଖୋଲିଥିଲେ । ଏଥିରେ ଉପହାର ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ପୁରାତନ ଛାତ୍ରଛାତ୍ରୀମାନେ ଏକ ସୁନା ହାର ଦେବା ଲାଗି ସ୍ଥିର କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅର୍ଥ ସଂଗ୍ରହ । 2 ଲକ୍ଷ ମୂଲ୍ୟର ଏହି ସୁନା ହାର କିଣିବା ପରେ ସେମାନେ ଶିକ୍ଷୟିତ୍ରୀଙ୍କୁ ଭେଟି ଦେଇଥିଲେ ।

ଏନେଇ ଶିକ୍ଷୟିତ୍ରୀ ଜୟାଲକ୍ଷ୍ମୀ କହିଛନ୍ତି, " ଛାତ୍ରଛାତ୍ରୀଙ୍କ ପ୍ରେମଭାବ ମୋ ପାଇଁ ଯଥେଷ୍ଟ । ମୋତେ କୌଣସି ଉପହାରର ଆବଶ୍ୟକତା ନାହିଁ । ହେଲେ ସେମାନେ ମୋତେ ଏଭଳି ବହୁମୂଲ୍ୟ ଉପହାର ଦେଇ ସଦାସର୍ବଦା ସେମାନଙ୍କ ପ୍ରେମଭାବକୁ ସ୍ମରଣୀୟ କରିଦେଇଛନ୍ତି । ସେମାନେ ଏହି ଶିକ୍ଷାନୁଷ୍ଠାନରେ ପାଠ ପଢି ନିଜ ଜୀବନରେ ଆଗକୁ ବଢିଥିବାରୁ ମୁଁ ବେଶ ଖୁସି ।" ସେପଟେ ଜଣେ ପୁରାତନ ଛାତ୍ର କବିର କହିଛନ୍ତି, " ପୁରାତନ ଛାତ୍ର ଆସୋସିଏସନ ପକ୍ଷରୁ ଜଣେ ଶିକ୍ଷକଙ୍କୁ ଆମେ କାର ଉପହାର ଦେଇଥିଲୁ । ହେଲେ ଜୟାଲକ୍ଷ୍ମୀ ମ୍ୟାମ୍‌ ଏହି ଶିକ୍ଷାନୁଷ୍ଠାନ ପାଇଁ ବର୍ଷ ବର୍ଷ ଧରି ଶିକ୍ଷାଦାନ କରିଆସୁଥିବାରୁ ଆମେ ତାଙ୍କୁ ସୁନା ଅଳଙ୍କାର ଦେବା ଲାଗି ସ୍ଥିର କରିଥିଲୁ । ଏହାପରେ ଆମେ ଆମ ଦରମାରୁ ଏହି ଉପହାର କ୍ରୟ ଲାଗି ଅର୍ଥ ସଞ୍ଚୟ କରିଥିଲୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.