ଜୟପୁର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ବାର୍ଦ୍ଧକ୍ୟକାଳୀନ ପେନସନ୍ ଯୋଜନା ଲାଗୁ କରିଛନ୍ତି ରାଜସ୍ଥାନ ସରକାର । ଯାହାର ସୁବିଧା ଉଠାଇବେ ୨୦୦୪ ଜାନୁଆରୀ ୧ କିମ୍ବା ପରେ ଯେଉଁ ସରକାରୀ ଚାକିରିଆ ଚାକିରି କରିଥିବେ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଆର୍ଥିକ ବଜେଟ୍ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରାଯାଇଛି । ଗେହେଲଟ ସରକାର ଏହା ଲାଗୁ କରିବା ପରେ ଏହି ଯୋଜନାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ।
ଏଥିରେ ସରକାରୀ ଚାକିରିଆଙ୍କ ଲାଗି ବାର୍ଦ୍ଧକ୍ୟକାଳୀନ ପେନସନ୍ ଯୋଜନା ଲାଗୁ କରାଯାଇଛି । ଏଥିସହ ୨୦୦୪ ଜାନୁଆରୀ ୧ କିମ୍ବା ପରେ ଯେଉଁ ସରକାରୀ ଚାକିରିଆ ଚାକିରି କରିଥିବେ ସେମାନେ ଏହି ଯୋଜନର ଲାଭ ପାଇବେ । ତେବେ ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବିଧାନସଭାରେ ୨୦୨୨-୨୩ ପାଇଁ ଆଗତ କରିଥିବା ବଜେଟ୍ରେ ଏହି ଲାଗୁ ହେବା ନେଇ କହିଛନ୍ତି ।
ଅନ୍ୟପଟେ ପ୍ରିୟାଙ୍କା ଗାନ୍ଧୀ କହିଛନ୍ତି ଆମ ସରକାର ସବୁବେଳେ ସରକାରୀ ଚାକିରିଆଙ୍କ ଇଚ୍ଛା ପାଇଁ ଗୁରୁତ୍ବ ଦେଇଥାଏ । ସେହିପରି ଅଶୋକ ଗେହେଲଟ ସବୁ ବିଧାୟକଙ୍କୁ ଆଇଫୋନ ଉପହାର କରିଥିଲେ । ତେବେ କଂଗ୍ରସ ଶାସିତ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପ୍ରିୟାଙ୍କା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ