ନୂଆଦିଲ୍ଲୀ: ଅନ୍ତିମ ସଂସ୍କାର ପୂର୍ବରୁ କଥା କହି ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟଚକିତ । ଶ୍ମଶାନଘାଟରୁ ଜୀବିତ ହସ୍ପିଟାଲକୁ ଫେରି ଚିକିତ୍ସିତ ହେଉଥିଲେ । କିନ୍ତୁ ଫେରିବାର ୨୨ ଘଣ୍ଟା ପରେ ପୁଣି ହୋଇଛି ବୃଦ୍ଧଙ୍କ ମୃତ୍ୟୁ । ରାଜଧାନୀର ଟିକରି ଖୁର୍ଦ୍ଦଠାରେ ଗତ ଡିସେମ୍ବର ୨୬ ତାରିଖରେ ଜୀବିତ ଫେରିଥିବା ବୃଦ୍ଧଙ୍କ ପୁଣି ଘଟିଛି ମୃତ୍ୟୁ ।
ମୃତକ ହେଉଛନ୍ତି ସତୀଶ ଭରଦ୍ବାଜ । ତାଙ୍କୁ ପ୍ରାୟ ୧୧ ଜଣ ଡାକ୍ତର ପ୍ରଥମେ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଶ୍ମଶାନଘାଟ ନେଇ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଥିଲେ । ସେଠାରେ ତାଙ୍କ ମୁହଁରେ ଗଙ୍ଗାଜଳ ଦେବା ସମୟରେ ସେ ହଠାତ୍ ଆଖି ଖୋଲିଥିଲେ ଏବଂ କଥା ମଧ୍ୟ କହିଥିଲେ । ବୃଦ୍ଧ କଥା କହିବା ପରେ ତୁରନ୍ତ ତାଙ୍କୁ ପରିବାର ଲୋକେ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ହାର୍ଟବିଟ୍ ଚାଲୁଥିବା କହିଥିଲେ ଡାକ୍ତର ।
ଏହା ବି ପଢନ୍ତୁ: Deadbody speaks up in Delhi: ଅନ୍ତିମ ସଂସ୍କାର ପୂର୍ବରୁ ଆଖି ଖୋଲିଲେ, କଥା କହିଲେ ବୃଦ୍ଧ
କିନ୍ତୁ ଘଟଣା ଘଟିବାର ୨୨ ଘଣ୍ଟା ପରେ ପୁଣି ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ତାଙ୍କର ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କରାଯାଇଛି । ତେବେ ସୂଚନା ଥାଉ କି ବୃଦ୍ଧ ଜଣକ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ