ETV Bharat / bharat

G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ୍‌ ଚାଷୀ - ଜି20 ସମ୍ମିଳନୀରେ ଓଡିଶା ମିଲେଟ ମିଶନ

ଜି20 ଅବସରରେ ବିଭିନ୍ନ ଦେଶର ପ୍ରଥମ ମହିଳାଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ ଚାଷୀ ସୁଭାଶା ମହନ୍ତ । ଓଡିଶା ମିଲେଟ ମିଶନ ଆମ୍ବାସଡର ଭାବେ କରିଥିଲେ ପ୍ରତିନିଧିତ୍ବ । ଅଧିକ ପଢନ୍ତୁ

G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ ଚାଷୀ, ଓଡିଶା ମିଲେଟ ଆମ୍ବାସଡର ଭାବେ କରିଥିଲେ ପ୍ରତିନିଧିତ୍ବ

author img

By ETV Bharat Odisha Team

Published : Sep 10, 2023, 6:28 PM IST

G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ ଚାଷୀ, ଓଡିଶା ମିଲେଟ ଆମ୍ବାସଡର ଭାବେ କରିଥିଲେ ପ୍ରତିନିଧିତ୍ବ

ନୂଆଦିଲ୍ଲୀ: ଜି20 ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀ ତଥା ବିଭିନ୍ନ ଦେଶର ପ୍ରଥମ ମହିଳାଙ୍କୁ ସାକ୍ଷାତ କରିଛନ୍ତି ଓଡିଶା ମିଲେଟ ମିଶନର ଆମ୍ବାସଡର ଭାବେ ଅଂଶଗ୍ରହଣ କରିଥିବା ମିଲେଟ ଚାଷୀ । ମୟୁରଭଞ୍ଜ ଜିଲ୍ଲାର ସିଙ୍ଗାରପୁର ଗ୍ରାମର ମହିଳା ମିଲେଟ ଚାଷୀ ତଥା ଓଡିଶା ମିଲେଟ ମିଶନର ଆମ୍ବାସଡର ଭାବେ ଏହି ବିଶ୍ବ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସୁଭାଶା ମହାନ୍ତ ଏହି ଅବସରରେ ଖସିବ୍ୟକ୍ତ କରିବା ସହ ଏପରି ଅବସର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥା ANI କୁ ପ୍ରତିକ୍ରିୟା ଦେଇ ସୁଭାଶା କହିଛନ୍ତି, "G20 ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟମାନଙ୍କ ପତ୍ନୀମାନଙ୍କୁ ସାକ୍ଷାତ କରି ମୁଁ ବେଶ ଖୁସି । ମୁଁ ଜଣେ ମିଲେଟ ଚାଷୀ ଓ ମୁଁ ଓଡିଶା ମିଲେଟ ମିଶନରେ ମଧ୍ୟ କାର୍ଯ୍ୟ କରୁଛି । ମୁଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଦେଶୀ ଅତିଥିମାନଙ୍କୁ ଅଭିବାଦନ ଜଣାଇଲି । ସେମାନେ ମୋର ଅଭିବାଦନ ଗ୍ରହଣ କଲେ । ସେମାନେ ମିଲେଟ ଚାଷ ବିଷୟରେ ପଚାରିବା ସହ ମୋର ଉନ୍ନତି ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଲେ । ସେମାନେ ମୋଠାରୁ ରାଗି ଚାଷ ସମ୍ପର୍କରେ ପଚାରି ବୁଝିଥିଲେ । ଆମେ ବିଦେଶୀ ଅତିଥିମାନଙ୍କୁ 21 ପ୍ରକାରର ରାଗି ସମ୍ପର୍କରେ ବୁଝାଇବା ସହ ରାଗି ଉପହାର ମଧ୍ୟ ଦେଇଛୁ ।"

ଆହୁରି ମଧ୍ୟ ସେ କହିଛନ୍ତି, "ମୁଁ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲି । ଆମ ଜିଲ୍ଲା ମୟୂରଭଞ୍ଜର ଲୋକେ ଏବଂ ସ୍ଥାନୀୟ ଚାଷୀମାନେ ମୋତେ ଟିଭିରେ ଦେଖି ବହୁତ ଖୁସି ଅଛନ୍ତି । ସେମାନେ ବହୁତ ଖୁସି ଏବଂ ସେମାନେ କହୁଛନ୍ତି, ଯଦି ସେମାନେ ମିଲେଟ ଚାଷ କରିବେ, ତେବେ ଆମ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାର ନାମ ପ୍ରସିଦ୍ଧ ହେବ । ମୁଁ 2019ରୁ ମିଲେଟ ଚାଷ ଆରମ୍ଭ କରିଥିଲି । ମୋର ନିଜସ୍ୱ ଚାଷ ନାହିଁ । ମୁଁ ଲିଜ୍‌ରେ 8 ଏକର ଜମି ନେଇ ମିଲେଟ ଚାଷ କରୁଛି ।"

ଏହା ମଧ୍ୟ ପଢନ୍ତୁ :- G20 Summit: ସରିଲା ଦୁଇଦିନିଆ ସମ୍ମିଳନୀ, ବ୍ରାଜିଲକୁ ଜି20 ଅଧ୍ୟକ୍ଷତା ହସ୍ତାନ୍ତର କଲା ଭାରତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମିଳିତ ଜାତିସଂଘରେ ବର୍ଷ 2023 କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଭାରତ ଏହି ପ୍ରସ୍ତାବକୁ 72ଟି ଦେଶ ସମର୍ଥନ କରିଛନ୍ତି । ଏବେ ମିଲେଟ ମିଶନ କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟରେ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:- G-20 Summit: ଓଡିଶା ମିଲେଟ ମିଶନ ସଫଳତା ଜାଣିବ ସାରା ବିଶ୍ୱ, ମୟୂରଭଞ୍ଜର ଚାଷୀ ସୁବାସା ମହାନ୍ତ ବଖାଣିବେ ମାଣ୍ଡିଆ ଚାଷର ଅନୁଭୂତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.