ETV Bharat / bharat

ଚେନ୍ନାଇରେ ଓଡିଆ ଯୁବକଙ୍କ ସାଧୁତା, ଫେରାଇ ଦେଲେ ଦାମି ମୋବାଇଲ - lost iphone

ଚେନ୍ନାଇରେ ଓଡିଆ ଯୁବକଙ୍କ ମହାନତା । ଫେରାଇଲେ ରାସ୍ତାରୁ ପାଇଥିବା ଦାମି ମୋବାଇଲ । ପ୍ରତିବଦଳରେ ମନା କଲେ ମାଲିକ ଯାଚିଥିବା ଅର୍ଥରାଶି । ଅଧିକ ପଢନ୍ତୁ

ଚେନ୍ନାଇରେ ଓଡିଆ ଯୁବକଙ୍କ ସାଧୁତା, ଫେରାଇଦେଲେ ପାଇଥିବା ଦାମି ମୋବାଇଲ

author img

By

Published : Nov 18, 2021, 3:56 PM IST

ଭୁବନେଶ୍ବର: ଚେନ୍ନାଇରେ କାର୍ଯ୍ୟରତ ଜଣେ ଓଡିଆ ଯୁବକଙ୍କ ସାଧୁତା ଓ ମହାନତା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି । ରାସ୍ତାରେ ଯାଉଥିବାବେଳେ ପାଇଥିବା ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ IPhone କୁ ସମ୍ପୃକ୍ତ ମାଲିକଙ୍କୁ ଫେରସ୍ତ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବାସିନ୍ଦା ସୁର୍ଯ୍ୟକାନ୍ତ ବିଶ୍ବାଳ ।

ସୂର୍ଯ୍ୟକାନ୍ତ ଚେନ୍ନାଇରେ ରହି କାମ କରନ୍ତି । ତେବେ ଗତକାଲି ନିଜ କର୍ମସ୍ଥଳୀରୁ ଫେରୁଥିବାବେଳେ ରାସ୍ତାରେ ସେ ଏହି ମୋବାଇଲଟିଏ ପାଇଥିଲେ । ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଏନେଇ ପଚରା ଉଚର କରିଥିଲେ ସୁଦ୍ଧା କିଛି ସନ୍ତୋଷମୂଳକ ଉତ୍ତର ନପାଇ ପ୍ରକୃତ ମାଲିକଙ୍କୁ ଠାବ ନକରିବା ପର୍ଯ୍ୟନ୍ତ ମୋବାଇଲ ଟିକୁ ଅନ୍ୟ କାହାକୁ ଦେବା ପରିବର୍ତ୍ତେ ନିଜ ପାଖରେ ରଖିବାକୁ ସ୍ଥିର କରିଥିଲେ ସୂର୍ଯ୍ୟକାନ୍ତ । ପରେ ଉକ୍ତ ମୋବାଇଲ ଫୋନକୁ କଲ ଆସିବା ସହ କଲ କରିଥିବା ଯୁବକ ହିଁ ମୋବାଇଲର ପ୍ରକୃତ ମାଲିକ ବୋଲି ସ୍ପଷ୍ଟ ହେବା ପରେ ସେ ମୋବାଇଲ ଟିକୁ ସମ୍ପୃକ୍ତ ମାଲିକଙ୍କୁ ଫେରସ୍ତ କରି ଦେଇଛନ୍ତି ।

ସୂର୍ଯ୍ୟକାନ୍ତଙ୍କ ସାଧୁତା କେବଳ ଏତିକିରେ ସମିତ ନଥିଲା । ନିଜ ହଜିଯାଇଥିବା ମୋବାଇଲଟି ଫେରି ପାଇବା ଖୁସିରେ ମାଲିକ ଜଣଙ୍କ ସୂର୍ଯ୍ୟକାନ୍ତଙ୍କୁ ୨ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ତେବେ ସୂର୍ଯ୍ୟକାନ୍ତ ତାହା ଗ୍ରହଣ କରିନଥିଲେ । ଏପରି ଖବର ଲୋକଲୋଚନକୁ ଆସିବା ପରେ ତାଙ୍କ ସାଧୁତା ଓ ମହାନତା ପାଇଁ ବିଭିନ୍ନ ମହଲରୁ ସୂର୍ଯ୍ୟକାନ୍ତଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.